Advertisment

ଚାଲିଗଲେ ଡେଭିଡ୍‌ ୱାର୍ଣ୍ଣର

ନୂଆଦିଲ୍ଲୀ: ଅରପାରିରେ ହଲିଉଡ ଅଭିନେତା ଡେଭିଡ୍‌ ୱାର୍ଣ୍ଣର। ୮୦ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ହେବ ସେ କ୍ୟାନସର୍‌ରେ ପୀଡିତ ଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହଲିଉଡର ଅନେକ ବଡ ବଡ ଫିଲ୍ମରେ କାମ କରିଛନ୍ତି ଡେଭିଡ୍‌। ତାଙ୍କୁ ହଲିଉଡର ସୁପରଷ୍ଟାରର୍‌ ଫିଲ୍ମ ‘ଟାଇଟାନିକ୍‌’ ଓ ‘ୱମେନ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଫିଲ୍ମରେ ଅଭିନୟ କରିବା ପରେ ସେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ଡେଭିଡ […]

ଚାଲିଗଲେ ଡେଭିଡ୍‌ ୱାର୍ଣ୍ଣର

david-warner

Advertisment

ନୂଆଦିଲ୍ଲୀ: ଅରପାରିରେ ହଲିଉଡ ଅଭିନେତା ଡେଭିଡ୍‌ ୱାର୍ଣ୍ଣର। ୮୦ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ହେବ ସେ କ୍ୟାନସର୍‌ରେ ପୀଡିତ ଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

Advertisment

ହଲିଉଡର ଅନେକ ବଡ ବଡ ଫିଲ୍ମରେ କାମ କରିଛନ୍ତି ଡେଭିଡ୍‌। ତାଙ୍କୁ ହଲିଉଡର ସୁପରଷ୍ଟାରର୍‌ ଫିଲ୍ମ 'ଟାଇଟାନିକ୍‌' ଓ 'ୱମେନ' ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଫିଲ୍ମରେ ଅଭିନୟ କରିବା ପରେ ସେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ଡେଭିଡ ୱାର୍ଣ୍ଣର ଅଧିକାଂଶ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରିଛନ୍ତି।

ୱାର୍ଣ୍ଣର ୧୯୭୧ରେ ସାଇକୋଲଜିକାଲ ଥ୍ରଲର 'ଷ୍ଟ୍ରା ଡଗ୍ସ', ୧୯୭୬ରେ ହରର୍‌ କ୍ଲାସିକ୍‌ ଫିଲ୍ମ 'ଦ ୱମେନ', ୧୯୭୯ରେ 'ଟାଇମ-ଟ୍ରାଭେଲ ଆଡଭେଞ୍ଜର୍ସ 'ଟାଇମ୍‌ ଆଫଟର୍‌ ଟାଇମ୍‌' ଓ ୧୯୯୭ରେ ବ୍ଲକବଷ୍ଟର ଫିଲ୍ମ 'ଟାଇଟାନିକ'ରେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ତାହା ସର୍ବଦା ମନେ ରହିବ।

Advertisment

ଅଭିନେତା ଡେଭିଡ ୱାର୍ଣ୍ଣର କେବଳ ଫିଲ୍ମ ନୁହେଁ ବହୁ ବର୍ଷ ଧରି ଟେଲିଭିଜନ ଶୋ'ରେ ମଧ୍ୟ କାମ କରିଛନ୍ତି। ୧୯୬୬ରେ ରିଲିଜ ହୋଇଥିବା କାରେଲ ରିଞ୍ଜଙ୍କ 'ମାର୍ଗନ୍‌ ଏ ସୁଟେବଲ କେସ୍‌ ଫର ଟ୍ରିଟ୍‌ମେଣ୍ଟ'ରେ ଟାଇଟଲ ଭୂମିକା ପାଇଁ ତାଙ୍କୁ ବ୍ରିଟିଶ ଏକାଡେମି ଫିଳ୍ମ ଆୱାର୍ଡ ପାଇଁ ନମୋନେଟ୍‌ କରାଯାଇଥିଲା। ଏହାପରେ ସେ ୧୯୮୧ରେ ଟିଭି ମିନି ସିରିଜ୍ 'ମସାଡା'ରେ ରୋମନ ରାଜନେତା ପୋମ୍ପେନେସ ଫାଲ୍କୋ ରୂପେ ଅଭିନୟ କରିଥିଲେ। ଏଥିପାଇଁ ମଧ୍ୟ ତାଙ୍କୁ ଏମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ତାଙ୍କ କଥା ସର୍ବଦା ମନେ ପଡିବ। ଜଣେ ଉଦାର ବନ୍ଧୁ, ଦୟାଳୁ ବ୍ୟକ୍ତି ଓ ବାପା ରୂପେ ସର୍ବଦା ଆମ ମନକୁ ଛୁଇଁଛନ୍ତି। ତାଙ୍କ ଦେହାନ୍ତରେ ଆମେ ଭାଙ୍ଗି ପଡିଛୁ ବୋଲି ୱାର୍ଣ୍ଣରଙ୍କ ପରିବାର ଲୋକେ କହିଛନ୍ତି। ୱାର୍ଣ୍ଣରଙ୍କ ଦେହାନ୍ତରେ ହଲିଉଡରେ ଶୋକର ଛାୟା ଖେଳିଯାଇଛି। ଅନେକ ଷ୍ଟାର୍‌ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe