Advertisment

'ମନି ହାଇଷ୍ଟ' ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା କମ୍ପାନୀ

ଜୟପୁର: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ନେଟ୍‌ଫ୍ଲିକ୍ସର ସବୁଠାରୁ ଲୋକପ୍ରିୟ ୱେବ୍‌ସିରିଜ ‘ମନି ହାଇଷ୍ଟ’ ର ସିଜିନ-୫। ଏହାକୁ ନେଇ ଏବେ ଚାରିଆଡେ ଜବରଦସ୍ତ କ୍ରେଜ ଦେଖାଦେଇଛି। ଏହା ଏହି ୱେବ୍ ସିରିଜର ଶେଷ ସିଜିନ୍ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ସବୁଠୁ ଏହାକୁ ନେଇ ଦେଖିବାକୁ ମିଳିଛି କ୍ରେଜ। ନିକଟରେ ‘ମନି ହାଇଷ୍ଟ’ର ଅଦ୍ଭୁତ ପାଗଳପଣ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ […]

'ମନି ହାଇଷ୍ଟ' ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା କମ୍ପାନୀ

Money hiest-2

Advertisment

ଜୟପୁର: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ନେଟ୍‌ଫ୍ଲିକ୍ସର ସବୁଠାରୁ ଲୋକପ୍ରିୟ ୱେବ୍‌ସିରିଜ 'ମନି ହାଇଷ୍ଟ' ର ସିଜିନ-୫। ଏହାକୁ ନେଇ ଏବେ ଚାରିଆଡେ ଜବରଦସ୍ତ କ୍ରେଜ ଦେଖାଦେଇଛି। ଏହା ଏହି ୱେବ୍ ସିରିଜର ଶେଷ ସିଜିନ୍ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ସବୁଠୁ ଏହାକୁ ନେଇ ଦେଖିବାକୁ ମିଳିଛି କ୍ରେଜ।

Advertisment

ନିକଟରେ 'ମନି ହାଇଷ୍ଟ'ର ଅଦ୍ଭୁତ ପାଗଳପଣ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ତାନ ଜୟପୁର ସ୍ଥିତ ଏକ କମ୍ପାନୀ ନିଜର ସମସ୍ତ କର୍ମଚାରୀଙ୍କୁ ‘ମନି ହାଇଷ୍ଟ ‘ ଦେଖିବା ପାଇଁ ଦିନକ ଲାଗି ଛୁଟି ଦେଇଛି।

ଜୟପୁର ସ୍ଥିତ ଏକ ଫାର୍ମ ଭର୍ଭ ଲଜିକ୍ କମ୍ପାନୀ ସେପ୍ଟେମ୍ବର ୩କୁ ନିଜ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛି। ସେହି ଦିନ ସୋ’ର ଷ୍ଟ୍ରିମିଂ ହେବ। ଏଥିପାଇଁ ଖୁସିରେ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ନେଟଫ୍ଲିକ୍ସ ଏବଂ ଚିଲ୍ ହଲି-ଡେ' ରୂପେ ଛୁଟି ଘୋଷଣା କରିଛି।

Advertisment

[caption id="attachment_671710" align="aligncenter" width="650"]Money hiest ସେପ୍ଟେମ୍ବର ୩ରେ ରିଲିଜ ହେବ ଏହି ୱେବ୍‌ ସିରିଜ[/caption]

ଏନେଇ ସୋସିଆଲ ମିଡିଆରେ କମ୍ପାନୀର ସିଇଓ ଅଭିଷେକ ଜୈନ ଏକ ପୋଷ୍ଟ ଶେଆର କରି କର୍ମଚାରୀଙ୍କୁ ଦିନକ ପାଇଁ ଛୁଟି ଦେଇଥିବା ନେଇ କହିଛନ୍ତି। ଏହା ସହିତ ଜୈନ କରୋନା ମହାମାରୀ ସମୟରେ କରିଥିବା କଠିନ ପରିଶ୍ରମ ପାଇଁ ତାଙ୍କ କର୍ମଚାରୀମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। କାମରୁ କିଛି ସମୟ ବିରତି ନେବା ଠିକ୍ ଅଟେ ବୋଲି ସୋସିଆଲ ମିଡିଆରେ ତାଙ୍କ କର୍ମଚାରୀମାନଙ୍କୁ ବାର୍ତ୍ତା ଦେଇଛନ୍ତି ଭର୍ଭ ଲଜିକ୍‌ର ସିଇଓ।

'ମନି ହାଇଷ୍ଟ' ଏକ ଏଭଳି ସ୍ପେନିଶ ୱେବ୍‌ ସିରିଜି, ଯାହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଢ଼େର ଲୋକପ୍ରିୟତା ହାସଲ କରିଛି । ସମସ୍ତଙ୍କୁ ଦିୱାନା କରିଛି ଏହି ୱେବ୍‌ ସିରିଜ। ଓଟିଟି ୱାର୍ଲ୍ଡର ପ୍ରତିଟି ଫ୍ୟାନ୍ସ ପ୍ରଫେସର ଏବଂ ବେଲା ଚାଓ ବିଷୟରେ ଆଉ ଅଜଣା ନାହାନ୍ତି। ଏହି ୱେବ୍ ସିରିଜର ଶେଷ ସିଜିନ୍ ୨ଟି ପାର୍ଟରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ପ୍ରଥମଟି ସେପ୍ଟେମ୍ବର ୩ ରେ ରିଲିଜ ହେବାକୁ ଥିବା ବେଳେ ଦ୍ୱିତୀୟଟି ଡିସେମ୍ବର ୩ରେ ପରଦାକୁ ଆସିବ।

https://twitter.com/SoundsOfSeries/status/1422208241287712779?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe