Advertisment

କାର୍‌ ଭିତରୁ ମିଳିଲା 'ଓସ୍କାର' ବିଜୟୀ ଅଭିନେତାଙ୍କ ମୃତଦେହ

ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି।

author-image
Madhupriya Mistry
Actor Lee Sun Kyun

Actor Lee Sun Kyun

ଚାଲିଗଲେ ଓସ୍କାର ବିଜୟୀ ଫିଲ୍ମ ଅଭିନେତା। ସନ୍ଦିଗ୍ଧ ଅବସ୍ଥାରେ କାର୍‌ରେ ଭତରୁ ମିଳିଛି ତାଙ୍କ ମୃତଦେହ। ଏହାକୁ ନେଇ ଫିଲ୍ମ ଜଗତରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଓସ୍କାର୍‌’ ପୁରସ୍କାର ପ୍ରାପ୍ତ ଫିଲ୍ମ ‘ପାରାସାଇଟ୍‌’ରେ ଅଭିନୟ କରିଥିବା ଦକ୍ଷିଣ କୋରିଆ ଅଭିନେତା ଲି ସୁନ୍‌-କ୍ୟୁନ୍‌ଙ୍କର ଦେହାନ୍ତ ହୋଇଛି। ଏନେଇ ଆଜି ଦକ୍ଷିଣ କୋରିଆର ଅଧିକାରୀମାନେ ଘୋଷଣା କରିଛନ୍ତି। ସିଓଲ୍‌ର ଏକ ପାର୍କରେ ଗୋଟାଏ କାର୍‌ ଭିତରୁ ଲି’ଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।

ମିଡିଆ ରିପୋର୍ଟ ଅନୁସାରେ, ଡିସେମ୍ବର ୨୭ ତାରିଖରେ ସିଓଲର ସେଆଙ୍ଗବୁକ ପୁଲିସ ଷ୍ଟେସନରେ ପାର୍କ ଭିତରେ ଥିବା ଏକ କାର୍‌ରେ ଜଣେ ବ୍ୟକ୍ତି ଚେତାଶୂନ୍ୟ ଅବସ୍ଥାରେ ଥିବା ଅଭିଯୋଗ ହୋଇଥିଲା। ସେହି ବ୍ୟକ୍ତି ଜଣକୁ ଆଉ କିଏ ନୁହେଁ ଓସ୍କାର ପୁରସ୍କାର ବିଜେତା ଅଭିନେତା ଥିଲେ। ସେପଟେ ଖଣ୍ଡେ କାଗଜରେ ‘ସୁସାଇଡ୍‌ ନୋଟ୍‌’ ଭଳି କିଛି ଲେଖି ଲି’ ଘରୁ ଚାଲିଯାଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତାଙ୍କୁ ଖୋଜାଖୋଜି କରିଥିଲା।

Advertisment

ଆଜି ଏହି ୪୮ ବର୍ଷିୟ ଅଭିନେତାଙ୍କୁ କାର୍ ଭିତରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ତାଙ୍କ କାର୍‌ ଭିତରୁ କୋଇଲା ଅଙ୍ଗାର ଜଳାଇବା ଭଳି ଅତିରିକ୍ତ ପ୍ରମାଣ ମିଳିଛି। ପୁଲିସ କହିବା ମୁତାବକ, ଅଭିନେତା ଲି' ନିଜ ପତ୍ନୀଙ୍କ ପାଇଁ ଏକ ସୁସାଇଡ୍‌ ନୋଟ୍ ଓ ସମ୍ପତ୍ତିର କାଗଜପତ୍ର ଛାଡି ଯାଇଛନ୍ତି।

ଅକ୍ଟୋବର ମାସରେ ଡ୍ରଗ୍ସ ମାମଲାରେ ଫସିଥିଲେ ଏହି ଅଭିନେତା। ଡ୍ରଗ୍‌ ସେବନ କରୁଥିବା ଯୋଗୁ ତାଙ୍କ ଉପରେ ପୁଲିସ ତଦନ୍ତ ଚଳାଇଥିଲା। ଏଥିପାଇଁ ପୁଲିସ ଲି’ଙ୍କୁ ୩ ଥର ଜେରା କରିଥିଲା। ଗତ ସପ୍ତାହାରେ ପୁଲିସ ତାଙ୍କୁ ୧୯ ଘଣ୍ଟା ଧରି ଜେରା କରିଥିଲା।

Hollywood Oscar 2023 Hollywood Actor