Advertisment

ଆଖିବୁଜିଲେ ଓସ୍କାର ବିଜେତା ସିଙ୍ଗର୍‌

ଲସ୍‌ଏଞ୍ଜଲିସ୍‌: ଆଖିବୁଜିଲେ ଓସ୍କାର ପୁରସ୍କାର ବିଜେତା ଫେମସ୍ ହଲିଉଡ ସିଙ୍ଗର ଆଇରିନ୍ କାରା। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଫଳରେ ଗତକାଲି ରାତିରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ତାଙ୍କର ମ୍ୟାନେଜର ସୂଚନା ଦେଇଛନ୍ତି। ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଥିବା ସେ କହିଛନ୍ତି। ତେବେ ମୃତ୍ୟୁର ସଠିକ୍ କାରଣ କ’ଣ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ହଲିଉଡ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଖିବୁଜିଲେ ଓସ୍କାର ବିଜେତା ସିଙ୍ଗର୍‌

irene-cara

ଲସ୍‌ଏଞ୍ଜଲିସ୍‌: ଆଖିବୁଜିଲେ ଓସ୍କାର ପୁରସ୍କାର ବିଜେତା ଫେମସ୍ ହଲିଉଡ ସିଙ୍ଗର ଆଇରିନ୍ କାରା। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଫଳରେ ଗତକାଲି ରାତିରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

Advertisment

ଏନେଇ ତାଙ୍କର ମ୍ୟାନେଜର ସୂଚନା ଦେଇଛନ୍ତି। ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଥିବା ସେ କହିଛନ୍ତି। ତେବେ ମୃତ୍ୟୁର ସଠିକ୍ କାରଣ କ’ଣ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ହଲିଉଡ ଫିଲ୍ମ ‘ଫେମ୍‌’ର ଅଭିନେତ୍ରୀ ଆଇରିନ୍ ନିଜ ସିଙ୍ଗିଙ୍ଗ ଟାଲେଣ୍ଟ ପାଇଁ ବେଶ୍ ଲୋକପ୍ରିୟ ଥିଲେ।

Irene Cara, Oscar-winning Flashdance and Fame singer, has died | TAG24

୧୯୮୦ରେ ରିଲିଜ ହୋଇଥିବା ଫିଲ୍ମ ଫେମ୍‌ର ଟାଇଟଲ ଟ୍ରାକ୍ ଗାଇ ସେ ହିଟ୍ ହୋଇଥିଲେ। ଏହି ଆମେରିକୀୟ ସିଙ୍ଗର ତଥା ଅଭିନେତ୍ରୀ ‘ଫ୍ଲାଶଡ୍ୟାନ୍ସ ହ୍ୱାଟ୍ ଏ ଫିଲିଙ୍ଗ’ରେ ନିଜର ମେଲୋଡିଅସ୍ ସିଙ୍ଗିଙ୍ଗ୍ ପାଇଁ ଓସ୍କାର ଓ ଓ ଗ୍ରାମୀ ଆୱାର୍ଡ ଜିତିଥିଲେ।

Advertisment

Oscar-winning actor and singer Irene Cara passes away at 63 due to unknown reasons

୧୯୯୫ରେ ନ୍ୟୁୟର୍କ ସହରରେ ଜନ୍ମିତ କାରା ୫ ଭାଇ ଭଉଣୀ ମଧ୍ୟରୁ ସବୁଠୁ ସାନ ଥିଲେ। ସେ ସ୍ପେନିଶ ଭାଷାରେ ଟେଲିଭିଜନରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ପ୍ରଥମେ ଶିଶୁ କଳାକାର ରୂପେ ନିିଜର ପ୍ରଥମ ମ୍ୟୁଜିକ୍ ରେକର୍ଡ କରିଥିଲେ। ଏହାପରେ ସେ ସ୍ପେନିଶ, ଇଂରାଜୀ ଓ ଅନେକଗୁଡିଏ ବ୍ରାଣ୍ଡେଡ୍ ମ୍ୟୁଜିକ ଭିଡିଓରେ ନଜର ଆସିଥିଲେ।