Advertisment

ପିରୁ ହ୍ରଦ ନିକଟରୁ ନିଖୋଜ ହେଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ହଲିଉଡଡ୍ ଅଭିନେତ୍ରୀ ନାୟା ରିବେରା ବୁଧବାର କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କର ୪ ବର୍ଷର ପୁଅ ଜୋସେଙ୍କୁ ହ୍ରଦ ନିକଟରୁ ଏକ ବୋଟରେ ଏକୁଟିଆ ଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଅଭିନେତ୍ରୀ ରିବେରା ହ୍ରଦରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି। ପିରୁ ହ୍ରଦରେ ୩ ଘଣ୍ଟା ପାଇଁ ସେ ବୋଟ୍‌ଟିକୁ ଭଡ଼ାରେ ଆଣିଥିଲେ। ତାଙ୍କ ସହିତ ୪ ବର୍ଷର ପୁଅ ମଧ୍ୟ ରହିଥିଲେ। ବୋଟ୍‌ଟି ସମୟ ପୂର୍ବରୁ କୂଳରେ […]

ପିରୁ ହ୍ରଦ ନିକଟରୁ ନିଖୋଜ ହେଲେ ଅଭିନେତ୍ରୀ

rivera

Advertisment

ନୂଆଦିଲ୍ଲୀ: ହଲିଉଡଡ୍ ଅଭିନେତ୍ରୀ ନାୟା ରିବେରା ବୁଧବାର କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କର ୪ ବର୍ଷର ପୁଅ ଜୋସେଙ୍କୁ ହ୍ରଦ ନିକଟରୁ ଏକ ବୋଟରେ ଏକୁଟିଆ ଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଅଭିନେତ୍ରୀ ରିବେରା ହ୍ରଦରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି। ପିରୁ ହ୍ରଦରେ ୩ ଘଣ୍ଟା ପାଇଁ ସେ ବୋଟ୍‌ଟିକୁ ଭଡ଼ାରେ ଆଣିଥିଲେ। ତାଙ୍କ ସହିତ ୪ ବର୍ଷର ପୁଅ ମଧ୍ୟ ରହିଥିଲେ। ବୋଟ୍‌ଟି ସମୟ ପୂର୍ବରୁ କୂଳରେ ନଲାଗିବାରୁ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ପରେ ରିବେରାଙ୍କ ପୁଅଙ୍କୁ  ବୋଟରେ ଏକୁଟିଆ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ରିବେରାଙ୍କର କୌଣସି ପତ୍ତା ମିଳିନଥିଲା।

https://www.instagram.com/p/CCW3bLhAUCt/?utm_source=ig_web_copy_link

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଜଣଜ ସେଠାରେ ସ୍ୱିମିଙ୍ଗ କରୁଥିବା ସମୟରେ ବୁଡ଼ି ଯାଇଛନ୍ତି। କେବଳ ତାଙ୍କ ପୁଅ ହିଁ କୂଳ ପର୍ଯ୍ୟନ୍ତ ଆସିପାରିଲେ।
ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି ହେଲେ ଅଭିନେତ୍ରୀଙ୍କର ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ।

Advertisment

https://www.instagram.com/p/B1_7NjPg3Jv/?utm_source=ig_web_copy_link

ଶେଷଥର ପାଇଁ ଜୁଲାଇ ୭ ତାରିଖରେ ନାୟା ରିବେରା ସୋଶାଲ୍‌ ମିଡିଆରେ ନିଜ ପୁଅ ସହ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖିଥିଲା, 'କେବଳ ଆମେ ଦୁଇଜଣ...'

ସୂଚନାଯୋଗ୍ୟ, ୨୦୧୪ ରେ ନାୟା ରିବେରା ରିଆନ୍ ଡୋର୍ସିଙ୍କୁ ବିବାହ କରିଥିଲେ ଏବଂ ୨୦୧୮ରେ ଦୁହେଁ ଅଲଗା ହୋଇଯାଇଥିଲେ।
ମ୍ୟୁଜିକାଲ୍ ସିରିଜ୍ 'Glee' ମାଧ୍ୟମରେ ସେ ଖୁବ ଲୋକପ୍ରିୟ ହୋଇଥିଲେ। ନାୟା ରିବେରାଙ୍କ ନିଖୋଜ ହେବା ଖବର ଶୁଣିବା ପରେ ହଲିଉଡ୍ ସେଲେବ୍ରିଟିମାନେ ଚିନ୍ତା ପ୍ରକଟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe