Advertisment

ଛୁଆ ଜନ୍ମର ୨୧ ଦିନ ପରେ ପୁଣି ଗର୍ଭବତୀ ହେଲେ ପ୍ରିୟଙ୍କାଙ୍କ ବଡ଼ ଯାଆ?

ଲସ୍‌ଏଞ୍ଜଲିସ୍‌: ବଲିଉଡ ଅଭିନେତ୍ରୀ ତଥା ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବଡ଼ ଯାଆ ସୋଫି ଟର୍ଣ୍ଣର କୁଆଡେ ପୁଣିଥରେ ଗର୍ଭବତୀ ଅଛନ୍ତି। ସେ ନିଜ ପ୍ରେଗ୍ନେସିକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋଫି ଓ ତାଙ୍କ ସ୍ୱାମୀ ଜୋ ଜୋନସ୍‌ ଚଳିତ ବର୍ଷ ଜୁଲାଇ ମାସରେ ଦ୍ୱିତୀୟ ଥର ପାଇଁ ବାପା ମା’ ହୋଇଛନ୍ତି। ତେବେ ଛୁଆ ଜନ୍ମ କରିବାର ୨୧ ଦିନ ପରେ ଏହି ହଲିଉଡ ଅଭିନେତ୍ରୀ ଜଣକ କୁଆଡେ ପୁଣିଥରେ ଗର୍ଭବତୀ ଥିବା ଖବର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଛୁଆ ଜନ୍ମର ୨୧ ଦିନ ପରେ ପୁଣି ଗର୍ଭବତୀ ହେଲେ ପ୍ରିୟଙ୍କାଙ୍କ ବଡ଼ ଯାଆ?

sophie-turner and Priyanka Chopra

ଲସ୍‌ଏଞ୍ଜଲିସ୍‌: ବଲିଉଡ ଅଭିନେତ୍ରୀ ତଥା ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବଡ଼ ଯାଆ ସୋଫି ଟର୍ଣ୍ଣର କୁଆଡେ ପୁଣିଥରେ ଗର୍ଭବତୀ ଅଛନ୍ତି। ସେ ନିଜ ପ୍ରେଗ୍ନେସିକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋଫି ଓ ତାଙ୍କ ସ୍ୱାମୀ ଜୋ ଜୋନସ୍‌ ଚଳିତ ବର୍ଷ ଜୁଲାଇ ମାସରେ ଦ୍ୱିତୀୟ ଥର ପାଇଁ ବାପା ମା' ହୋଇଛନ୍ତି। ତେବେ ଛୁଆ ଜନ୍ମ କରିବାର ୨୧ ଦିନ ପରେ ଏହି ହଲିଉଡ ଅଭିନେତ୍ରୀ ଜଣକ କୁଆଡେ ପୁଣିଥରେ ଗର୍ଭବତୀ ଥିବା ଖବର ଚର୍ଚ୍ଚା ହେଉଛି।

Advertisment

ବାସ୍ତବରେ ସୋଫି ଟର୍ଣ୍ଣର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ନିଜ ବେବି ବମ୍ପକୁ ଦେଖାଉଥିବା ନଜର ଆସିଛନ୍ତି। କଳା ରଙ୍ଗର କ୍ରପ୍‌ ଟପ୍‌ ଆଉ ଲେଗିନ୍‌ସ ସହ ଗ୍ରେ ଓ ଅରେଞ୍ଜ ରଙ୍ଗର ଜ୍ୟାକେଟ୍‌ ପିନ୍ଧି ସୋଫି ନିଜ ବେବି ବମ୍ପ ଦେଖାଇଛନ୍ତି। ଏହି ଫଟୋକୁ ଶେଆର କରି ସେ ଲେଖିଛନ୍ତ, ' ଫୁଲ୍‌ ଅଫ୍‌ ବେବି'।

ବାସ୍‌ ତାଙ୍କର ଏହି ଫଟୋକୁ ନେଇ ଏବେ ସେ କୁଆଡେ ପୁଣି ଥରେ ଗର୍ଭବତୀ ଥିବା ୟୁଜର୍ସମାନେ ଆଶଙ୍କା କରୁଛନ୍ତି। ଏଥିସହ କିଛି ୟୁଜର୍ସ ତାଙ୍କ ଫଟୋରେ କମେଣ୍ଟ କରି ତୃତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ ପଚାରିଛନ୍ତି। ସେହିପରି ଆଉ ଜଣେ ପଚାରିଛନ୍ତି, 'ଏହା ତୁମର ନୂଆ ଫଟୋ ନା ପୁରୁଣା?'

Advertisment

Sophie Turner se moque de l'anneau de pureté que portait Joe Jonas au début de sa carrière

ପ୍ରକୃତରେ ଏହା ସୋଫିଙ୍କ ପୁରୁଣା ଫଟୋ। ଯେତେବେଳେ ସେ ଗର୍ଭବତୀ ଥିଲେ ସେତେବେଳର ଏହି ଫଟୋ। ଜୁଲାଇ ୨୦୨୨ରେ ସୋଫି ନିଜର ଦ୍ୱିତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପୂର୍ବରୁ ସୋଫି ଓ ଜୋଙ୍କ ୨ ବର୍ଷର ଝିଅ ମଧ୍ୟ ଅଛି, ଯାହାର ସେ ୱିଲା ରଖିଛନ୍ତି। ୱିଲାଙ୍କ ଜନ୍ମ ଜୁନ୍‌ ୨୦୨୦ରେ ହୋଇଥିଲା।

ସୋଫି ହେଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ବଡ ଯାଆ। ଅର୍ଥାତ ପ୍ରିୟଙ୍କା ସ୍ୱାମୀ ନିକ୍‌ ଜୋନସ୍‌ଙ୍କ ବଡ ଭାଇ ଜୋ ଜୋନସ୍‌ଙ୍କ ସେ ସ୍ତ୍ରୀ। ସେ ମଧ୍ୟ ପେସାରେ ଜଣେ ଅଭିନେତ୍ରୀ। ସେ ଅନେକ ହଲିଉଡ ଫିଲ୍ମରେ କାମ କରିଛନ୍ତି।