ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କାଙ୍କ ପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସିଙ୍ଗିଙ୍ଗ୍ ସେନସେସନ୍ ଓ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପତି ନିକ୍ ଜୋନାସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିକ୍ ବର୍ତ୍ତମାନ ନିଜ ଟେଲିଭିଜନ୍ ରିଏଲିଟି ଶୋ’ ‘ଦି ଭଏସ୍‌’ର ଶୁଟିଂ ଆମେରିକାରେ କରୁଛନ୍ତି । ତେବେ ଶୁଟିଂ ଚାଲିଥିବା ବେଳେ ନିକ୍ ଜୋନାସ୍ ଆଘାତପ୍ରାପ୍ତ ହୋଇଛନ୍ତି । ଯାହା ପରେ ତାଙ୍କୁ ଲସ୍ ଆଞ୍ଜେଲିସର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକ୍ ଜୋନାସଙ୍କ ଆଘାତ କେତେ ଗୁରୁତର ତାହା ଜଣା ପଡ଼ିନାହିଁ […]

nick-jonas-and-priyanka-cho

Ranjit Kumar Jena
  • Published: Monday, 17 May 2021
  • , Updated: 28 May 2021, 01:27 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସିଙ୍ଗିଙ୍ଗ୍ ସେନସେସନ୍ ଓ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପତି ନିକ୍ ଜୋନାସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିକ୍ ବର୍ତ୍ତମାନ ନିଜ ଟେଲିଭିଜନ୍ ରିଏଲିଟି ଶୋ’ ‘ଦି ଭଏସ୍‌’ର ଶୁଟିଂ ଆମେରିକାରେ କରୁଛନ୍ତି । ତେବେ ଶୁଟିଂ ଚାଲିଥିବା ବେଳେ ନିକ୍ ଜୋନାସ୍ ଆଘାତପ୍ରାପ୍ତ ହୋଇଛନ୍ତି । ଯାହା ପରେ ତାଙ୍କୁ ଲସ୍ ଆଞ୍ଜେଲିସର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକ୍ ଜୋନାସଙ୍କ ଆଘାତ କେତେ ଗୁରୁତର ତାହା ଜଣା ପଡ଼ିନାହିଁ । ହେଲେ ରବିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଯାହା ପରେ ସେ ଏବେ ନିଜ ଘରେ ଅଛନ୍ତି ।

ରିପୋର୍ଟ ମୁତାବକ, ଶନିବାର ଆଘାତ ଲାଗିବା ପରେ ଜୋନାସଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ରବିବାର ଘରକୁ ଫେରିବା ପରେ ନିକ୍ ସୋମବାର ପୁଣିଥରେ ନିଜ ଶୋ’ର ଶୁଟିଂ କରିବେ ବୋଲି ଜଣାପଡ଼ିଛି। ନିକ୍ ବର୍ତ୍ତମାନ ଆମେରିକାରେ ଥିବା ବେଳେ ପ୍ରିୟଙ୍କା ଚୋପ୍ରା ନିଜର ଶୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ନିକ୍ ମଧ୍ୟ କିଛି ଦିନ ଧରି ପ୍ରିୟଙ୍କାଙ୍କ ସହ ଲଣ୍ଡନରେ ଥିଲେ।

ସୂଚନାଯୋଗ୍ୟ, ଏହି ରିଏଲିଟି ଶୋ’ର ଶୁଟିଂ ବ୍ୟତୀତ ନିକ୍ ମାର୍ଚ୍ଚରେ ନିଜର ନୂଆ ଆଲବମ୍ ‘ସ୍ପେସମ୍ୟାନ୍‌’ ମଧ୍ୟ ଲଞ୍ଚ୍ କରିଥିଲେ । ନିକଟରେ ନିକ୍ ଓ ପ୍ରିୟଙ୍କା ଚୋପ୍ରା ମିଶିକି ଭାରତରେ କୋଭିଡ୍ ରିଲିପ୍ ପାଇଁ ୩ ମିଲିୟନ୍ ଡଲାର୍ (ପାଖାପାଖି ୨୨ କୋଟି ଟଙ୍କା)ର ଫଣ୍ଡ ଏକାଠି କରିଥିଲେ ।

Related story