ପିରୁ ହ୍ରଦ ନିକଟରୁ ନିଖୋଜ ହେଲେ ଅଭିନେତ୍ରୀ
ନୂଆଦିଲ୍ଲୀ: ହଲିଉଡଡ୍ ଅଭିନେତ୍ରୀ ନାୟା ରିବେରା ବୁଧବାର କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କର ୪ ବର୍ଷର ପୁଅ ଜୋସେଙ୍କୁ ହ୍ରଦ ନିକଟରୁ ଏକ ବୋଟରେ ଏକୁଟିଆ ଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଅଭିନେତ୍ରୀ ରିବେରା ହ୍ରଦରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି। ପିରୁ ହ୍ରଦରେ ୩ ଘଣ୍ଟା ପାଇଁ ସେ ବୋଟ୍ଟିକୁ ଭଡ଼ାରେ ଆଣିଥିଲେ। ତାଙ୍କ ସହିତ ୪ ବର୍ଷର ପୁଅ ମଧ୍ୟ ରହିଥିଲେ। ବୋଟ୍ଟି ସମୟ ପୂର୍ବରୁ କୂଳରେ ନଲାଗିବାରୁ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ପରେ ରିବେରାଙ୍କ ପୁଅଙ୍କୁ ବୋଟରେ ଏକୁଟିଆ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ରିବେରାଙ୍କର କୌଣସି ପତ୍ତା ମିଳିନଥିଲା।
ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଜଣଜ ସେଠାରେ ସ୍ୱିମିଙ୍ଗ କରୁଥିବା ସମୟରେ ବୁଡ଼ି ଯାଇଛନ୍ତି। କେବଳ ତାଙ୍କ ପୁଅ ହିଁ କୂଳ ପର୍ଯ୍ୟନ୍ତ ଆସିପାରିଲେ।
ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି ହେଲେ ଅଭିନେତ୍ରୀଙ୍କର ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ।
ଶେଷଥର ପାଇଁ ଜୁଲାଇ ୭ ତାରିଖରେ ନାୟା ରିବେରା ସୋଶାଲ୍ ମିଡିଆରେ ନିଜ ପୁଅ ସହ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖିଥିଲା, ‘କେବଳ ଆମେ ଦୁଇଜଣ…’
ସୂଚନାଯୋଗ୍ୟ, ୨୦୧୪ ରେ ନାୟା ରିବେରା ରିଆନ୍ ଡୋର୍ସିଙ୍କୁ ବିବାହ କରିଥିଲେ ଏବଂ ୨୦୧୮ରେ ଦୁହେଁ ଅଲଗା ହୋଇଯାଇଥିଲେ।
ମ୍ୟୁଜିକାଲ୍ ସିରିଜ୍ ‘Glee’ ମାଧ୍ୟମରେ ସେ ଖୁବ ଲୋକପ୍ରିୟ ହୋଇଥିଲେ। ନାୟା ରିବେରାଙ୍କ ନିଖୋଜ ହେବା ଖବର ଶୁଣିବା ପରେ ହଲିଉଡ୍ ସେଲେବ୍ରିଟିମାନେ ଚିନ୍ତା ପ୍ରକଟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।