Advertisment

ଗାର୍ଲଫ୍ରେଣ୍ଡ ସହ ନୂଆ ଘରକୁ ଯିବେ 'ସ୍ପାଇଡର ମ୍ୟାନ୍‌'

ଲସ୍‌ ଆଞ୍ଜେଲସ: ଘର କିଣିଲେ ସ୍ପାଇଡର ମ୍ୟାନ୍‌। ଏ ଛାତରୁ ସେ ଛାତକୁ ଘରି ବୁଲିଥିବା ସ୍ପାଇଡର ମ୍ୟାନ୍‌ ଏବେ ଗୋଟିଏ ଛାତ ତଳେ ରହିବେ। ସେ ନିଜ ଗାର୍ଲଫ୍ରେଣ୍ଡ ସହ ମିଶି କିଣିଲେ ଦାମୀ ଘର, ଯାହାର ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ପାଖାପାଖି ୩୦ କୋଟି ଟଙ୍କାର ଘର କିଣିଲେ ସ୍ପାଇଡର ମ୍ୟାନ୍‌ ଓରଫ୍ ହଲିଉଡ ଅଭିନେତା ଟମ୍‌ ହଲେଣ୍ଡ। ଅଭିନେତା ଟମ୍‌ ହଲେଣ୍ଡ। ସେ ମାର୍ବଲ ଷ୍ଟୁଡିଓର ସ୍ପାଇଡର ମ୍ୟାନ୍‌ ରୂପେ […]

ଅଦ୍ୟତନ ହୋଇଛି
ଗାର୍ଲଫ୍ରେଣ୍ଡ ସହ ନୂଆ ଘରକୁ ଯିବେ 'ସ୍ପାଇଡର ମ୍ୟାନ୍‌'

tom-holland-and-zendaya

Advertisment

ଲସ୍‌ ଆଞ୍ଜେଲସ: ଘର କିଣିଲେ ସ୍ପାଇଡର ମ୍ୟାନ୍‌। ଏ ଛାତରୁ ସେ ଛାତକୁ ଘରି ବୁଲିଥିବା ସ୍ପାଇଡର ମ୍ୟାନ୍‌ ଏବେ ଗୋଟିଏ ଛାତ ତଳେ ରହିବେ। ସେ ନିଜ ଗାର୍ଲଫ୍ରେଣ୍ଡ ସହ ମିଶି କିଣିଲେ ଦାମୀ ଘର, ଯାହାର ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ପାଖାପାଖି ୩୦ କୋଟି ଟଙ୍କାର ଘର କିଣିଲେ ସ୍ପାଇଡର ମ୍ୟାନ୍‌ ଓରଫ୍ ହଲିଉଡ ଅଭିନେତା ଟମ୍‌ ହଲେଣ୍ଡ।

Advertisment

ଅଭିନେତା ଟମ୍‌ ହଲେଣ୍ଡ। ସେ ମାର୍ବଲ ଷ୍ଟୁଡିଓର ସ୍ପାଇଡର ମ୍ୟାନ୍‌ ରୂପେ ପ୍ରସିଦ୍ଧ। ସେ ଏବେ ନିଜ କୋ-ଷ୍ଟାର ଜେଣ୍ଡେୟାଙ୍କୁ ଡେଟ୍‌ କରୁଛନ୍ତି। ଟମ୍‌ ଏବଂ ଜେଣ୍ଡେୟାଙ୍କୁ 'ସ୍ପାଇଡର ମ୍ୟାନ୍: ନୋ ୱେ ହୋମ୍‌'ରେ ଏକାଠି ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରି ଫ୍ୟାନ୍‌ମାନଙ୍କୁ ଦିୱାନା କରିଥିଲା। ତେବେ ପରଦା ପଛରେ ବି ଏହି ଦୁଇ ଷ୍ଟାରଙ୍କ ଯୋଡିକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ଏବେ ଟମ୍‌ ଏବଂ ଜେଣ୍ଡେୟା ନିଜ ସମ୍ପର୍କର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି।

World Premiere of Columbia Pictures SPIDER-MAN: NO WAY HOME, Los Angeles, CA, USA - 13 December 2021 - Bounding Into Comics

ଟମ୍‌ ଏବଂ ଜେଣ୍ଡେୟା ମିଶି ୟୁକେରେ ଏକ ଲଗ୍‌ଜୁରୀ ମେନ୍‌ସନ୍‌ କିଣିଛନ୍ତି। ମିରର୍‌ର ରିପୋର୍ଟ ଅନୁସାରେ ଏହି ଘରେ ସିନେମା, ଜିମ୍‌ ଏବଂ ଅନ୍ୟାନ୍ୟ ଲଗ୍‌ଜୁରୀ ସୁବିଧା ସବୁ ରହିଛି। ଏହାର ଦାମ୍‌ ପାଖାପାଖି ୩୦ କୋଟି ଟଙ୍କା। ଟମ୍‌ ଏବଂ ଜେଣ୍ଡେୟାଙ୍କ ଏହି ନୂଆ ଘର ସାଉଥ ୱେଷ୍ଟ ଲଣ୍ଡନରେ ଅବସ୍ଥିତ।

Advertisment

ଟମ୍‌ କିଛି ଦିନ ପୂର୍ବେ ନୂଆ ଘରର ଚାବି ନେବା ପାଇଁ ଲଣ୍ଡନ ଯାଇଥିଲେ। ଟମ୍‌ ହଲେଣ୍ଡ ଓ ଜେଣ୍ଡେୟା ନିଜର ଏହି ନୂଆ ଘରକୁ ନେଇ ବେଶ୍‌ ଖୁସି ଅଛନ୍ତି। ଏହା ଉଭୟଙ୍କ ପ୍ରଥମ ଘର। ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କର ପ୍ରଥମ ଘର ଏକାଠି ଲଣ୍ଡନରେ ହେଉ ବୋଲି ଚାହୁଁଥିଲେ। ଟମ୍ ଜନ୍ମ ଲଣ୍ଡନରେ ହୋଇଛି। ତାଙ୍କର ଘନିଷ୍ଠ ବନ୍ଧୁମାନେ ମଧ୍ୟ ଉଭୟଙ୍କ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି।

ବ୍ରିଟେନରେ ଟମ୍ ହଲେଣ୍ଡଙ୍କ ପୂର୍ବରୁ ଏକ ତିନି ବେଡ୍‌ ରୁମ୍‌ ବିଶିଷ୍ଟ ଫ୍ଲାଟ ଅଛି। ସେପଟେ ଜେଣ୍ଡେୟା ଲସ୍ ଆଞ୍ଜେଲସରେ ରୁହନ୍ତି। ଲସ୍ ଆଞ୍ଜେଲସରେ ଅବସ୍ଥିତ ଜେଣ୍ଡେୟାଙ୍କ ଘରର ଦାମ୍‌ ୩୦ କୋଟିରୁ ଅଧିକ। ଟମ୍‌ ଏବଂ ଜେଣ୍ଡେୟାଙ୍କ ଏକାଠି ଫଟୋ  ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏପରିକି କିଛି ଦିନ ପୂର୍ବରୁ ଦୁହେଁ ଏକାଠି ବୁଲୁଥିବା ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe