Advertisment

ସତ ମାନିଲେ ସ୍ପାଇଡର୍‌ ମ୍ୟାନ୍‌ ଅଭିନେତା, ଅନେକ ଛାତ୍ରୀଙ୍କ ସହ ବିତାଇଛନ୍ତି ରାତି

ଲସ୍‌ଏଞ୍ଜଲିସ୍‌: ହଲିଉଡ ଫିଲ୍ମ ‘ସ୍ପାଇଡର ମ୍ୟାନ୍‌’କୁ ନେଇ ଚାରିଆଡେ କ୍ରେଜ୍‌। ଫିଲ୍ମ ହଲ୍‌ରେ ଧୂମ୍‌ ମଚାଉଛି ସ୍ପାଇଡର ମ୍ୟାନ୍‌। ଏହି ଫିଲ୍ମ ଜରିଆରେ ସାରା ବିଶ୍ୱରେ ପ୍ରଶଂସା ସାଉଁଣ୍ଟିଥିବା ଅଭିନେତା ଜେମ୍ସ ଫ୍ରାଙ୍କୋ ଏବେ ଚର୍ଚ୍ଚାରେ। ତେବେ ସେ ଫିଲ୍ମକୁ ନେଇ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସତ ମାନିଛନ୍ତି ଆଉ କରିଛନ୍ତି ମହା ଖୁଲାସା, ଯାହା ତାଙ୍କ ଫ୍ୟାନ୍‌ମାନଙ୍କ ହୋସ୍‌ ଉଡାଇ ଦେଇଛି। ୪ ବର୍ଷ ପୂର୍ବେ ହଲିଉଡ ଅଭିନେତା […]

ଅଦ୍ୟତନ ହୋଇଛି
ସତ ମାନିଲେ ସ୍ପାଇଡର୍‌ ମ୍ୟାନ୍‌ ଅଭିନେତା, ଅନେକ ଛାତ୍ରୀଙ୍କ ସହ ବିତାଇଛନ୍ତି ରାତି

james-franco

Advertisment

ଲସ୍‌ଏଞ୍ଜଲିସ୍‌: ହଲିଉଡ ଫିଲ୍ମ 'ସ୍ପାଇଡର ମ୍ୟାନ୍‌'କୁ ନେଇ ଚାରିଆଡେ କ୍ରେଜ୍‌। ଫିଲ୍ମ ହଲ୍‌ରେ ଧୂମ୍‌ ମଚାଉଛି ସ୍ପାଇଡର ମ୍ୟାନ୍‌। ଏହି ଫିଲ୍ମ ଜରିଆରେ ସାରା ବିଶ୍ୱରେ ପ୍ରଶଂସା ସାଉଁଣ୍ଟିଥିବା ଅଭିନେତା ଜେମ୍ସ ଫ୍ରାଙ୍କୋ ଏବେ ଚର୍ଚ୍ଚାରେ। ତେବେ ସେ ଫିଲ୍ମକୁ ନେଇ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସତ ମାନିଛନ୍ତି ଆଉ କରିଛନ୍ତି ମହା ଖୁଲାସା, ଯାହା ତାଙ୍କ ଫ୍ୟାନ୍‌ମାନଙ୍କ ହୋସ୍‌ ଉଡାଇ ଦେଇଛି।

Advertisment

୪ ବର୍ଷ ପୂର୍ବେ ହଲିଉଡ ଅଭିନେତା ଜେମ୍ସ ଫ୍ରାଙ୍କୋଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ଏବେ ଏହି ମାମଲାକୁ ନେଇ ସେ ମୁହଁ ଖୋଲିଛନ୍ତି। ସେ ଚକିତ କଲା ଭଳି ଖୁଲାସା କରିଛନ୍ତି। ଯୌନ ସମ୍ପର୍କ ରକ୍ଷା କରିବାକୁ ସେ ପାଗଳ ଥିଲେ। ସେ ସେକ୍ସ ଆଡିକ୍‌ସନ୍‌ର ଶିକାର ହୋଇଥିଲେ ବୋଲି କହିଛନ୍ତି।

James Franco talks about past sex addiction and wrongdoing

ନିଜ ଆକ୍ଟିଂ ସ୍କୁଲର ଛାତ୍ରୀମାନଙ୍କୁ ହିଁ ସେ ଶିକାର କରୁଥିଲେ। ସେମାନଙ୍କୁ ସେ ତାଙ୍କ ବେଡ୍‌ ପାର୍ଟନର କରୁଥିଲେ। ଅନେକ ଛାତ୍ରୀଙ୍କ ସହ ସେ ଯୌନ ସମ୍ପର୍କ ରଖିଛନ୍ତି ବୋଲି ସ୍ୱୀକାର କରିଛନ୍ତି। ତେବେ ଗତ କିଛି ବର୍ଷ ହେଲା ସେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଚେଷ୍ଟା କଳାଇଥିବା ଫ୍ରାଙ୍କୋ କହିଛନ୍ତି।

Advertisment

ଏକ ସାକ୍ଷାତକାରରେ ଜେମ୍ସ କହିଛନ୍ତି ଯେ, ଛାତ୍ରୀମାନଙ୍କୁ ତାଲିମା ଦେବା ସମୟରେ ସେ ସେମାନଙ୍କ ସହ ରାତି ବିତାଉଥିଲେ, କିନ୍ତୁ ଏହା ଭୁଲ ଥିଲା। ତେବେ ସେ କୌଣସି ବି ଛାତ୍ରୀଙ୍କୁ ପ୍ରଲୋଭିତ କରିବା କିମ୍ବା ନିଜ ସେକ୍ସ ଆଡିକସ୍‌ନ ପାଇଁ ଅଭିନୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିନଥିଲେ।

ସେ ଆହୁରି କହିଛନ୍ତି ଯେ, କମ୍ ବୟସରେ ତାଙ୍କର ମଦ ପ୍ରତି ଦୁର୍ବଳତା ବଢିଥିଲା। ଏହାପରେ ସେ ଯୌନ ସମ୍ପର୍କ ପ୍ରତି ତାଙ୍କର ଲାଳସା ବଢ଼ିଥିଲା। ତେବେ ତାଙ୍କ ବିରୋଧରେ ଅଭିଯୋଗ ଆସିଲା ପରେ ସେ ନିଜକୁ ବଦଳାଇବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ଜେମ୍ସ ଆକ୍ଟିଂ ସ୍କୁଲ ଖୋଲିଥିଲେ। ୨୦୧୮ରେ ଜେମ୍ସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ୫ ଜଣ ମହିଳା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ନେଇ ଲସ୍ ଏଞ୍ଜେଲସ ଟାଇମ୍ସରେ  ଖବର ପ୍ରକାଶିତ ହୋଇଥିଲା।

୨୦୧୯ରେ ମଧ୍ୟ ୨ ଜଣ ମହିଳା ତାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ଅଭିନେତ୍ରୀ କରାଇଦେବାକୁ କହି ଜେମ୍ସ ସେମାନଙ୍କୁ ନିର୍ଯାତନା ଦେଉଥିବା ସେମାନେ କହିଥିଲେ। ଏପରିକି ଜେକ୍ସ ସେକ୍ସ ଭିଡିଓ ମଧ୍ୟ ଶୁଟିଂ କରିଥିବା ନେଇ ଅଭିଯୋଗ ଆସିଥିଲା। ପରେ ତାଙ୍କ ଆକ୍ଟିଂ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା। ଏବେ ଜେମ୍ସ ଏତେ ବର୍ଷ ପରେ ଏହି ଅଭିଯୋଗର ଉତ୍ତର ରଖିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe