Advertisment

ସଲମାନଙ୍କ ପରେ ଏହି ଗାୟିକାଙ୍କୁ କାମୁଡିଲା ସାପ

ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରିରେ ସାପ ଆତଙ୍କ। ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ପରେ ଏବେ ପ୍ରସିଦ୍ଧ ଗାୟିକାଙ୍କୁ କାମୁଡିଲା ସାପ। ୨୧ ବର୍ଷୀୟା ଇଣ୍ଟରନ୍ୟାସନାଲ ସିଙ୍ଗର ମେଟାଙ୍କୁ ସାପ ସହ ଫଟୋସୁଟ୍‌ କରିବା ମହଙ୍ଗା ପଡିଛି। ଫଟୋ ସୁଟ୍‌ ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିବା ଜଣାପଡିଛି। ଏନେଇ ସେ ନିଜେ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେଟା ସୋସିଆଲ ମିଡିଆରେ ନିଜର ଏକ ଫଟୋସୁଟର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସଲମାନଙ୍କ ପରେ ଏହି ଗାୟିକାଙ୍କୁ କାମୁଡିଲା ସାପ

Meeta

ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରିରେ ସାପ ଆତଙ୍କ। ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ପରେ ଏବେ ପ୍ରସିଦ୍ଧ ଗାୟିକାଙ୍କୁ କାମୁଡିଲା ସାପ। ୨୧ ବର୍ଷୀୟା ଇଣ୍ଟରନ୍ୟାସନାଲ ସିଙ୍ଗର ମେଟାଙ୍କୁ ସାପ ସହ ଫଟୋସୁଟ୍‌ କରିବା ମହଙ୍ଗା ପଡିଛି। ଫଟୋ ସୁଟ୍‌ ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିବା ଜଣାପଡିଛି। ଏନେଇ ସେ ନିଜେ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମେଟା ସୋସିଆଲ ମିଡିଆରେ ନିଜର ଏକ ଫଟୋସୁଟର ଭିଡିଓ ଶେୟାର କରିଛନ୍ତି । ତାଙ୍କର ଏହି ଭିଡିଓକୁ ଦେଖିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ହୋସ୍‌ ଉଡିଯାଇଛି। ଟ୍ୱିଟରରେ ପ୍ରଶଂସକଙ୍କ ସହ ମେଟା ଏହି ଭିଡିଓ ଶେଆର କରିଛନ୍ତି। ଏହି ଯନ୍ତ୍ରଣାଦାୟକ ଭିଡିଓ ଶେଆର କରି ସେ ଲେଖିଛନ୍ତି, ‘ଆଉ କେବେ ନୁହେଁ।'

After Salman Khan Snake bites international singer Maeta on face shocking video goes VIRAL

ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମେଟା ନିଜ ଦେହ ଉପରେ ସାପକୁ ପକାଇ ଫଟୋସୁଟ କରୁଥଲେ। ଏହି ସମୟରେ ହଠାତ୍ ଏକ କଳା ରଙ୍ଗର ସାପ ତାଙ୍କ ମୁହଁକୁ କାମୁଡି ଦେଇଥିଲା। ସାପ କାମୁଡ଼ିବା ଦ୍ୱାରା ମେଟା ଭୟଭୀତ ହୋଇ ସଙ୍ଗେ ସଙ୍ଗେ ତାକୁ ନିଜ ଉପରୁ ଉଠାଇ ଫୋପାଡି ଦେଇଥିଲେ। ସୌଭାଗ୍ୟ ବଶତଃ ଏହି ସାପକୁ ଫଟୋସୁଟରେ ବ୍ୟବହାର କରାଯାଉଥିବାରୁ ଏହା ବିଷାକ୍ତ ନଥିଲା।

Advertisment

ଏହି ଘଟଣା ପରେ ଉକ୍ତ ଗାୟିକା ଜଣକ ଭୟଭୀତ ହୋଇପଡିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ପରେ ସେ ସୁସ୍ଥ ଥିବା ଜଣାପଡିଛି। ସୁସ୍ଥ ହେବା ପରେ ଗାୟିକା ଜଣକ ନିଜ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, 'ଆପଣ ସମସ୍ତଙ୍କ ଲାଗି ଭିଡିଓ ତିଆରି କରିବା ପାଇଁ ମୋତେ କ'ଣ କ'ଣ କରିବାକୁ ପଡୁଛି।'

ସୂଚନା ମୁତାବକ, ମେଟା ଲୋକପ୍ରିୟ ହଲିଉଡ ଗୀତ 'ବିଚ୍‌ ଡୋଣ୍ଟ ବି ମେଡ୍‌' ଗାଇଛନ୍ତି। ଏହି ଗୀତ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ନିକଟରେ ସେ ମ୍ୟୁଜିକ ଭିଡିଓ ଆଲବମ୍‌ 'ହ୍ୟାବିଟ୍‌ସ' ରେ ମଧ୍ୟ ଡେବ୍ୟୁ କରିଛନ୍ତି।

View this post on Instagram

A post shared by Maeta (@maetasworld)