Advertisment

ଓସ୍କାର୍‌ରେ 'DUNE'ର ଜଲୱା, ୱିଲ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲସ୍‌ ଏଞ୍ଜଲିସ୍‌:  ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି ‘ଡ୍ୟୁନ’ର ଜଲୱା। ୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ ଟି ଆୱାର୍ଡ। ବେଷ୍ଟ ସିନେମାଟୋଗ୍ରାଫି, ବେଷ୍ଟ ସାଉଣ୍ଡ କ୍ୟାଟେଗୋରୀ ଏବଂ ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ କ୍ୟାଟେଗୋରୀ ଆୱାର୍ଡ ଜିତିବା ପରେ ‘ଡୁଏନ୍‌’ ବର୍ତ୍ତମାନ ଶ୍ରେଷ୍ଠ ଏଡିଟିଂ ବର୍ଗରେ ଓସ୍କାର ଜିତିଛି। ଏକାଡେମୀ ପୁରସ୍କାରରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଓସ୍କାର୍‌ରେ 'DUNE'ର ଜଲୱା, ୱିଲ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

will smith

ଲସ୍‌ ଏଞ୍ଜଲିସ୍‌:  ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି 'ଡ୍ୟୁନ'ର ଜଲୱା। ୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ ଟି ଆୱାର୍ଡ।

Advertisment

ବେଷ୍ଟ ସିନେମାଟୋଗ୍ରାଫି, ବେଷ୍ଟ ସାଉଣ୍ଡ କ୍ୟାଟେଗୋରୀ ଏବଂ ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ କ୍ୟାଟେଗୋରୀ ଆୱାର୍ଡ ଜିତିବା ପରେ 'ଡୁଏନ୍‌' ବର୍ତ୍ତମାନ ଶ୍ରେଷ୍ଠ ଏଡିଟିଂ ବର୍ଗରେ ଓସ୍କାର ଜିତିଛି। ଏକାଡେମୀ ପୁରସ୍କାରରେ ଏହା 'ଡ୍ୟୁନ୍'ର ଷଷ୍ଠ ବିଜୟ। ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପାଇଁ ଏହା ଡେନିସ୍ ଭିଲେନେଭଙ୍କ ପ୍ରଥମ ପୁରସ୍କାର।

ଶ୍ରେଷ୍ଠ ଅଭିନେତା ରୂପେ ୱିଲ ସ୍ମିଥ ଓସ୍କାର ଆୱାର୍ଡ ହାତେଇଛନ୍ତି। ତାଙ୍କୁ ଫିଲ୍ମ 'King Richard' ପାଇଁ ଏହି ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ରୂପେ 'ଦି ପାୱାର୍ ଅଫ୍ ଡଗ୍‌' ପାଇଁ ଜେନ କାମ୍ପିୟନକୁ ଓସ୍କାର ଆୱାର୍ଡ ମିଳିଛି। ଅନ୍ୟପଟେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜେସିକା ଖ୍ରୀଷ୍ଟିନାଙ୍କୁ ମିଳିଛି ପୁରସ୍କାର।

Advertisment

ସେହିପରି ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ 'Writing With Fire' ଓସ୍କାର ଆୱାର୍ଡରୁ ବଞ୍ଚିତ ହୋଇଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ 'Summer of Soul' ବାଜି ମାରିନେଇଛି। ଓସ୍କାର ନମିନେସନ ଯାଏଁ ଭାରତର ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ 'Writing With Fire' ପହଞ୍ଚିବା  ଏକ ବଡ଼ କଥା, କିନ୍ତୁ ଏହି ଦୌଡ଼ରୁ ବାହାରିବା ମଧ୍ୟ ନିରାଶାଜନକ।

ଜେମ୍ସ ବଣ୍ଡ ଫିଲ୍ମ ହେଉଛି ସେହି ସ୍ମରଣୀୟ ଚଳଚ୍ଚିତ୍ର ଯାହା କେବଳ ହଲିଉଡରେ ନୁହେଁ ସମଗ୍ର ବିଶ୍ୱରେ ଲୋକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ୯୪ତମ ଓସ୍କାର ସମାରୋହରେ 'ଜେମ୍ସ ବଣ୍ଡ'ର ୬୦ବର୍ଷ ପୂର୍ତ୍ତି ହେବା ନେଇ ଉତ୍ସବ ପାଳନ କରାଯାଇଥିଲା।

Hollywood Oscar 2022