Advertisment

ରବର୍ଟ ପାଟିନସନ୍‌ଙ୍କୁ କରୋନା

ନୂଆଦିଲ୍ଲୀ : ହଲିଉଡ୍‌ ସୁପରଷ୍ଟାର ରବର୍ଟ ପାଟିନସନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମେଡିକାଲ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ସେ ‘ଦ ବ୍ୟାଟମ୍ୟାନ୍‌’ର ଫିଲ୍ମରେ ସୁପରହିରୋ ବ୍ୟାଟମ୍ୟାନ୍‌ ଭୂମିକାରେ ଅଭିନୟ କରୁଥିଲେ। ହେଲେ କରୋନା ପାଇଁ ଫିଲ୍ମର ଶୁଟିଂକୁ ଅଧାରୁ ବନ୍ଦ କରାଯାଇଛି। ତେବେ କରୋନାରେ ଆକ୍ରାନ୍ତ ହେବା ପରେ ରବର୍ଟ କୌଣସି ସୂଚନା ଦେଇନଥିଲେ ମଧ୍ୟ ୱାର୍ଣ୍ଣର ବ୍ରଦର୍ସ ପ୍ରବକ୍ତା କହିଛନ୍ତି, ‘ଦ ବ୍ୟାଟନ୍ୟାନ୍‌’ ପ୍ରଡକ୍ସନ୍‌ରେ ଜଣେ ସଦସ୍ୟଙ୍କର କୋଭିଡ୍‌-୧୯ ପଜିଟିଭ୍‌ ଆସିଛି। ପ୍ରୋଟୋକୋଲ ଅନୁସାରେ […]

ରବର୍ଟ ପାଟିନସନ୍‌ଙ୍କୁ କରୋନା

robert4

Advertisment

ନୂଆଦିଲ୍ଲୀ : ହଲିଉଡ୍‌ ସୁପରଷ୍ଟାର ରବର୍ଟ ପାଟିନସନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମେଡିକାଲ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ସେ ‘ଦ ବ୍ୟାଟମ୍ୟାନ୍‌’ର ଫିଲ୍ମରେ ସୁପରହିରୋ ବ୍ୟାଟମ୍ୟାନ୍‌ ଭୂମିକାରେ ଅଭିନୟ କରୁଥିଲେ। ହେଲେ କରୋନା ପାଇଁ ଫିଲ୍ମର ଶୁଟିଂକୁ ଅଧାରୁ ବନ୍ଦ କରାଯାଇଛି।

Advertisment

ତେବେ କରୋନାରେ ଆକ୍ରାନ୍ତ ହେବା ପରେ ରବର୍ଟ କୌଣସି ସୂଚନା ଦେଇନଥିଲେ ମଧ୍ୟ ୱାର୍ଣ୍ଣର ବ୍ରଦର୍ସ ପ୍ରବକ୍ତା କହିଛନ୍ତି, ‘ଦ ବ୍ୟାଟନ୍ୟାନ୍‌’ ପ୍ରଡକ୍ସନ୍‌ରେ ଜଣେ ସଦସ୍ୟଙ୍କର କୋଭିଡ୍‌-୧୯ ପଜିଟିଭ୍‌ ଆସିଛି। ପ୍ରୋଟୋକୋଲ ଅନୁସାରେ ତାଙ୍କୁ ଆଇସୋଲେଟ୍‌ କରାଯାଇଛି। ତେବେ ମିଡିଆ ରିପୋର୍ଟ ଅନୁସାରେ ସେହି ସଦସ୍ୟ ଜଣକ ଅଭିନେତା ରବର୍ଟ ପାଟିନସନ୍‌ ବୋଲି ଜଣାପଡ଼ିଛି।

ଫିଲ୍ମ ‘ବ୍ୟାଟମ୍ୟାନ’କୁ ୨୦୨୧ ଜୁନ୍‌ରେ ରିଲିଜ୍‌ କରିବା ପାଇଁ ଯୋଜନା କରାଯାଇଥିଲା। ଏମିତିକି ଫିଲ୍ମର ଲୁକ୍ ମଧ୍ୟ ରିଲିଜ୍‌ ହୋଇସାରିଥିଲା। କିନ୍ତୁ ୩ ମାସ ଶୁଟିଂ ପରେ କରୋନା ପାଇଁ ଫିଲ୍ମର ଶୁଟିଂକୁ ଅଧାରୁ ବନ୍ଦ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଲକଡାଉନ ପାଇଁ ପୂର୍ବରୁ ଶୁଟିଂ ବନ୍ଦ ହେବା ଯୋଗୁଁ ଏହି ଫିଲ୍ମକୁ କ୍ଷତି ସହିବାକୁ ପଡ଼ିଥିଲା। ଏବେ ଫିଲ୍ମର ମୁଖ୍ୟ ଅଭିନେତା କରୋନାରେ ଆକ୍ରାନ୍ତ ହେବା ଫିଲ୍ମ ପାଇଁ ପୁଣି ଏକ ସମସ୍ୟା ଆଣିଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe