Advertisment

ଖୁସି ଖବର ଦେଲେ ସ୍କାରଲେଟ୍‌

ଲସ୍‌ଏଞ୍ଜେଲିସ: ଖୁସି ଖବର ଦେଲେ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ। ‘ବ୍ଲାକ୍‌ ୱିଡୋ’ ଫେମ୍‌ ସ୍କାର୍‌ଲେଟ୍‌ ଜୋହାନସଙ୍କ ଘରକୁ ଆସିବେ ନୂଆ ଅତିଥି। ସେ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଏହି ଗୁଡ୍‌ ନ୍ୟୁଜ୍‌କୁ ତାଙ୍କ ସ୍ୱାମୀ ନିଜେ ସୂଚନା ଦେଇଛନ୍ତି। ଏକ ଷ୍ଟାଣ୍ଡଅପ୍‌ କମେଡି ଆକ୍ଟ ସମୟରେ ପତ୍ନୀ ସ୍କାରଲେଟ୍‌ ଗର୍ଭବତୀ ଥିବା ନେଇ ସେ କହିଛନ୍ତି। ତେବେ ସ୍କାରଲେଟ୍‌ ପ୍ରଥମଥର ପାଇଁ ମା’ ହେବାକୁ ଯାଉ ନାହାନ୍ତି। ଏହା ତାଙ୍କ ଦ୍ୱିତୀୟ ସନ୍ତାନ ହେବ। ପୂର୍ବରୁ […]

author-image
Madhupriya Mistry
ଖୁସି ଖବର ଦେଲେ ସ୍କାରଲେଟ୍‌

scarlett Johansson

ଲସ୍‌ଏଞ୍ଜେଲିସ: ଖୁସି ଖବର ଦେଲେ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ। 'ବ୍ଲାକ୍‌ ୱିଡୋ' ଫେମ୍‌ ସ୍କାର୍‌ଲେଟ୍‌ ଜୋହାନସଙ୍କ ଘରକୁ ଆସିବେ ନୂଆ ଅତିଥି। ସେ ପୁଣିଥରେ ମା' ହେବାକୁ ଯାଉଛନ୍ତି। ଏହି ଗୁଡ୍‌ ନ୍ୟୁଜ୍‌କୁ ତାଙ୍କ ସ୍ୱାମୀ ନିଜେ ସୂଚନା ଦେଇଛନ୍ତି। ଏକ ଷ୍ଟାଣ୍ଡଅପ୍‌ କମେଡି ଆକ୍ଟ ସମୟରେ ପତ୍ନୀ ସ୍କାରଲେଟ୍‌ ଗର୍ଭବତୀ ଥିବା ନେଇ ସେ କହିଛନ୍ତି।

Advertisment

ତେବେ ସ୍କାରଲେଟ୍‌ ପ୍ରଥମଥର ପାଇଁ ମା' ହେବାକୁ ଯାଉ ନାହାନ୍ତି। ଏହା ତାଙ୍କ ଦ୍ୱିତୀୟ ସନ୍ତାନ ହେବ। ପୂର୍ବରୁ ତାଙ୍କର ଜଣେ ୬ ବର୍ଷୀୟ ଝିଅ ଅଛି। ପ୍ରଥମ ବିବାହ ପରେ ତାଙ୍କର ଏହି ଝିଅ ହୋଇଥିଲା। ତାଙ୍କ ପୂର୍ବତନ ସ୍ୱାମୀଙ୍କ ନାଁ ଫ୍ରେଞ୍ଚମ୍ୟାନ୍‌ ରୋମାନ ଡ୍ୟୁରିକ୍‌ ଥିଲା। ଫ୍ରେଞ୍ଚମ୍ୟାନଙ୍କ ଠାରୁ ଛାଡପତ୍ର ନେବା ପରେ କଲିନ୍‌ ଏବଂ ସ୍କାରଲେଟ୍‌ ଦୀର୍ଘ ୩ ବର୍ଷ ପରସ୍ପରକୁ ଡେଟ୍‌ କରିଥିଲେ। ଏହାପରେ ଅକ୍ଟୋବର ୨୦୨୦ରେ ଉଭୟ ବିବାହ କରିଥିଲେ।

ଗତ ୧ ମାସ ଧରି ସ୍କାରଲେଟ୍‌ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ଯେତେବେଳେ ସେ ଫିଳ୍ମ 'ବ୍ଲାକ ୱିଡୋ'ର ପ୍ରମୋସନରୁ ଦୂରେଇ ରହିଥିଲେ ସେତେବେଳେ ହିଁ ସେ ଗର୍ଭବତୀ ଥିବା କୁହାଯାଉଥିଲା। ସ୍କାରଲେଟ୍‌ ଫିଲ୍ମ 'ବ୍ଲାକ ୱିଡୋ'ର ପ୍ରମୋସନ ପାଇଁ କିଛି ବି କରୁନଥିଲେ, ଯାହା ସମସ୍ତଙ୍କୁ ଚକିତ କରିଥିଲା। ଏହାପରେ ଜୁନ୍‌ ୨୧ରେ ଜୁମ୍‌ ଭିଡିଓ ଜରିଆରେ 'ଦ ଟୁନାଇଟ୍‌ ଶୋ'  ୱିଦ୍‌ ଜିମ୍ମି ଫେଲନ'ରେ ସ୍କାରଲେଟ୍‌ ଭାଗ ନେଇଥିଲେ।

Advertisment

ସୂଚନା ମୁତାବକ, ସ୍କାରଲେଟ୍‌ ହଲିଉଡର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ହଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ନିକଟରେ ତାଙ୍କର ଫିଲ୍ମ 'ବ୍ଲାକ ୱିଡୋ' ଓଟିଟିରେ ରିଲିଜ ହୋଇଛି। ଏହାକୁ ନେଇ ସ୍କାରଲେଟ୍‌ ଡଜ୍‌ନୀ ନାଁରେ ମକଦ୍ଦମା ଦାୟର କରିଛନ୍ତି। ସ୍କାରଲେଟ୍‌ଙ୍କ ମୁତାବକ, ଡିଜ୍‌ନୀ ଏବଂ ମାର୍ବଲ ଏଣ୍ଟରେଟନ୍‌ମେଣ୍ଟ ସହ ମିଶି ଫିଲ୍ମଟିକୁ ଥିଏଟରରେ ରିଲିଜ କରିବାକୁ ଚୁକ୍ତି ହୋଇଥିଲା। କିନ୍ତୁ ଫିଲ୍ମଟିକୁ ଓଟିଟି ପ୍ଲାଟ ଫର୍ମ ଡିଜ୍‌ନୀ ପ୍ଲସରେ ରିଲିଜ କରି ଚୁକ୍ତିନାମାକୁ ଖଣ୍ଡନ କରାଯାଇଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି।

Hollywood