Advertisment

ନିକ୍‌ଙ୍କୁ ଝୁରୁଛନ୍ତି ପିସି

ଲଣ୍ଡନ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଏବେ ସେ ହଲିଉଡର ହଟ୍ ଗାର୍ଲ। ବିବାହ ପରେ ସେ ଏବେ ଆମେରିକାରେ ରୁହନ୍ତି। ଏଥିସହ ସେ ବଲିଉଡ ପରେ ହଲିଉଡରେ ମଧ୍ୟ ଧୀରେ ଧୀରେ ପପୁଲାର ହେବାରେ ଲାଗିଛନ୍ତି। ପ୍ରିୟଙ୍କା  ନିଜ କାମ ସହିତ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ଏବେ ନିଜର ଏକ ହଲିଉଡ ପ୍ରୋଜେକ୍ଟ ପାଇଁ ଲଣ୍ଡନ୍‌ରେ ଏକା ରହୁଛନ୍ତି। ସେଠାରେ ସେ ସମର୍ ଟାଇମର ମଜା ଉଠାଉଛନ୍ତି। ଲଣ୍ଡନରେ […]

ନିକ୍‌ଙ୍କୁ ଝୁରୁଛନ୍ତି ପିସି

priyanka-chopra-nick-jonas

Advertisment

ଲଣ୍ଡନ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଏବେ ସେ ହଲିଉଡର ହଟ୍ ଗାର୍ଲ। ବିବାହ ପରେ ସେ ଏବେ ଆମେରିକାରେ ରୁହନ୍ତି। ଏଥିସହ ସେ ବଲିଉଡ ପରେ ହଲିଉଡରେ ମଧ୍ୟ ଧୀରେ ଧୀରେ ପପୁଲାର ହେବାରେ ଲାଗିଛନ୍ତି। ପ୍ରିୟଙ୍କା  ନିଜ କାମ ସହିତ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

Advertisment

ପ୍ରିୟଙ୍କା ଏବେ ନିଜର ଏକ ହଲିଉଡ ପ୍ରୋଜେକ୍ଟ ପାଇଁ ଲଣ୍ଡନ୍‌ରେ ଏକା ରହୁଛନ୍ତି। ସେଠାରେ ସେ ସମର୍ ଟାଇମର ମଜା ଉଠାଉଛନ୍ତି। ଲଣ୍ଡନରେ ତାଙ୍କ ସହ କେବଳ ତାଙ୍କ କୁକୁର ଡାଏନା, ଜିନୋ ଏବଂ ପାଣ୍ଡା ରହୁଛନ୍ତି। ପ୍ରିୟଙ୍କା ଏବେ ତାଙ୍କ ସ୍ୱାମୀ ନିକ୍ ଜୋନସ୍‌ଙ୍କୁ ମିସ୍ କରୁଛନ୍ତି। ତାଙ୍କୁ ଝୁରୁଛନ୍ତି ପିସି। ଏଥିପାଇଁ ତାଙ୍କୁ ମନେପକାଇ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରିୟଙ୍କା ନିକ୍‌ଙ୍କ ଏକ ଫଟୋ ସେଆର କରିଛନ୍ତି।

ରବିବାର ଜୁଲାଇ ୪ ତାରିଖ ଦିନ ଆମେରିକା ତା’ର ସ୍ୱତନ୍ତ୍ରତା ଦିବସ ପାଳନ କରିଛି। ଏନେଇ ପ୍ରିୟଙ୍କା ନିଜ ବିଦେଶୀ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କୁ ମିସ୍ କରୁଥିବା ମଧ୍ୟ କହିଥିଲେ। ପ୍ରିୟଙ୍କା ନିକ୍ ଏବଂ ତାଙ୍କର ଏକ ପୁରୁଣା ଫଟୋକୁ ସେଆର କରିଥିଲେ। ଏହି ଫଟୋରେ ସେ ନିକ୍‌ଙ୍କ ହାତ ଧରି ବସିଥିବା ଦେଖିବାକୁ ମିଳିଥିଲା।

Advertisment

[caption id="attachment_656464" align="aligncenter" width="650"]priyanka ପ୍ରିୟଙ୍କା ନିକ୍ ଏବଂ ତାଙ୍କର ଏକ ପୁରୁଣା ଫଟୋକୁ ସେଆର କରିଥିଲେ।[/caption]

ସେପଟେ ନିକ୍ ଜୋନସ୍ ମଧ୍ୟ ଆମେରିକାର ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ବେସ୍ ଷ୍ଟାଡିୟମ୍‌ରେ ବେସ୍‌ବଲ୍ ମ୍ୟାଚ୍ ଦେଖିବାର ମଜା ନେଇଥିଲେ। ଷ୍ଟାଡିୟମ ଭିତରର ଏକ ଫଟୋକୁ ନିକ୍ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଥିଲେ।

ସୂଚନାଯୋଗ୍ୟ ଯେ, ହପର୍ ଇନଷ୍ଟାଗ୍ରାମ ରିଚ୍ ଲିଷ୍ଟ ୨୦୨୧ ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ୨୭ ତମ ସ୍ଥାନ ହାସଲ କରିଛନ୍ତି । ସେ ଭାରତୀୟ ମନୋରଞ୍ଜନ ଜଗତର ଏକମାତ୍ର ଷ୍ଟାର ଯିଏକି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ସେ ଆଉ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି । ପ୍ରିୟଙ୍କା ଚୋପ୍ରା ପ୍ରଥମ ଭାରତୀୟ ଷ୍ଟାର ହୋଇଛନ୍ତି ଯାହାଙ୍କୁ ଇନଷ୍ଟାଗ୍ରାମରେ ୬୫ ମିଲିୟନରୁ ଅଧିକ ଲୋକ ଫଲୋ କରୁଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚୋପ୍ରାଙ୍କର ୬୫.୩ ନିୟୁତ ଅର୍ଥାତ୍ ୬୦ ମିଲିୟନରୁ ଅଧିକ ଫଲୋୟର୍ସ ଅଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe