Advertisment

ନିକ୍‌ଙ୍କୁ ଛାଡ଼ି ଆଉ ଜଣେ ହଲିଉଡ ଅଭିନେତାଙ୍କ ପ୍ରେମରେ ପଡ଼ିଲେ ପ୍ରିୟଙ୍କା!

ନିକ୍ ଜୋନସ୍‌ଙ୍କୁ ଛାଡି ସାମ୍ ହ୍ୟୁଗନ୍‌ଙ୍କ ପ୍ରେମରେ ପଡିଛନ୍ତି ପ୍ରିୟଙ୍କା

Nick Jonas With Priyanka Chopra

Nick Jonas With Priyanka Chopra

Advertisment

ଗ୍ଲୋବଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏ, ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଏହାରି ଭିତରେ ଏବେ ସେ ପୁଣି ଥରେ ପ୍ରେମରେ ପଡିଛନ୍ତି। ସ୍ୱାମୀ ତଥା ପପ୍‌ଷ୍ଟାର ନିକ୍ ଜୋନସ୍‌ଙ୍କୁ ଛାଡି ସେ ଆଉ ଜଣେ ହଲିଉଡ ଅଭିନେତାଙ୍କ ସହ ରୋମାଣ୍ଟିକ୍ ହୋଇଛନ୍ତି। 

Advertisment
Priyanka Chopra With Sam HeughanPriyanka Chopra With Sam Heughan

ପ୍ରକୃତରେ ପ୍ରିୟଙ୍କା ହଲିଉଡ ଅଭିନେତା ସାମ୍ ହ୍ୟୁଗନ୍‌ଙ୍କ ପ୍ରେମରେ ପଡିଛନ୍ତି। ତେବେ ପ୍ରକୃତରେ ନୁହେଁ ଫିଲ୍ମରେ। ସାମ୍ନାକୁ ଆସିଛି ପ୍ରିୟଙ୍କା ଚୋପ୍ରାଙ୍କ ଅପ୍‌କମିଂ ହଲିଉଡ ଫିଲ୍ମ ‘ଲଭ୍ ଏଗେନ୍‌’ର ଟ୍ରେଲର୍। ଏଥିରେ ସେ ନିକ୍ ଜୋନସ୍‌ଙ୍କୁ ଛାଡି ସାମ୍ ହ୍ୟୁଗନ୍‌ଙ୍କ ପ୍ରେମରେ ପଡିଛନ୍ତି।  

କ୍ୱାଣ୍ଟିକୋ ଭଳି ଶୋ’ କରି ହଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ପ୍ରିୟଙ୍କା। ଏବେ ଦୀର୍ଘ ଦିନ ପରେ ପ୍ରିୟଙ୍କା ହଲିଉଡ ଫିଲ୍ମ ଲଭ୍ ଏଗେନ୍ ଜରିଆରେ ପୁଣି ଥରେ କମ୍‌ବ୍ୟାକ୍ କରିଛନ୍ତି। ଏହା ଏକ ରୋମାଣ୍ଟିକ୍ ଫିଲ୍ମ। ଏଥିରେ ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି।  

Advertisment

ଏହି ଫିଲ୍ମରେ ମୀରା ଭୂମିକାରେ ନଜର ଆସିବେ ପ୍ରିୟଙ୍କା। ତାଙ୍କ ଅପୋଜିଟ୍‌ରେ ସାମ ହ୍ୟୁଗନ ଲିଡ୍ ରୋଲରେ ଅଛନ୍ତି। ରିଲିଜ ହୋଇଥିବା ୨ ମିନିଟ୍ ୨୮ ସେକେଣ୍ଟର ଟ୍ରେଲର୍‌ରେ ଫିଲ୍ମର ପୂରା କାହାଣୀର ଝଲକ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏହି ଫିଲ୍ମର ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ ମଧ୍ୟ ନଜର ଆସିଛନ୍ତି। ଏଥିରେ ତାଙ୍କର କେମିଓ ରୋଲ୍ ରହିଛି। ଏହି ଫିଲ୍ମ ଜରିଆରେ ପ୍ରଥମ କରି ପ୍ରିୟଙ୍କା ଓ ନିକ୍ ସ୍କ୍ରିନ୍ ଶେଆର କରିବାକୁ ଯାଉଛନ୍ତି । ଆସନ୍ତା ମେ’ ୧୨ ତାରିଖରେ ଫିଲ୍ମଟି ପରଦାକୁ ଆସିବ। 

Priyanka Chopra Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe