Advertisment

ବିବାହ ପୂର୍ବରୁ ପୁଣିଥରେ ଗର୍ଭବତୀ ହେଲେ ପପ୍‌ଷ୍ଟାର୍‌ ରିହାନା

ରିହାନାଙ୍କ ପରଫର୍ମ ଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କ ବେବି ବମ୍ପ।

Rihanna

Rihanna

Advertisment

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଆମେରିକାର ପପ୍‌ ସିଙ୍ଗର ରିହାନା। ତାଙ୍କର ଫ୍ୟାନ୍‌ ଫଲୋଇଂ ଢ଼େର ଅଧିକା। ନିକଟରେ ସେ ଆମେରିକାର ସବୁଠୁ ବଡ଼ ଇଭେଣ୍ଟ ସୁପର ବାଉଲ LVIIରେ ପରଫର୍ମ କରିଥିଲେ। ଏହି ସମୟରେ ତାଙ୍କର ପରଫର୍ମ ଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କ ବେବି ବମ୍ପ। ବିବାହ ପୂବରୁ ରିହାନା ପୁଣିଥରେ ମା' ହେବାକୁ ଯାଉଥିବା ଏହି ଶୋ'ରୁ ଜଣାପଡିଛି। ଏନେଇ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

ଆମେରିକାର ସବୁଠୁ ବଡ ସୁପର ବାଉଲ ହେଲଟାଇମ ଶୋ' ପ୍ରତିବର୍ଷ ଆୟୋଜିତ ହୁଏ। ଏହି ଇଭେଣ୍ଟର ସାରା ବିଶ୍ୱର ବଡ଼ ବଡ଼ ସିଙ୍ଗରମାନେ ଭାଗ ନିଅନ୍ତି। ଚଳିତ ବର୍ଷ ଦୀର୍ଘ ଦିନର ଗ୍ୟାପ୍‌ ପରେ ରିହାନା ଏହି ଶୋ' ମାଧ୍ୟମରେ କମ୍‌ବ୍ୟାକ୍‌ କରିଥିଲେ। ତେବେ ରିହାନା ପରଫର୍ମ କରିବା ସମୟରେ ତାଙ୍କର ବେବି ବମ୍ପକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିହାନା ନାଲି ରଙ୍ଗର ଜମ୍ପ ଶୁଟ୍‌ ପିନ୍ଧି ପରଫର୍ମ କରିଛନ୍ତି। ତେବେ ନିଜ ପରଫର୍ମ ଆରମ୍ଭରୁ ରିହାନା ଗର୍ଭବତୀ ଥିବା ନେଇ ସୂଚନା ଦେଇଛନ୍ତି। ସେ ପିନ୍ଧିଥିବା ଜ୍ୟାକେଟ୍‌ ଖୋଲି ନିଜ ପେଟରେ ହାତ ବୁଲାଉଥିବା ନଜର ଆସିଛନ୍ତି। ସେ ସାରା ବିଶ୍ୱକୁ ସ୍ପଷ୍ଟ ଭାବେ ଗର୍ଭବତୀ ଥିବା ନେଇ ସଙ୍କେତ ଦେଇଛନ୍ତି, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ତାଙ୍କର ଜଣେ ନିକଟ ଲୋକଙ୍କ କହିବା ମୁତାବକ, ରିହାନା ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି। ୯ ମାସ ପୂର୍ବରୁ ରିହାନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ପରେ ନିଜ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ରିହାନା କହିଥିଲେ। ତେଣୁ ଏତେ ଶୀଘ୍ର ଇଭେଣ୍ଟ ଶୋ' କରିବା ତାଙ୍କ ପାଇଁ କଷ୍ଟକର ବୋଲି କହିଥିଲେ।

୩୪ ବର୍ଷୀୟ ଗ୍ରାମୀ ଆଓ୍ୱାର୍ଡ ବିଜେତା ରିହାନା ଓ ତାଙ୍କ ବୟଫ୍ରେଣ୍ଡ ରକି ୨୦୨୨ରେ ନିଜ ପୁଅର ଖୁସି ଖବର ଦୁନିଆକୁ ଜଣାଇଥିଲେ। ୨୦୨୨ ମେ' ମାସରେ ରିହାନା ପ୍ରଥମ ଥର ପାଇଁ ମା' ହୋଇଥିଲେ। ରକି ଓ ରିହାନା ଉଭୟ ବେଶ୍‌ ପୁରୁଣା ବନ୍ଧୁ। ୨୦୨୦ରେ ଉଭୟ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ୨୦୨୩ରେ ସେ ବିବାହ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ରିହାନା ପୁଣି ଥରେ ଗର୍ଭବତୀ ଅଛନ୍ତି। ତେଣୁ ତାଙ୍କ ବିବାହ ଘୁଞ୍ଚିପାରେ ବୋଲି କୁହାଯାଉଛି।

Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe