Advertisment

ଲାଇଭ କନ୍‌ସର୍ଟ ବେଳେ ଜୋତା ଧୋଇ ପାଣି ପିଇଲେ ସିଙ୍ଗର୍‌

ନିଜ ଜୋତା ଖୋଲି ସେଥିରେ ପାଣି ଢ଼ାଳି ପିଇଥିଲେ ହ୍ୟାରି। ଏହାକୁ ଦେଖି ଉପସ୍ଥିତ ଥିବା ଲୋକେ ଚକିତ ହୋଇ ପଡିଥିଲେ।

author-image
Madhupriya Mistry
singer harry styles

singer harry styles

ଲାଇଭ କନ୍‌ସର୍ଟ ବେଳେ ଦେଖିବାକୁ ମିଳିଲା ଅଜବଗଜବ ଦୃଶ୍ୟ। ହଠାତ୍ ସମସ୍ତଙ୍କ ସାମ୍ନାରେ ନିଜ ଜୋତା ଧୋଇ ପାଣି ପଇଲେ ସିଙ୍ଗର୍। ଜୋତା ଧୋଇ ପାଣି ପିଇବା ପରେ ଆରମ୍ଭ କଲେ ନିଜ କାର୍ଯ୍ୟକ୍ରମ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ହଲିଉଡର ଫେମସ୍ ସିଙ୍ଗର ତଥା ରାଇଟର୍ ହ୍ୟାରି ଷ୍ଟାଇଲ୍ସ। ନିକଟରେ ଫେବ୍ରୁଆରୀ ୨୦ ତାରିଖରେ ପର୍ଥରେ ତାଙ୍କର ଏକ ଲାଇଭ କନ୍‌ସର୍ଟ ଆୟୋଜିତ ହୋଇଥିଲା। ଏହି ସମୟରେ ସେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ନିଜ ଜୋତା ଖୋଲି ସେଥିରେ ପାଣି ଢ଼ାଳି ପିଇଥିଲେ ହ୍ୟାରି। ଏହାକୁ ଦେଖି ଉପସ୍ଥିତ ଥିବା ଲୋକେ ଚକିତ ହୋଇପଡିଥିଲେ। 

ପ୍ରକୃତରେ ହ୍ୟାରି  ଅଷ୍ଟ୍ରେଲିଆର ଏକ ପ୍ରସିଦ୍ଧ ପରମ୍ପରାକୁ ଆପଣାଇ ନିଜ ସିଙ୍ଗିଙ୍ଗ କନସର୍ଟ ଆରମ୍ଭ କରିଥିଲେ। ଏହାପରେ ହ୍ୟାରି ଉପସ୍ଥିତ ଦର୍ଶକଙ୍କୁ ପଚାରିଥିଲେ, ‘କାହା ପାଖରେ ଏମିତି କିଛି ପାନୀୟ ଅଛି, ଯାହାକୁ ଉଧାର ଦେବାରେ କାହାର ଅସୁବିଧା ନାହିଁ। ଆମେ ପାଣି ସହ ଶୋ’ କରି ପାରିବା ନା ଏହା ନିୟମ ବିରୁଦ୍ଧ ଅଟେ? ବୋଲି ସେ ପ୍ରଶଂସକଙ୍କୁ ପଚାରିଥିଲେ।’ 

Advertisment

ଲାଇଭ କନସର୍ଟ ପରେ ଏହି ଅଜବଗଜବ ପରମ୍ପରା ଉପରେ ମନ୍ତବ୍ୟ ଦେଇ ହ୍ୟାରି କହିଥିଲେ, ‘ମୁଁ ନିଜକୁ ଜଣେ ଭିନ୍ନ ବ୍ୟକ୍ତି ବୋଲି ଅନୁଭବ କରୁଛି। ଏହା ସବୁଠାରୁ ଘୃଣ୍ୟ ପରମ୍ପରା ମଧ୍ୟରୁ ଗୋଟିଏ। ମୁଁ ନିଜକୁ ଲଜ୍ଜିତ ଅନୁଭବ କରୁଛି। ଏହା ଅତ୍ୟନ୍ତ ବ୍ୟକ୍ତିଗତ ଚିନ୍ତାଧରା।’

ପ୍ରକୃତରେ ଅଷ୍ଟ୍ରେଲିଆରେ ମଦ ପିଇବାକୁ ନେଇ ଏଭଳି ଏକ ଅଜବଗଜବ ପରମ୍ପରା ରହିଛି। ଏହାକୁ ‘ଶୁୟ’ କୁହାଯାଏ। ଏହା ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆରେ ଆୟୋଜିତ ଅନେକ କାର‌୍ୟ୍ୟକ୍ରମରେ ଏହି ପ୍ରକାର ପ୍ରଦର୍ଶନ କରାଯାଇଛି। ଫର୍ମୁଲା ୱାନ ଡ୍ରାଇଭର ଡାନିଏଲ ରିକାର୍ଡୋ ଷ୍ଟେଜରେ ଜୋତାରେ ମଦ ଢାଳି ପିଇଥିବା ମଧ୍ୟ ନଜିର ରହିଛି। 

Viral Video Hollywood