ଟାଟୁରେ ରି-କ୍ରିଏଟ୍‌ କଲେ ୱିଲ୍‌ ସ୍ମିଥଙ୍କ ଚାପୁଡା କାଣ୍ଡ

ଲସ୍‌ ଏଞ୍ଜଲିସ୍‌: ଓସ୍କାର ସମାରୋହରେ ଆୱାର୍ଡ ବିଜେତା ୱିଲ ସ୍ମିଥ ମାରିଥିବା ଚାପୁଡାର ଶବ୍ଦ ଏବେ ପୂରା ବିଶ୍ୱରେ ଶୁଣିବାକୁ ମିଳିଛୁ। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ସବୁଠି ଏହାକୁ ନେଇ ଚାଲିଛି ଆଲୋଚନା। କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ୱିଲ୍‌ ସ୍ମିଥ ଯେଉଁଭଳି ଭାବେ ଚାପୁଡା ମାରିଥିଳେ ତାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ତେବେ ଏହି ଘଟଣାକୁ ତିନି ଦିନ ବିତିଗଲାଣି। ହେଲେ ସ୍ମିଥ ଚାପୁଡା କାଣ୍ଡକୁ ନେଇ ଚର୍ଚ୍ଚା ଥମୁନି। ରକ୍‌ ନିଜ […]

Will smith slap drama

Madhupriya Mistry
  • Published: Thursday, 31 March 2022
  • , Updated: 31 March 2022, 05:31 PM IST

ଲସ୍‌ ଏଞ୍ଜଲିସ୍‌: ଓସ୍କାର ସମାରୋହରେ ଆୱାର୍ଡ ବିଜେତା ୱିଲ ସ୍ମିଥ ମାରିଥିବା ଚାପୁଡାର ଶବ୍ଦ ଏବେ ପୂରା ବିଶ୍ୱରେ ଶୁଣିବାକୁ ମିଳିଛୁ। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ସବୁଠି ଏହାକୁ ନେଇ ଚାଲିଛି ଆଲୋଚନା। କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ୱିଲ୍‌ ସ୍ମିଥ ଯେଉଁଭଳି ଭାବେ ଚାପୁଡା ମାରିଥିଳେ ତାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ତେବେ ଏହି ଘଟଣାକୁ ତିନି ଦିନ ବିତିଗଲାଣି। ହେଲେ ସ୍ମିଥ ଚାପୁଡା କାଣ୍ଡକୁ ନେଇ ଚର୍ଚ୍ଚା ଥମୁନି।

ରକ୍‌ ନିଜ ଗାଲରେ ବରଫ ଘସି ସ୍ମିଥଙ୍କ ଚାପୁଡା ଭୁଲିଯିବେ କିନ୍ତୁ ଇଣ୍ଟରନେଟ୍‌ କେବେ ଭୁଲିବନି। ସୋଶାଲ ମିଡିଆରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋରସୋରେ ଚାଲିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଅଦ୍ଭୁତ ଫଟୋ। ଟାଟୁ ମଧ୍ୟମରେ ସ୍ମିଥଙ୍କ ଚାପୁଡା କାଣ୍ଡକୁ ପୁଣି ରିକ୍ରିଏଟ୍‌ କରିଛନ୍ତି ଜଣେ ଟାଟୁ କଳାକାର।

ନ୍ୟୁ ଜର୍ସିର ଓସ୍କାର ଆଗିଲାର ନାମକ ଜଣେ ଟାଟୁ କଳାକାର ତାଙ୍କ ଇନଷ୍ଟାଗ୍ରାମରେ ଏକ ନିଆରା ଟାଟୁର ଭିଡିଓ ଶେଆର କରିଛନ୍ତି।  ଏହି ଟାଟୁ ମାଧ୍ୟମରେ କ୍ରିସ୍‌ ଓ ସ୍ମିଥଙ୍କ ମଧ୍ୟରେ ଘଟିଥିବା ଚାପୁଡା କାଣ୍ଡକୁ ଦର୍ଶାଯାଇଥିବା ଦେଖିବାକୁ ମିଳିଛି। ତାଙ୍କ ପାଖରେ ଏଭଳି ଟାଟୁ ଆଙ୍କିଥିବା ଏହି ଗ୍ରାହକ ଜଣକ କିଏ ତାହା କିନ୍ତୁ ସେ ପ୍ରକାଶ କରିନାହାନ୍ତି। ଏହି ଅଦ୍ଭୁତ ଟାଟୁକୁ ନେଇ ଅନେକ ଲୋକେ ପସନ୍ଦ କରିଥିବା ବେଳେ ଆଉ କିଛି ଏହାକୁ ସମାଲୋଚନା କରିଛନ୍ତି।

ଗତ ତିନି ଦିନ ତଳେ ୯୪ ତମ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ଶୋ'କୁ କମେଡିଆନ୍‌ କ୍ରିସ୍‌ ରକ୍‌ ହୋଷ୍ଟ କରିଥିଲେ। ସେ ଏହି ସମୟରେ ହଲିଉଡ ଅଭିନେତା ୱିଲ୍‌ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ପରିହାସ କରିଥିଲେ। ଏହା ଶୁଣି ରାଗି ଯାଇଥିଲେ ସ୍ମିଥ। ସେ ମଞ୍ଚ ଉପରକୁ ଆସି କ୍ରିସ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଜୋରଦାର ଚାପୁଡା ମାରିଥିଲେ। ଏହାପରେ ସେ ତଳକୁ ଯାଇ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ଘଟଣା ସଙ୍ଗେ ସଙ୍ଗେ ନିଆଁ ଭଳି ସୋଶାଲ ମିଡିଆରେ ବ୍ୟାପି ଯାଇଥିଲା। ସୋଶାଲ ମିଡିଆରେ ୱିଲ୍ ସ୍ମିଥଙ୍କ ଚାପୁଡା କାଣ୍ଡ ଟ୍ରେଣ୍ଡ କରିଥିଲା।

 

View this post on Instagram

 

A post shared by ⚜️Oscar Aguilar Jr⚜️ (@oaguilarcrafted)

Related story