Advertisment

କେକ୍‌ କାଟୁ କାଟୁ ଜଳିଗଲା ଅଭିନେତ୍ରୀଙ୍କ କେଶ

ଲସ୍‌ ଏଞ୍ଜଲିସ: ଜନ୍ମଦନ ପାଳିବା ଜଣେ ଅଭିନେତ୍ରୀଙ୍କୁ ମହଙ୍ଗା ପଡିଛି। କେକ୍‌ କାଟୁ କାଟୁ ଜଳି ଯାଇଛି ତାଙ୍କ କେଶ। କେକ୍‌ରେ ଲାଗିଥିବା କ୍ୟାଣ୍ଡଲରୁ ତାଙ୍କ ଚୁଟିରେ ନିଆଁ ଲାଗିଯାଇଛି। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକାର ପ୍ରସିଦ୍ଧ ଟିଭି ଷ୍ଟାର୍‌ ନିକୋଲ ରିଚି। ନିକଟରେ ସେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ଏହି ଜନ୍ମଦିନ ପାଳିବା ତାଙ୍କୁ ମହଙ୍ଗା ପଡିଛି। ନିଜ ଜନ୍ମଦିନରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କେକ୍‌ କାଟୁ କାଟୁ ଜଳିଗଲା ଅଭିନେତ୍ରୀଙ୍କ କେଶ

Nichol richi

ଲସ୍‌ ଏଞ୍ଜଲିସ: ଜନ୍ମଦନ ପାଳିବା ଜଣେ ଅଭିନେତ୍ରୀଙ୍କୁ ମହଙ୍ଗା ପଡିଛି। କେକ୍‌ କାଟୁ କାଟୁ ଜଳି ଯାଇଛି ତାଙ୍କ କେଶ। କେକ୍‌ରେ ଲାଗିଥିବା କ୍ୟାଣ୍ଡଲରୁ ତାଙ୍କ ଚୁଟିରେ ନିଆଁ ଲାଗିଯାଇଛି। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଆମେରିକାର ପ୍ରସିଦ୍ଧ ଟିଭି ଷ୍ଟାର୍‌ ନିକୋଲ ରିଚି। ନିକଟରେ ସେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ଏହି ଜନ୍ମଦିନ ପାଳିବା ତାଙ୍କୁ ମହଙ୍ଗା ପଡିଛି। ନିଜ ଜନ୍ମଦିନରେ ହିଁ ତାଙ୍କ ସହ ଘଟିଛି ଦୁର୍ଘଟଣା। ପ୍ରକୃତରେ ନିଜ ଜନ୍ମଦିନର କେକ୍‌ କାଟିବା ପାଇଁ ନିକୋଲ ତଳକୁ ନଇଁ କ୍ୟାଣ୍ଡେଲ ଲିଭାଉଛନ୍ତି। ଠିକ୍‌ ଏହି ସମୟରେ ତାଙ୍କ କେଶରେ ନିଆଁ ଲାଗିଯାଉଛି। ଏହା ଦେଖି ସେ ଜୋରରେ ପାଟି କରିବା ସହ ଭୟଭୀୟ ହୋଇଯାଉଛନ୍ତି। ତେବେ କିଛି ବଡ ଅଘଟଣା ଘଟିବା ପୂର୍ବରୁ ପାଖରେ ଥିବା ତାଙ୍କ ବନ୍ଧୁବାନ୍ଧବମାନେ ନୁଆଁକୁ ଲିଭାଇ ଦେଉଛନ୍ତି।

[caption id="attachment_678299" align="alignnone" width="650"]Nichol-richi ଅଭିନେତ୍ରୀ ନିକୋଲ ରିଚି[/caption]

Advertisment

ଏହି ଦୁର୍ଘଟଣାରେ ଅଭିନେତ୍ରୀ ନିକୋଲ କିଛି କ୍ଷତି ହୋଇନଥିବା ବେଳେ ସେ ସୁସ୍ଥ ଅଛନ୍ତି। ଏହି ସମସ୍ତ ଘଟଣାର ଭିଡିଓକୁ ନିକୋଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିସହ ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, 'ମୋ ୪୦ ତମ ଜନ୍ମ ଦିନ ନିଆଁ ଲଗାଇ ଦେଇଛି।' ନିକୋଲଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଭିଡିଓରେ ନିକୋଲଙ୍କ ସ୍ୱାମୀ ଜୋଏଲ ମ୍ୟାଡେନ୍‌ ମଧ୍ୟ କମେଣ୍ଟ କରିଛନ୍ତି। ସେ କହିଛନ୍ତି, 'ଏହା ବେଶ୍‌ ହଟ୍‌ ଥିଲା।'

ସୂଚନା ମୁତାବକ ନିକୋଲ ରିଚି ରିଅଲିଟି ସିରିଜ୍ 'ଦି ସିମ୍ପଲ୍ ଲାଇଫ'ରୁ ଲାଇମ୍‌ ଲାଇଟ୍‌କୁ ଆସିଥିଳେ। ଏଥିରେ ତାଙ୍କୁ ପିଲାଦିନର ସାଙ୍ଗ ତଥା ହଲିଉଡର ପ୍ରସିଦ୍ଧ ଅଭିନେତା ପ୍ୟାରିସ୍ ହିଲଟନ୍‌ଙ୍କ ସହ ଦେଖିବାକୁ ମିଳିଥିଲା। ନିକୋଲ ରିଚିଙ୍କ ୨୦୦୬ରେ ସ୍ୱାମୀ ଜୁଏଲ ମ୍ୟାଡେନଙ୍କୁ ଡେଟ କରିବା ଆରମ୍ଭ କରିଥିଲେ। ଏହା ପରେ ଦୁହେଁ ୨୦୧୦ରେ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି।

Viral Video