ଦୁର୍ଘଟଣାରେ ଚାଲିଗଲେ ‘ଟାର୍ଜନ୍‌’

ୱାଶିଂଟନ: ଆଉ ନାହାନ୍ତି ‘ଟାର୍ଜନ’ । ଦୁର୍ଘଟଣାରେ ଚାଲିଗଲେ ହଲିଉଡ ଅଭିନେତ ୱିଲିମ ଜୋସେଫ ଲାରା ଓରଫ ଜୋ ଲାରା । ଶନିବାର ବିମାନ ଦୁର୍ଘଟଣାରେ ୫୮ ବର୍ଷୀୟ ଜୋ ଲାରାଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଗ୍ୱେନ ଲାରାଙ୍କ ସମେତ ଅନ୍ୟ ୫ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାମୁତାବକ ଶନିବାର ଦିନ ଆମେରିକାର ଟେନେସି ହ୍ରଦରେ ଏକ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଜୋ ଲାରା […]

Jeo lara

Madhupriya Mistry
  • Published: Monday, 31 May 2021
  • , Updated: 31 May 2021, 12:59 PM IST

ୱାଶିଂଟନ: ଆଉ ନାହାନ୍ତି ‘ଟାର୍ଜନ’ । ଦୁର୍ଘଟଣାରେ ଚାଲିଗଲେ ହଲିଉଡ ଅଭିନେତ ୱିଲିମ ଜୋସେଫ ଲାରା ଓରଫ ଜୋ ଲାରା । ଶନିବାର ବିମାନ ଦୁର୍ଘଟଣାରେ ୫୮ ବର୍ଷୀୟ ଜୋ ଲାରାଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଗ୍ୱେନ ଲାରାଙ୍କ ସମେତ ଅନ୍ୟ ୫ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାମୁତାବକ ଶନିବାର ଦିନ ଆମେରିକାର ଟେନେସି ହ୍ରଦରେ ଏକ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଜୋ ଲାରା ଏବଂ ତାଙ୍କ ପତ୍ନୀଙ୍କ ସମତେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଛୋଟ ବିମାନରେ ଏ ସମସ୍ତେ ଯାତ୍ରା କରିଥିଲେ । ଦୁର୍ଘଟଣା ପରେ ୟୁଏସ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ମୃତ ବ୍ୟକ୍ତିଙ୍କ ପରିଚୟ ଦେଇଛି ।

[caption id="attachment_647405" align="aligncenter" width="712"] ଦୁର୍ଘଟଣାରେ ଜୋ ଲାରାଙ୍କ ପତ୍ନୀ ଗ୍ୱେନ ଲାରାଙ୍କ ଦେହାନ୍ତ ହୋଇଛି।[/caption]

ପୁଲିସ ଦେଇଥିବା ସୂଚନା ମୁତାବକ ଜୋ ଲାରା ଓ ତାଙ୍କ ପତ୍ନୀଙ୍କ ସମତେ ବ୍ରାଣ୍ଡନ ହାନା, ଡେଭିଡ ଏଲ୍ ମାର୍ଟିନ୍‌, ଜେନିଫର ଜେ ମାର୍ଟିନ୍‌, ଜୋସେଫ ୱାଲ୍ଟର୍ସ ଏବଂ ଜୋନାଥନ ୱାଲ୍ଟର୍ସଙ୍କ ମୃତ୍ୟୁ ହୋଇଛି । ଏ ସମସ୍ତ ମୃତକ ବ୍ରେଣ୍ଟଉଡର ବାସିନ୍ଦା ଥିଲେ।

ମଡେଲିଂରୁ ନିଜ କ୍ୟାରିଆର ଆରମ୍ଭ କରିଥିବା ଜୋ ଲାରାଙ୍କୁ ୧୯୮୯ରେ ଫିଲ୍ମ ‘ଟାର୍ଜନ’ରେ ଲିଡ୍ ରୋଲ୍‌ରେ ଅଭିନୟ କରିବା ପାଇଁ ମଉକା ମିଳିଥିଲା । ଏଥିରେ ସେ ଟାର୍ଜନ ଭୂମିକାରେ ନଜର ଆସିଥିଲେ।

ଏହା ପରେ ସେ ଟିଭି ସିରିଜ୍ ‘ଟାର୍ଜନ: ଦି ଏପିକ୍ ଆଡଭେଞ୍ଚର୍ସ’ରେ ମଧ୍ୟ କାମ କରିଥିଲେ । ଏହି ସିରିଜରେ ଜୋ ଲାରାଙ୍କ ଅଭିନୟକୁ ଲୋକମାନେ ଭଲ ପାଉଥିଲେ ।ଶେଷଥର ପାଇଁ ତାଙ୍କୁ ୨୦୧୮ରେ ଫିଲ୍ମ ‘ସମର ଅଫ୍‌-୬୭’ରେ ଦେଖିବାକୁ ମିଳିଥିଲା । ଲାରା ସଙ୍ଗୀତରେ କ୍ୟାରିୟର କରିବାକୁ ଚାହୁଁଥିବାରୁ ୨୦୦୨ ମସିହାରେ ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ।

Related story