Advertisment

ନିକ୍‌ ଜୋନସ୍‌ ଅସୁସ୍ଥ, ଭୟଙ୍କର ଭାଇରସ୍‌ରେ ସଂକ୍ରମିତ

ଏକ ଭିଡିଓ ସେୟାର କରି ନିକ୍ ଖୋଦ୍ ଏହି ସୂଚନା ଦେଇଛନ୍ତି। ଏଥିସହ ନିଜ ଫ୍ୟାନ୍‌ମାନଙ୍କୁ ସେ କ୍ଷମା ମଧ୍ୟ ମାଗିଛନ୍ତି।

author-image
Madhupriya Mistry
Priyanka-Chopra-Nick Jonas

Priyanka-Chopra-Nick Jonas

ଚର୍ଚ୍ଚାରେ ଗ୍ଲୋବାଲ ଆଇକନ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ହଲିଉଡ ସିଙ୍ଗର୍‌ ନିକ୍‌ ଜୋନସ୍‌। ନିକ୍‌ ମ୍ୟୁଜିକ କନ୍‌ସର୍ଟକୁ ନେଇ ପ୍ରାୟତଃ ସେ ଲାଇମ୍‌ ଲାଇଟ୍‌ରେ ରୁହନ୍ତି। କିନ୍ତୁ ଏବେ ନିଜର କିଛି କନ୍‌ସର୍ଟକୁ ସେ ପୋଷ୍ଟପୋନ୍‌ କରିଦେଇଛନ୍ତି। ଏଥିପାଇଁ ଏହି ଆମେରିକୀୟ ସିଙ୍ଗର୍‌ ନିଜ ଫ୍ୟାନ୍‌ମାନଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଭୟଙ୍କର ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଯୋଗୁ ତାଙ୍କୁ ଏଭଳି କିରିବାକୁ ପଡୁଥିବା ସେ କହିଛନ୍ତି। ଏନେଇ ସେ ଖୋଦ୍ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।

Advertisment

ନିକ୍‌ ଜୋନସ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ନିଜ ଫ୍ୟାନ୍‌ମାନଙ୍କୁ କନ୍‌ସର୍ଟ ପୋଷ୍ଟପୋନ୍‌ କରିଥିବା ନେଇ କ୍ଷମା ମାଗୁଥିବା ନଜର ଆସିଛନ୍ତି। ଏଥିସହ ସେ ଇନ୍‌ଫ୍ଲୁଏଞ୍ଜା-ଏ ଭାଇରସ୍‌ରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ଏହି ଭାଇରସ୍‌ ଯୋଗୁ ସେ କଥା କହିପାରୁ ନାହାନ୍ତି। ତାଙ୍କ ଦେହ ହାତ ଯନ୍ତ୍ରଣା ହେବା ସହ ଭିଷଣ ଜ୍ୱରରେ ପୀଡିତ ଅଛନ୍ତି। ଗତ ଦୁଇ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଛି। ମୁଣ୍ଡରେ ଯନ୍ତ୍ରଣା ସହ ଗଳା ଯନ୍ତ୍ରଣା ଓ କାଶ ମଧ୍ୟ ହେଉଛି। ଡାକ୍ତରଙ୍କୁ ଦେଖାଇପା ପରେ ବି ସେତେଟା ସ୍ୱାସ୍ଥ ଭଲ ହୋଇନଥିବା ନିକ୍‌ ସୂଚନା ଦେଇଛନ୍ତି।

ଇନ୍‌ଫ୍ଲୁଏଞ୍ଜା-ଏ ଭାଇରସ୍‌ ଚାରିଆଡେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ କନ୍‌ସର୍ଟ କରିବା ସମ୍ଭବ ନୁହେଁ। ତେବେ ଖୁବ ଶୀଘ୍ର ଭଲ ହେବି ବୋଲି ନିକ୍‌ ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ନିକ୍‌ଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment

କହିରଖୁ ଯେ, ମେକ୍ସିକୋରେ ନିକ୍‌ଙ୍କ ଏକ କନ୍‌ସର୍ଟ ହେବାର ଥିଲା। କିନ୍ତୁ ଏହାର ତାରିଖକୁ ଏବେ ପୋଷ୍ଟପୋନ୍‌ କରିଦିଆଯାଇଛି। ଆସନ୍ତା ଅଗଷ୍ଟ ୨୧ ଓ ୨୨ରେ ଏହି କନ୍‌ସର୍ଟ ହେବ। ଏହି କନ୍‌ସର୍ଟ ପରେ ଜୋନସ୍‌ ବ୍ରଦର୍ସଙ୍କ ଆଉ ଏକ ଶୋ ଆର୍ୟଲ୍ୟାଣ୍ଡରେ ଆୟୋଜିତ ହେବ। ଅକ୍ଟୋବର ୧୬ରେ ଜୋନସ୍‌ ବ୍ରଦର୍ସଙ୍କ ଶେଷ ଶୋ' ପୋଲାଣ୍ଡରେ ହେବ।

Priyanka Chopra Hollywood Nick Jonas