Advertisment

ପୁଣି 'ଜ୍ୟାକ୍‌ ସ୍ପେରୋ' ସାଜିବେ ଜନି ଡେପ୍‌, ମିଳିଲା ୨,୫୩୫ କୋଟି ଟଙ୍କାର ଅଫର୍‌

ଲସ୍‌ ଏଞ୍ଜଲିସ: ହଲିଉଡର ଜଣାଶୁଣା ଅଭିନେତା ଜନି ଡେପ୍‌। ସେ ଗଲା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପୁର୍ବତନ ପତ୍ନୀ ଅମ୍ବର ହାର୍ଡ ଆଣିଥିବା ମାନହାନୀ ମକଦ୍ଦମାରେ ଜନି ଡେପ୍‌ ଜିତିବା ପରେ ଏବେ ସେ ପୁଣି ଥରେ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯୋଜନା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନି ଡେପ୍‌ ପୁଣି ଥରେ ଜ୍ୟାକ୍‌ ସ୍ପେରୋ ଚରିତ୍ରରେ ନଜର ଆସିବେ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। […]

author-image
Madhupriya Mistry
ପୁଣି 'ଜ୍ୟାକ୍‌ ସ୍ପେରୋ' ସାଜିବେ ଜନି ଡେପ୍‌, ମିଳିଲା ୨,୫୩୫ କୋଟି ଟଙ୍କାର ଅଫର୍‌

johnny-depp

ଲସ୍‌ ଏଞ୍ଜଲିସ: ହଲିଉଡର ଜଣାଶୁଣା ଅଭିନେତା ଜନି ଡେପ୍‌। ସେ ଗଲା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପୁର୍ବତନ ପତ୍ନୀ ଅମ୍ବର ହାର୍ଡ ଆଣିଥିବା ମାନହାନୀ ମକଦ୍ଦମାରେ ଜନି ଡେପ୍‌ ଜିତିବା ପରେ ଏବେ ସେ ପୁଣି ଥରେ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯୋଜନା କରିଛନ୍ତି।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନି ଡେପ୍‌ ପୁଣି ଥରେ ଜ୍ୟାକ୍‌ ସ୍ପେରୋ ଚରିତ୍ରରେ ନଜର ଆସିବେ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଡିଜନୀ ଜନି ଡେପ୍‌ଙ୍କ ନିକଟକୁ ଏକ କ୍ଷମା ପତ୍ର ପଠାଇଛି। ଏଥିସହ ହଲିଉଡର ସୁପର ହିଟ୍ ଫିଲ୍ମ 'ପାଇରେଟେସ୍ ଅଫ ଦ କ୍ୟାରିବିୟାନ'ର ଜ୍ୟାକ୍ ସ୍ପେରୋ ଚରିତ୍ରରେ ଅଭିନୟ ପାଇଁ ୨୫୩୫ କୋଟି ଟଙ୍କା ଅଫର କରିଛି। ହଲିଉଡର ଏହି ସୁପରହିଟ୍ ଫିଲ୍ମର ପାଞ୍ଚଟି ଭାଗରେ ଜନି ଡେପ୍ କ୍ୟାପଟେନ୍ ଜ୍ୟାକ ସ୍ପେରୋ ଚରିତ୍ରରେ ଅଭିୟନ କରି ସାରିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଡିଜନୀ ତାଙ୍କ ନିକଟକୁ ଏକ ଉପହାର ସହିତ ପତ୍ର ମଧ୍ୟ ପଠାଇଛନ୍ତି। ଡିଜନୀ ଷ୍ଟୁଡିଓ ଜ୍ୟାକ ସ୍ପେରୋଙ୍କୁ ନେଇ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଛି। ଜନିଙ୍କୁ ଜ୍ୟାକ୍ ସ୍ପେରୋ ଚରିତ୍ରରେ ଅଭିନୟ ପାଇଁ ୨,୫୩୫ କୋଟି ଟଙ୍କା ଅଫର ଦିଆଯାଇଛି।

Advertisment

ଜନିଙ୍କ ଜଣେ ନିକଟତର ବନ୍ଧୁଙ୍କ କହିବା ମୁତାବକ,  ଆଶା କରୁଛୁ ଜନି ଡେପ୍ ନିର୍ମାତା ସଂସ୍ଥାକୁ କ୍ଷମା କରିଦେବେ। ହେବ ଯଦି ଜନି ଡେପ୍ କ୍ୟାପଟେନ୍ ଜ୍ୟାକ୍ସ ସ୍ପେରୋ ଭୂମିକାରେ ନଜର ଆସିବେ ତେବେ ନିଶ୍ଚିତ ରୂପେ ପ୍ରଶଂସକଙ୍କ ପାଇଁ ଏହା ବଡ ଖବର। ଅନ୍ୟପଟେ କିନ୍ତୁ ଜନି ଡେପ୍‌ କିମ୍ବା ତାଙ୍କ ଟିମ୍‌ଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ବ୍ୟକ୍ତିଗତ ବିବାଦ ଯୋଗୁ ଗତ କିଛି ବର୍ଷ ହେଲେ ଜନି ଡେପଙ୍କ ହାତରୁ ଅନେକ ଫିଲ୍ମ ଛଡାଇ ନିଆଯାଇଥିଲା। ଏପରିକି ଫାଣ୍ଟଷ୍ଟିକ ବିଷ୍ଟ ୩ ଏବଂ ପାଇରେଟ୍ସ ଅଫ ଦ କ୍ୟାରିବିୟାନ ପରି ଫିଲ୍ମ ମଧ୍ୟ ତାଙ୍କ ହାତରୁ ଛଡାଇ ନିଆଯାଇଥିଲା। ଏଥିସହ ଆଉ କେବେ ବି ଜ୍ୟାକ୍‌ ସ୍ପେରୋ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ନିକଟରେ ଜନି ଡେପ୍‌ ଘୋଷଣା ମଧ୍ୟ କରିଥିଲେ।

https://twitter.com/ali_lefty/status/1538569529000796160?s=20&t=BLjLPkNAczeoghfvXbIVUw