Advertisment

ନିକ୍‌ ଜୋନସ୍‌ ଆହତ, ଫ୍ୟାନ୍‌ କହିଲେ ପ୍ରିୟଙ୍କାଙ୍କୁ ହଇରାଣ କରିବା ବନ୍ଦ କର

ଲସ୍‌ ଏଞ୍ଜଲିସ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ହଲିଉଡ ସିଙ୍ଗର ନିକ୍‌ ଜୋନସ୍‌ ଆହତ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚିନ୍ତିତ ହୋଇପଡିଛନ୍ତି ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ। ପ୍ରକୃତରେ ନିକ୍‌ ଜୋନସ ଛୁଟି ଦିନରେ ସଫ୍ଟବଲ୍‌ ଗେମ୍‌ ଖେଳନ୍ତି। ନିକଟରେ ଏହି ଗେମ୍‌ ଖେଳିବା ବେଳେ ତାଙ୍କୁ ଆଘାତ ଲାଗିଛି। ତାଙ୍କ ଗୋଡରେ ଆଘାତ ଲାଗିବା ଯୋଗୁଁ […]

ନିକ୍‌ ଜୋନସ୍‌ ଆହତ, ଫ୍ୟାନ୍‌ କହିଲେ ପ୍ରିୟଙ୍କାଙ୍କୁ ହଇରାଣ କରିବା ବନ୍ଦ କର  

Nick jonas and priyanka

Advertisment

ଲସ୍‌ ଏଞ୍ଜଲିସ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ହଲିଉଡ ସିଙ୍ଗର ନିକ୍‌ ଜୋନସ୍‌ ଆହତ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚିନ୍ତିତ ହୋଇପଡିଛନ୍ତି ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ।

Advertisment

ପ୍ରକୃତରେ ନିକ୍‌ ଜୋନସ ଛୁଟି ଦିନରେ ସଫ୍ଟବଲ୍‌ ଗେମ୍‌ ଖେଳନ୍ତି। ନିକଟରେ ଏହି ଗେମ୍‌ ଖେଳିବା ବେଳେ ତାଙ୍କୁ ଆଘାତ ଲାଗିଛି। ତାଙ୍କ ଗୋଡରେ ଆଘାତ ଲାଗିବା ଯୋଗୁଁ ସେ ଠିକ୍‌ ସେ ଚାଲି ମଧ୍ୟ ପାରୁନାହାନ୍ତି। ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍‌ମାନେ ଅତ୍ୟଧିକ ଚିନ୍ତିତ ହୋଇପଡିଛନ୍ତି। ଏପରିକି ତାଙ୍କ ଉପରେ ବର୍ଷିଛନ୍ତି। ପ୍ରିୟଙ୍କାଙ୍କୁ ଏଭଳି ହଇରାଣ କରିବା ବନ୍ଦ କରନ୍ତୁ ଓ ନିଜ ସ୍ୱାସ୍ଥ୍ୟକୁ ଠିକ୍‌ ରଖନ୍ତୁ ବୋଲି କିଛି ଫ୍ୟାନ୍‌ ସୋଶାଲ ମିଡିଆରେ ତାଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ତାଙ୍କ ଶୀଘ୍ର ଆରୋଗ୍ୟ ମଧ୍ୟ କାମନା କରିଛନ୍ତି।

ପ୍ରିୟଙ୍କା ଏବେ ନିକ୍‌ଙ୍କ ପାଖରେ ନାହାନ୍ତି। ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ସେ ପ୍ୟାରିସ ଯାଇଛନ୍ତି। ନିକଟରେ ପ୍ରିୟଙ୍କା ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ହଲିଉଡ ଅଭିନେତ୍ରୀ ଏନି ହାଥୱେ ଓ ବ୍ଲାକପିଙ୍କଙ୍କ ଲିସା ସହ ଏକ ଫଟୋ ଶେଆର କରିଥିଲେ। ଏହି ଫଟୋଟି ସୋଶାଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା।

Advertisment

ସୂଚନା ମୁତାବକ, ପ୍ରିୟଙ୍କା ଦୀର୍ଘ ଦିନ ପରେ ଏକ ବଲିଉଡ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଫରହାନ ଅଖତରଙ୍କ ଅପ୍‌କମିଂ ଫିଲ୍ମ 'ଜି ଲେ ଜରା'ରେ ସେ ନଜର ଆସିବେ। ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ ଶେଆର କରିବେ। ଏଥିସହ ପ୍ରିୟଙ୍କା ଏବେ ହଲିଉଡ ସିରିଜ 'ସିଟାଡେଲ୍‌'ର ଶୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe