Advertisment

ସରିଲା ନିର୍ବନ୍ଧ, ଗାର୍ଲଫ୍ରେଣ୍ଡଙ୍କ ହାତ ଧରିବେ ଅଭିନେତ୍ରୀ

ଲସ୍‌ଏଞ୍ଜଲିସ୍‌: ହାତକୁ ଦି ହାତ ହେବେ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ରିଷ୍ଟିନା ଷ୍ଟିୱାର୍ଟ। ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡର ଧରିବେ ହାତ। ସରିଲାଣି ନିର୍ବନ୍ଧ ଏବେ କେବଳ ବିବାହ ତାରିଖକୁ ହିଁ ଅପେକ୍ଷା। ନିକଟରେ କ୍ରିଷ୍ଟିନା ଏଭଳି କିଛି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଡାୟଲନ୍‌ ମେୟରଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ହଲିଉଡ ଷ୍ଟାର କ୍ରିଷ୍ଟିନା। ଦୁଇ ବର୍ଷ ଧରି କ୍ରିଷ୍ଟିନା ଏବଂ ଡାୟଲନ୍‌ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ ଦୁହିଁଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସରିଲା ନିର୍ବନ୍ଧ, ଗାର୍ଲଫ୍ରେଣ୍ଡଙ୍କ ହାତ ଧରିବେ ଅଭିନେତ୍ରୀ

kristen stewart-1

ଲସ୍‌ଏଞ୍ଜଲିସ୍‌: ହାତକୁ ଦି ହାତ ହେବେ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ରିଷ୍ଟିନା ଷ୍ଟିୱାର୍ଟ। ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡର ଧରିବେ ହାତ। ସରିଲାଣି ନିର୍ବନ୍ଧ ଏବେ କେବଳ ବିବାହ ତାରିଖକୁ ହିଁ ଅପେକ୍ଷା। ନିକଟରେ କ୍ରିଷ୍ଟିନା ଏଭଳି କିଛି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

Advertisment

ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଡାୟଲନ୍‌ ମେୟରଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ହଲିଉଡ ଷ୍ଟାର କ୍ରିଷ୍ଟିନା। ଦୁଇ ବର୍ଷ ଧରି କ୍ରିଷ୍ଟିନା ଏବଂ ଡାୟଲନ୍‌ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ ଦୁହିଁଙ୍କ ନିର୍ବନ୍ଧ ସରିଛି। ହାୱର୍ଡ ଷ୍ଟର୍ଣ୍ଣ ଶୋ' ସମୟରେ ଏନେଇ କ୍ରିଷ୍ଟିନା ଖୁଲସା କରିଛନ୍ତି। ଏଥିସହ ସେ ସମଲିଙ୍ଗି ବା ଲେସ୍‌ବିଆନ୍‌ ବୋଲି ଜଣାଇ ଦେଇଛନ୍ତି।

କ୍ରିଷ୍ଟ୍ରିନା କହିଛନ୍ତି, 'ଆମେ ବିବାହ କରିବାକୁ ଯାଉଛୁ। ଆମେ ନିଶ୍ଚିତ ଭାବରେ ଏହା କରିବୁ। ମୁଁ କେବଳ ପ୍ରପୋଜାଲକୁ ଅପେକ୍ଷା କରିଥିଲି। ମୁଁ ଭାବୁଛି ମୁଁ ଯାହାସବୁ ଚାହିଁଥିଲି, ସବୁ କିଛି ବହୁତ ସ୍ପଷ୍ଟ ଭାବରେ ସେ ପ୍ରସ୍ତୁତ କରିଛି। ଆମେ ବିବାହ କରିବୁ, ଏହା ନିଶ୍ଚିତ ଭାବେ ଘଟିବ।'

Advertisment

[caption id="attachment_688842" align="aligncenter" width="650"]kristen stewart ଗାର୍ଲଫ୍ରେଣ୍ଡ ଡାୟଲନ୍‌ ମେୟରଙ୍କ ସହ କ୍ରିଷ୍ଟିନା[/caption]

ସୂଚନା ମୁତାବକ, କ୍ରିଷ୍ଟିନା ଯାହାଙ୍କୁ ବିବାହ କରିବେ, ଯାୟଲନ୍‌ ହେଉଛନ୍ତି ପେଶାରେ ଜଣେ ଅଭିନେତ୍ରୀ ଏବଂ ଲେଖିବା। ସେ ମୋକ୍ସି, ରକ ବଟମ ଏବଂ ମିସ୍‌-୨୦୫୯ ଫିଲ୍ମରେ କାମ କରିସାରିଛନ୍ତି।

୨୦୧୯ରୁ କ୍ରିଷ୍ଟିନା ଏବଂ ଡାୟଲନ୍‌ ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହେଁ ଜଣେ ବନ୍ଧୁଙ୍କ ଜରିଆରେ ମିଶିଥିଲେ। ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମରେ ବଦଳିଥିଲା ଉଭୟଙ୍କ ସମ୍ପର୍କ। ଦୁଇ ବର୍ଷ ପରେ ଏବେ ନିଜ ସମ୍ପର୍କକୁ ଆଉ ଏକ ପାଦ ଆଗକୁ ନେବା ପାଇଁ  ଚିନ୍ତା କରିଛନ୍ତି ଉଭୟ ଷ୍ଟାର। ସାରା ଜୀବନ ସାଥୀ ହୋଇ ରହିବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି।

ଡାୟଲନ୍‌ଙ୍କ ପୂର୍ବରୁ କ୍ରିଷ୍ଟିନା, ସୁପର ମଡେଲ ଷ୍ଟେଲା ମ୍ୟାକ୍ସୱେଲ ଏବଂ ରବର୍ଟ ପ୍ୟାଟିନସନଙ୍କୁ ଡେଟ୍‌ କରିସାରିଛନ୍ତି। ଫିଲ୍ମ 'ଟ୍ୱିଲାଇଟ୍‌'ରୁ ରବର୍ଟ ଏବଂ କ୍ରିଷ୍ଟିନାଙ୍କ ମଧ୍ୟ ପ୍ରମେ ସମ୍ପର୍କ ଗଢ଼ି ଉଠିଥିଲା। ଫ୍ୟାନ୍‌ମାନଙ୍କୁ ମଧ୍ୟ କ୍ରିଷ୍ଟିନା ଏବଂ ରବର୍ଟଙ୍କ ଯୋଡି ବେଶ୍‌ ପସନ୍ଦ ଥିଲା। କିନ୍ତୁ କିଛି ଦିନ ପରେ କ୍ରିଷ୍ଟିନା ଷ୍ଟେଲାଙ୍କୁ ପସନ୍ଦ କରୁଥିବା ନେଇ ଘୋଷଣା କରିଥିଲେ। ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଥିଲା।

Hollywood