spider man
ଲସ୍ ଏଞ୍ଜେଲିସ: ପୁଣି ନୂଆ ସମସ୍ୟା ଘେରରେ ସ୍ପାଇଡର ମ୍ୟାନ୍। କ'ଣ କରିବ କ'ଣ ନାହିଁ ସେ କିଛି ବୁଝି ପାରୁନାହିଁ। ସମସ୍ତେ ତା'ର ଶତ୍ରୁ ପାଲଟି ଯାଇଛନ୍ତି। ସମସ୍ତେ ଜାଣିଗଲେଣି ସ୍ପାଇଡର ମ୍ୟାନ୍ କିଏ। ଏଥିସହ ସ୍ପାଇଡର ମ୍ୟାନ୍ ଉପରେ ହତ୍ୟା ଅଭିଯୋଗ ମଧ୍ୟ ଲାଗିଛି।
ଏସବୁ ସମସ୍ୟାରୁ ବାହାରିବା ପାଇଁ ବାଟ ଖୋଜୁଛି ପିଟର ପାର୍କର। ଶେଷରେ ବିରକ୍ତି ହୋଇ ଡକ୍ଟର ଷ୍ଟ୍ରେଞ୍ଜଙ୍କ ପାଖରେ ଯାଇ ପହଞ୍ଚୁଛି। କିନ୍ତୁ ଡକ୍ଟର ଷ୍ଟ୍ରେଞ୍ଜ ସମସ୍ୟା ସୁଧାରିବାକୁ ଯାଇ ଆହୁରି ବଢ଼ାଇ ଦେଉଛନ୍ତି। ଏଭଳି କିଛି ଦେଖିବାକୁ ମିଳିଛି ରିଲିଜ ହୋଇଥିବା ହଲିଉଡ ଫିଲ୍ମ 'ସ୍ପାଇଡର ମ୍ୟାନ୍-ନୋ ୱେ ହୋମ୍'ର ଟ୍ରେଲର୍ରେ।
ନୂଆ ଟ୍ୱିଷ୍ଟ, ଜବରଦସ୍ତ ଅକ୍ସନ ଏବଂ ସସ୍ପେନ୍ସରେ ଭରପୂର ଏହି ଟ୍ରେଲ୍ରଟି ଏବେ ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ଫିଲ୍ମର ଲିଡ୍ ରୋଲରେ ପୁଣି ଥରେ ଟମ୍ ହଲାଣ୍ଡ ହିଁ ଅଛନ୍ତି। ସ୍ପାଇଡର ମ୍ୟାନ୍ ସିରିଜ୍ରେ ଏହା ଟମ୍ ହଲାଣ୍ଡଙ୍କ ତୃତୀୟ ଫିଲ୍ମ। ତାଙ୍କ ସହ ତାଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ଜେନ୍ଦାୟା ନଜର ଆସିଛନ୍ତି। ସେହିପରି ଡକ୍ଟର ଷ୍ଟ୍ରେଞ୍ଜ ଭୂମିକାରେ ବେନେଡିକ୍ଟ କମ୍ବରବ୍ୟାଚ୍କୁ ପୁଣିଥରେ ଦେଖିବାକୁ ମିଳିବ।
ସୋନି ଏବଂ ମାରବଲ୍ସ ଷ୍ଟୁଡିଓ ବ୍ୟାନ୍ରରେ ତିଆରି ଏହି ଫିଲ୍ମ ଆସନ୍ତା ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ। ଏହାର ରିଲିଜ ଡେଟ୍ ୧୭ ଡିସେମ୍ବର ରଖାଯାଇଛି। ଭାରତରେ ଆମିର ଖାନ୍ଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା' ସହ ଏହି ହଲିଉଡ ଫିଲ୍ମଟି ପରଦାକୁ ଆସିବ। ବକ୍ସ ଅଫିସରେ ଉଭୟ ଫିଲ୍ମକୁ ନେଇ ଜୋରଦାର ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/spider-man.jpg)