Advertisment

ରିଆଲିଟି ଶୋ’ରେ ରକ୍ତର ଖେଳ, ଫାଟିଲା ପ୍ରତିଯୋଗୀଙ୍କ ମୁଣ୍ଡ

ପ୍ରତିଯୋଗୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

author-image
Madhupriya Mistry
Bruce Perreault

Bruce Perreault

ରିଆଲିଟି ଶୋ’ରେ ଦେଖିବାକୁ ମିଳିଲା ରକ୍ତର ଖେଳ। ଷଣ୍ଟ ବେଳେ ଫାଟି ଗଲା ପ୍ରତିଯୋଗୀଙ୍କ ମୁଣ୍ଡ। ହଲିଉଡର ହିଟ୍ ରିଆଲିଟି ଶୋ’ ସର୍ଭାଇବର୍‌ର ସିଜନ୍‌-୪୪ରୁ ଆସିଛି ଏଭଳି କିଛି ସାଂଘାତିକ ଚିତ୍ର। 

Advertisment

ନିକଟରେ ଏହି ଭୟାନକ ଶୋ’ ଆରମ୍ଭ ହୋଇଥିଲା। ଏହି ଶୋ’ରେ ଭିନ୍ନ ଭିନ୍ନ ଭୟଙ୍କର ଟାସ୍କରେ ଭାଗ ନେଇ ପ୍ରତିଯୋଗୀମାନେ ଆଗକୁ ବଢ଼ନ୍ତି। ତେବେ ଏହି ଶୋ’ର ପ୍ରଥମ ଏପିସୋଡ୍‌ରେ ହିଁ ଜଣେ ପ୍ରତିଯୋଗୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ପ୍ରତିଯୋଗୀଙ୍କୁ ପରେ ଏହି ଶୋ’ରୁ ବିଦା କରି ଦିଆଯାଇଛି।  

ସୂଚନା ମୁତାବକ ଏହି ଶୋ’ର ପ୍ରଥମ ଏପିସୋଡ୍‌ରେ ୪୬ ବର୍ଷୀୟ ପ୍ରତିଯୋଗୀ Bruce Perreault ନଜର ଆସିଥିଲେ। ରୋଡ୍ ଆଇଲ୍ୟାଣ୍ଡର ବାସିନ୍ଦା ବ୍ରୁସ୍ ପେସାରେ ଜଣେ ଇନ୍‌ସୁରାନ୍ସ ଏଜେଣ୍ଟ। ନିଜ ପ୍ରଥମ ଟାସ୍କରେ ହିଁ ବ୍ରୁସ୍‌ଙ୍କ ମୁଣ୍ଡରେ ଜୋରଦାର ଆଘାତ ଲାଗିଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ମେଡିକାଲ ଟିମ୍ ତାଙ୍କ ପାଖରେ ପହଞ୍ଚି ଚିକିତ୍ସା କରିଥିଲା। ଶୋ’ରେ ବ୍ରୁସ୍ ୨୦ ମିନିଟ୍ ବି ରହି ପାରିନଥିଲେ। 

Advertisment

ଏଭଳି ସ୍ଥିତିରେ ମେକର୍ସମାନେ ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଚିକିତ୍ସା ପରେ ବର୍ତ୍ତମାନ ବ୍ରୁସ୍ ଠିକ୍ ଥିବା ଏହି ଶୋ’ ତରଫରୁ କୁହାଯାଇଛି। 

Hollywood