Advertisment

ଘରୋଇ ହିଂସା, ବନ୍ଧା ହେଲେ ହଲିଉଡ ଅଭିନେତା ଓରଲାଣ୍ଡୋ

ଲସ୍ ଏଞ୍ଜଲିସ: ବନ୍ଧା ହେଲେ ହଲିଉଡର ପ୍ରସିଦ୍ଧ ଅଭିନେତା ଓରଲାଣ୍ଡୋ ବ୍ରାଉନ୍। ଘରୋଇ ହିଂସା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ପୁଲିସ କଷ୍ଟଡିରେ ଥାଇ ଓରଲାଣ୍ଡୋଙ୍କ ହସୁଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ହସି ହସି ଜେଲ୍ ଭିତରେ ଫଟୋ ପାଇଁ ପୋଜ୍ ଦେଇଛନ୍ତି। ଏହି ଫଟୋ ଦେଖିଲେ ଲାଗୁଛି, ସତେ ଯେପରି ତାଙ୍କୁ ଗିରଫ ହୋଇଥିବା ନେଇ କୌଣସି ଭୟ ନାହିଁ। ପୁଲିସ ସୂଚନା ମୁତାବକ, ଓରଲାଣ୍ଡୋ ବ୍ରାଉନ ଗତ […]

ଘରୋଇ ହିଂସା, ବନ୍ଧା ହେଲେ ହଲିଉଡ ଅଭିନେତା ଓରଲାଣ୍ଡୋ

orlando-brown

Advertisment

ଲସ୍ ଏଞ୍ଜଲିସ: ବନ୍ଧା ହେଲେ ହଲିଉଡର ପ୍ରସିଦ୍ଧ ଅଭିନେତା ଓରଲାଣ୍ଡୋ ବ୍ରାଉନ୍। ଘରୋଇ ହିଂସା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ପୁଲିସ କଷ୍ଟଡିରେ ଥାଇ ଓରଲାଣ୍ଡୋଙ୍କ ହସୁଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ହସି ହସି ଜେଲ୍ ଭିତରେ ଫଟୋ ପାଇଁ ପୋଜ୍ ଦେଇଛନ୍ତି। ଏହି ଫଟୋ ଦେଖିଲେ ଲାଗୁଛି, ସତେ ଯେପରି ତାଙ୍କୁ ଗିରଫ ହୋଇଥିବା ନେଇ କୌଣସି ଭୟ ନାହିଁ।

Advertisment

ପୁଲିସ ସୂଚନା ମୁତାବକ, ଓରଲାଣ୍ଡୋ ବ୍ରାଉନ ଗତ ଏକ ମାତ ହେବ ଓହିୟରେ ରହୁଥିଲେ। ସେ ତାଙ୍କ ଭାଇଙ୍କ ଘରେ ରହୁଥିଲେ। ଯେପରି ତାଙ୍କୁ ରାସ୍ତାରେ ଦିନ ଅତିବାହିତ ନକରିବାକୁ ପଡିବ ସେଥିପାଇଁ ତାଙ୍କୁ ଘରେ ରଖିଥିବା ନେଇ ଭାଇ ମେଥ୍ୟୁ ପୁଲିସକୁ କହିଥିଲେ। ତେବେ ଓରଲାଣ୍ଡୋଙ୍କ ବ୍ୟବହାର ଅଦ୍ଭୁତ ଥିଲା।

ଓର୍‌ଲାଣ୍ଡୋ ଭାଇ ମାଥ୍ୟୁଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିିଥିଲେ। ଏହାପରେ ଅଭିନେତା ଏକ ଭଙ୍ଗା ଛୁରୀ ଓ ହାତୁଡି ନେଇ ମାଥ୍ୟୁଙ୍କୁ ମାରିବା ପାଇଁ ଯାଇଥିଲେ। କିନ୍ତୁ ସେ ତାଙ୍କୁ ମାରିପାରିନଥିଲେ ବୋଲି ଅଭିଯୋଗ ହୋଇଛି। ସେ ମାଥ୍ୟୁଙ୍କ ଘରେ ରହି ତାଙ୍କୁ ହିଁ ଟର୍ଚର କରୁଥିଲେ ବୋଲି ଅଭିଯୋଗ ଆସିଛି।

Advertisment

ଡିଜ୍‌ନୀର କମେଡି ଶୋ’ ‘ଦାଟ୍ ସୋ ରେଭନ୍‌’ ପାଇଁ ଓର୍‌ଲାଣ୍ଡୋ ବେଶ୍ ଜଣାଶୁଣା। ୨୦୧୮ରେ ପ୍ରତି ଦୁଇ ତିନି ମାସରେ କୌଣସି ନା କୌଣସି କାରଣରୁ ପୁଲିସ ତାଙ୍କୁ ବାରମ୍ବାର ଗିରଫ କରିଥିଲା। ଚୋରି, ଡ୍ରଗ୍ସ ରଖିବା, ପୁଲିସ ଅଫିସର୍‌ଙ୍କୁ ଦୁର୍ବ୍ୟବହାର ଓ ଘରୋଇ ହିଂସା ଭଳି ଅଭିଯୋଗ ତାଙ୍କ ନାଁରେ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe