Advertisment

ଏଥର ମାର୍ଚ୍ଚରେ ମିଳିବ ‘ଓସ୍କାର’

ନୂଆଦିଲ୍ଲୀ: ଏଥର ବିଳମ୍ବ ହେବ ଏକାଡେମୀ ଆୱାର୍ଡ । କରୋନା ମହାମାରୀ ପାଇଁ ଏହି ପୁରସ୍କାର ସମାରୋହକୁ ମାସେ ଘୁଞ୍ଚାଇ ଦିଆଯାଇଛି। ୨୦୨୨ରେ ଆୟୋଜି ହେବାକୁ ଥିବା ‘ଓସ୍କାର’ ସମାରୋହ ଫେବ୍ରୁଆରୀ ମାସରେ ଆୟୋଜିତ ହୋଇଥାନ୍ତା। କିନ୍ତୁ କୋଭିଡ ଯୋଗୁଁ ଏହାକୁ ମାର୍ଚ୍ଚ ମାସକୁ ଘୁଞ୍ଚାଇ ଦେଇଛନ୍ତି ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେଜର ଆୟୋଜକ। ପୂର୍ବରୁ ଓସ୍କାର ୨୭ ଫେବୃଆରୀ ୨୦୨୨ ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ୨୭ […]

ଏଥର ମାର୍ଚ୍ଚରେ ମିଳିବ ‘ଓସ୍କାର’

Oscar

Advertisment

ନୂଆଦିଲ୍ଲୀ: ଏଥର ବିଳମ୍ବ ହେବ ଏକାଡେମୀ ଆୱାର୍ଡ । କରୋନା ମହାମାରୀ ପାଇଁ ଏହି ପୁରସ୍କାର ସମାରୋହକୁ ମାସେ ଘୁଞ୍ଚାଇ ଦିଆଯାଇଛି। ୨୦୨୨ରେ ଆୟୋଜି ହେବାକୁ ଥିବା ‘ଓସ୍କାର’ ସମାରୋହ ଫେବ୍ରୁଆରୀ ମାସରେ ଆୟୋଜିତ ହୋଇଥାନ୍ତା। କିନ୍ତୁ କୋଭିଡ ଯୋଗୁଁ ଏହାକୁ ମାର୍ଚ୍ଚ ମାସକୁ ଘୁଞ୍ଚାଇ ଦେଇଛନ୍ତି ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେଜର ଆୟୋଜକ।

Advertisment

ପୂର୍ବରୁ ଓସ୍କାର ୨୭ ଫେବୃଆରୀ ୨୦୨୨ ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ୨୭ ମାର୍ଚ୍ଚ ୨୦୨୨ ରେ ଅନୁଷ୍ଠିତ ହେବ। ତେବେ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟତା ସମୟସୀମା ଡିସେମ୍ବର ୩୧ ପର‌୍ୟ୍ୟନ୍ତ ରଖାଯାଇଛି।

କରୋନା ମହାମାରୀ ପାଇଁ ପୂର୍ବ ଏଡିସନରେ ଯୋଗ୍ୟତା ସମୟ ସୀମା ୨୦୨୧ ଫେବ୍ରୁଆରୀ ୨୮ ଯାଏଁ ରଖାଯାଇଥିଲା । ଫରେ ‘ଦି ୟୁନାଇଟେଡ୍ ଷ୍ଟେଟ୍ ଭର୍ସେସ୍ ବିଲ୍ଲି ହଲିଡେ’ ଏବଂ ‘ଜୁଡାସ୍ ଆଣ୍ଡ ଦି ବ୍ଲାକ ମସିହା’ ଫିଲ୍ମ ଦୁଇଟି ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରି ନଥିଲା । ଯେଉଁ ଫିଲ୍ମଗୁଡିକ ବାଦ ପଡିଥିଲା ସେହି ଫିଲ୍ମଗୁଡିକ ଏବେ କିନ୍ତୁ ଏହି ପୁରସ୍କାର ଦୌଡରେ ସାମିଲ ହେବାର ମଉକା ପାଇପାରିବେ।

Advertisment

ସୂଚନା ମୁତାବକ ଚଳିତ ବର୍ଷ ଏକାଡେମୀ ଆୱାର୍ଡର ଆୟୋଜନ ଏପ୍ରିଲ ୨୫ରେ ହୋଇଥିଲା। ‘ନୋମେଡଲ୍ୟାଣ୍ଡ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏଥିସହ ଏହି ଫିଲ୍ମଟି ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ହାତେଇଥିଲା।

Oscar 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe