Advertisment

ବରଫ ପାହାଡ଼ ଉପରୁ ଖସି ପପ୍ ସିଙ୍ଗର୍‌ଙ୍କ ମୃତ୍ୟୁ, ଗୀତରେ ପୁଟିନ୍‌ଙ୍କୁ କରିଥିଲେ ଟାର୍ଗେଟ୍

ପପ୍ ଗାୟକ ଡିମା ନୋଭା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଏକ ଗୀତ ଗାଇଥିଲେ।

Pop Singer Dima Nova

Pop Singer Dima Nova

Advertisment

ବରଫ ପାହାଡ଼ ଉପରୁ ଖସି ଗଲା ଫେମସ୍ ପପ୍ ସିଙ୍ଗର୍‌ଙ୍କ ଜୀବନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିଜ ଗୀତ ମାଧ୍ୟମରେ ଟାର୍ଗେଟ୍ କରିଥିବା ପପ୍ ସିଙ୍ଗର ଦିମା ନୋଭା ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। 

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୋଭା ରବିବାର ଦିନ ବରଫ ପାହାଡ଼ ନଦୀ ପାର୍ ହେଉଥିବା ବେଳେ ଖସି ପଡିଥିଲେ। ଏହି ସମୟରେ ତାଙ୍କ ଭାଇ ଏବଂ ତିନିଜଣ ସାଙ୍ଗ ମଧ୍ୟ ନୋଭାଙ୍କ ସହ ଥିଲେ। ଏମାନେ ଭୋଲଗା ନଦୀ ପାର ହେଉଥିଲେ ଯାହା ବରଫ ପାଲଟି ଯାଇଥିଲା। ଏହି ସମୟରେ ବରଫ ପାହାଡ଼ ଉପରୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଦୁଇ ବନ୍ଧୁ ବଞ୍ଚି ଯାଇଥିବା ବେଳେ ନୋଭାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ମ୍ୟୁଜିକ ବ୍ୟାଣ୍ଡ କ୍ରିମ ସୋଡାର ଇନଷ୍ଟ।।ଗ୍ରାମ ପୋଷ୍ଟରେ ଶେଆର କରି ସୂଚନା ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ପପ୍ ଗାୟକ ଡିମା ନୋଭା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଏକ ଗୀତ ଗାଇଥିଲେ। ଏହି ଗୀତ ମାଧ୍ୟମରେ ସେ ପୁଟିନଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ଗୀତ ପରେ ନୋଭା ଚର୍ଚ୍ଚା ପରିସରକୁ ଆସିଥିଲେ। କେବଳ ସେତିକି ନୁହେଁ, ଏହି ଗୀତର ଲୋକପ୍ରିୟତା ଏତେ ଥିଲା ଯେ ରୁଷରେ ପୁଟିନଙ୍କ ବିରୋଧରେ ଲୋକମାନେ ଏହି ଗୀତକୁ ବ୍ୟବହାର କରୁଥିଲେ। 

Advertisment

ଏହି ଗୀତର ନାଁ ଥିଲା ଆକ୍ୱା ଡିସ୍କୋ, ଯାହା ବେଶ୍ ଭାଇରାଲ ହୋଇଥିଲା। ୟୁକ୍ରେନ୍ ଓ ରୁଷର ପ୍ରତିଟି ଲୋକଙ୍କ ମୁହଁରେ ଏହା ଶୁଣିବାକୁ ମିଳିଥିଲା। ଏହି ଗୀତର ଲୋକପ୍ରିୟତା ଏତେ ଥିଲା ଯେ, ଯେତେବେଳେ ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିଥିଲା ସେତେବେଳେ ବିକ୍ଷୋଭକାରୀମାନେ ପୁଟିନଙ୍କ ବିରୋଧରେ ଏହି ଗୀତ ଗାଇଥିଲେ।  

Hollywood Dima Nova Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe