Advertisment

ଦେଶୀ ଗର୍ଲଙ୍କ ଦେଢଶୁରଙ୍କ ବୈବାହିକ ଜୀବନରେ ଫାଟ, ହୋଇପାରେ ବିଚ୍ଛେଦ

ଗତ ୪ ବର୍ଷ ଧରି ସେମାନେ ହସଖୁସିରେ ବୈବାହିକ ଜୀବନ କାଟୁଥିବା ବେଳେ ପ୍ରାୟ ୬ ମାସ ହେବ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଛି।

author-image
Niharika Rout
Joe Jonas & Sophie Turner

Joe Jonas & Sophie Turner

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଶାଶୁ ଘରେ ସବୁ କିଛି ଠିକ୍‌ ଚାଲିନି। ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ଙ୍କ ବଡ଼ ଭାଇ ଜୋ’ ଜୋନସ୍‌ ଓ ତାଙ୍କ ପତ୍ନୀ ସୋଫିଆ ଟର୍ନରଙ୍କ ସମ୍ପର୍କରେ ଦେଖାଦେଇଛି ଫାଟ। ଉଭୟଙ୍କର ହୋଇପାରେ ବିଚ୍ଛେଦ ।

Advertisment

ଗତ ୪ ବର୍ଷ ଧରି ସେମାନେ ହସଖୁସିରେ ବୈବାହିକ ଜୀବନ କାଟୁଥିବା ବେଳେ ପ୍ରାୟ ୬ ମାସ ହେବ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଛି। ଏପରିକି ନିଜ ବୈବାହିକ ଜୀବନର ପରିସମାପ୍ତି ପାଇଁ ଜୋ’ ଜୋନସ୍‌ ଲସ୍‌ ଏଞ୍ଜେଲସ୍‌ରେ କିଛି ଆଇନ୍‌ ବିଶେଷଜ୍ଞଙ୍କ ସହ ପରାମର୍ଶ ଗ୍ରହଣ କରୁଥିବା ଜଣାଯାଇଛି।

ଜୋ’ ଜୋନସ୍‌ ଆମେରିକାର ଜଣେ ପପୁଲାର ସିଙ୍ଗର ହୋଇଥିବା ବେଳେ ତାଙ୍କ ପତ୍ନୀ ସୋଫିଆ ଜଣେ ଅଭିନେତ୍ରୀ। ୨୦୧୬ ମସିହାରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ୨୦୧୯ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ୨୦୨୦ ଓ ୨୦୨୨ ମସିହାରେ ଉଭୟ ଦୁଇ କନ୍ୟା ସନ୍ତାନଙ୍କ ପିତାମିତା ହୋଇଥିଲେ।

Advertisment

ସବୁ କିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ପ୍ରାୟ ୬ ମାସ ହେବ ଉଭୟ ସମ୍ପର୍କ ଠିକ୍‌ ନ ଥିବା ଅନୁମାନ କରାଯାଉଛି। ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଉଭୟ କିନ୍ତୁ ସର୍ବସାଧାରଣରେ ଏକାଠି ନଜର ଆସୁଥିଲେ। ଏପରିକି ଜୋ’ଙ୍କ କନସର୍ଟରେ ମଧ୍ୟ ସୋଫିଆଙ୍କୁ ଦେଖିବାକୁ ମିଳୁଥିଲା।

ମାତ୍ର ଏବେ ଉଭୟ କୋର୍ଟ ଚକ୍କର କାଟୁଥିବା ଜଣାପଡ଼ିବା ପରେ ବିବାହ ବିଚ୍ଛେଦ କଥା ପଦାକୁ ଆସୁଛି। ଗତ ୩ ମାସ ହେବ ଜୋ’ ନିଜର ୨ ଝିଅଙ୍କର ପ୍ରଥମ କେୟାରଟେକର ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏପରିକି ନିଜ ବିଜି ସିଡ୍ୟୁଲ ଭିତରେ ବି ସେ ୨ ଛୁଆଙ୍କ କଥା ବୁଝିବାକୁ ଭୁଲୁ ନାହାନ୍ତି। ତେବେ ଏହି ସମୟରେ ସୋଫିଆ କେଉଁଠି ଓ କ’ଣ କରୁଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ।

ତେବେ ଉଭୟଙ୍କ ସମ୍ପର୍କ କେଉଁ ଆଡ଼େ ଯାଉଛି, ଉଭୟ ସବୁ ଚ୍ୟାଲେଞ୍ଜକୁ ସାମନା କରି ନିଜ ସମ୍ପର୍କକୁ ବଞ୍ଚାଇ ପାରୁଛନ୍ତି, ନା ଅଲଗା ରାସ୍ତା ବାଛି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

କିଛି ବର୍ଷ ପୂର୍ବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରିୟଙ୍କା ନିଜ ସୋଶାଲ ମିଡିଆ ଆକାଉଣ୍ଟରୁ ଜୋନସ୍‌ ଟାଇଟଲ୍‌ ହଟାଇ ଦେବା ସହ ନିଜର ସିଙ୍ଗଲ ଫଟୋ ପୋଷ୍ଟ କରିଥିଲେ। ଏହାକୁ ନେଇ ନିକ୍‌ ଜୋନସ୍‌ଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ଖବର ଗଣମାଧ୍ୟମରେ ହଟ୍‌ ଗସିପ ପାଲଟିଥିଲା। ମାତ୍ର ଉଭୟ ଏବେ ଉଭୟ ନିଜ ଝିଅ ମାଳତୀ ସହ ବେଶ୍‌ ଖୁସିରେ ଅଛନ୍ତି। 

Priyanka Chopra