Advertisment

୮୪ ବର୍ଷରେ ବାପା ହେଲେ ହଲିଉଡ ଅଭିନେତା ଅଲ ପଚିନୋ

୨୦୨୨ ମସିହାରୁ ନୁର ଓ ଅଲ ପଚିନୋ ସମ୍ପର୍କରେ ଅଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
al pacino

al pacino

୮୪ ବର୍ଷରେ ପୁଣି ଥରେ ବାପା ହେଲେ ହଲିଉଡ ଅଭିନେତା ଅଲ ପଚିନୋ। ତାଙ୍କ ବାନ୍ଧବୀ ନୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେମାନେ ଏହି ନବାଜାତକର ନାମ ରୋମନ ପଚିନୋ ରଖିଛନ୍ତି। ଅଲ ପଚିନୋଙ୍କଠାରୁ ନୁର ବୟସରେ ୨୯ବର୍ଷ ସାନ। ନୁର ଓ ଅଲ ପଚିନୋଙ୍କର ବିବାହ ହୋଇନାହିଁ। ହେଲେ ସେମାନେ ଏକତ୍ର ରହୁଛନ୍ତି।

Advertisment

ମଡିଆ ରିପୋର୍ଟ ଅନୁସାରେ, ୨୦୨୨ ମସିହାରୁ ନୁର ଓ ଅଲ ପଚିନୋ ସମ୍ପର୍କରେ ଅଛନ୍ତି। ଯେତେବେଳେ ନୁର ମା’ ହେବା କଥା ଅଲ ପଚିନୋ ଶୁଣିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଦ୍ୱିତୀୟ ଥର ବାପା ବାପା ହେବାକୁ ଚାହୁଁ ନଥିଲେ।

ଅଲ ପଚିନୋଙ୍କ ପୂର୍ବତନ ବାନ୍ଧବୀଙ୍କର ୩୩ବର୍ଷର ଝିଅ ଅଛି। ଯାହାର ନାମ ଜୁଲି ମାରି। ଅଲ ପଚିନୋ ପୁଣି ଥରେ ବାପା ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସମସ୍ତେ ନବଜାତ ଶିଶୁକୁ ଆର୍ଶୀବାଦ ଦେବା ସହ ଦୀର୍ଘ ଆୟୁଷ କାମନା କରିଛନ୍ତି।

Advertisment
Hollywood