Advertisment

ମଞ୍ଚ ଉପରେ ସ୍ୱାମୀ ମାରିଲେ ଚାପୁଡା, ଏବେ ମୁହଁ ଖୋଲିଲେ ସ୍ତ୍ରୀ

ଲସ୍‌ ଏଞ୍ଜଲିସ୍‌: ଓସ୍କାର ଆୱାର୍ଡ ସମାରୋହରେ ହଲିଉଡ ଅଭିନେତା ୱିଲ ସ୍ମିଥଙ୍କ ଚାପୁଡା ଏବେ ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। ତାଙ୍କ ଚାପୁଡା କାଣ୍ଡକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ହଇଚଇ। ଆୱାର୍ଡ ଶୋ’ରେ ନିଜ ସ୍ତ୍ରୀଙ୍କୁ ପରିହାସ କରିଥିବାକୁ ନେଇ ୱିଲ୍‌ ସ୍ମିଥ ହାସ୍ୟ ଅଭିନେତା ତଥା ହୋଷ୍ଟ କ୍ରିସ୍‌ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ। ଏବେ ଏହାକୁ ନେଇ […]

author-image
Madhupriya Mistry
ମଞ୍ଚ ଉପରେ ସ୍ୱାମୀ ମାରିଲେ ଚାପୁଡା, ଏବେ ମୁହଁ ଖୋଲିଲେ ସ୍ତ୍ରୀ

Will Smith with his wife

ଲସ୍‌ ଏଞ୍ଜଲିସ୍‌: ଓସ୍କାର ଆୱାର୍ଡ ସମାରୋହରେ ହଲିଉଡ ଅଭିନେତା ୱିଲ ସ୍ମିଥଙ୍କ ଚାପୁଡା ଏବେ ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। ତାଙ୍କ ଚାପୁଡା କାଣ୍ଡକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ହଇଚଇ। ଆୱାର୍ଡ ଶୋ'ରେ ନିଜ ସ୍ତ୍ରୀଙ୍କୁ ପରିହାସ କରିଥିବାକୁ ନେଇ ୱିଲ୍‌ ସ୍ମିଥ ହାସ୍ୟ ଅଭିନେତା ତଥା ହୋଷ୍ଟ କ୍ରିସ୍‌ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ। ଏବେ ଏହାକୁ ନେଇ ତାଙ୍କ ପତ୍ନୀ ଜେଡ୍‌ ପିଙ୍କେଟ୍‌ ସ୍ମିଥ ମୁହଁ ଖୋଲିଛନ୍ତି।

Advertisment

ଘଟଣାର ଦୁଇ ଦିନ ପରେ ଏବେ ଜେଡ୍‌ ସ୍ମିଥ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ଶେଆର କରି ସ୍ୱାମୀଙ୍କ କାର୍ଯ୍ୟକଳାପକୁ ନେଇ ମୁହଁ ଖୋଲିଛନ୍ତି। ସେ ଏଥିରେ ଲେଖିଛନ୍ତି, 'ଏବେ ଋତୁ କଟା ଘା'ରେ ମଲମ ଲଗାଇବାର ଆସିଛି, ଆଉ ଏଥିପାଇଁ ମୁଁ ଅଛି।' ଏଥିସହ ସେ ହାର୍ଟ ଇମୋଜି ଦେବା ସହ ନମସ୍କାର ଇମୋଜି ମଧ୍ୟ ଶେଆର କରିଛନ୍ତି। ଜେଡ୍‌ଙ୍କ ଏହି ଗଭୀର ଅର୍ଥ ଥିବା ପୋଷ୍ଟରେ ସେ କାହାର ନାଁ ନ ନେଇ ସବୁ କିଛି କହିଦେଇଛନ୍ତି।

Will Smith apologizes to Chris Rock for slap, academy weighs action |  Reuters

ସୂଚନା ମୁତାବକ ଓସ୍କାର ସମାରୋହରେ ହୋଷ୍ଟିଂ ବେଳେ କମେଡିଆନ୍‌ କ୍ରିସ୍‌ ରକ୍‌ ୱିଲ୍‌ ସ୍ମିଥଙ୍କ ପତ୍ନୀ ଜେଡ୍‌ ପିଙ୍କେଟ ସ୍ମିଥଙ୍କ ଚନ୍ଦାପଣକୁ ନେଇ ପରିହାସ କରିଥିଲେ। ସମସ୍ତ ସାମ୍ନାରେ ପତ୍ନୀଙ୍କୁ ଏଭଳି ପରିହାସ କରାଯାଉଥିବା ଦେଖି ରାଗି ଯାଇଥିଲେ ୱିଲ୍‌। ଏହାପରେ ଷ୍ଟେଜ୍‌ ଉପରକୁ ଆସି କ୍ରିସ୍‌ ରକ୍‌ଙ୍କୁ ଜୋରଦାର ଚାପୁଡା ମାରିଥିଲେ। ଏହି ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇପଡିଥିଲେ। କେବଳ ସେତିକି ନୁହେଁ ମଞ୍ଚ ତଳକୁ ଓହ୍ଲାଇ କ୍ରିସ୍‌ଙ୍କୁ ସ୍ମିଥ ଗାଳି ଗୁଲଜ ମଧ୍ୟ କରିଥିଲେ।

Advertisment

LETTER: Will Smith breaks silence after slapping Chris Rock at Oscars

ଏହି ପ୍ରସଙ୍ଗରେ ବହୁ ଆଲୋଚନା ହୋଇଥିଲା, କିନ୍ତୁ ୱିଲ୍ କିମ୍ବା ଜେଡ୍‌ଙ୍କ ସହ କେହି କଥା ହୋଇନଥିଲେ। ପରେ, ୱିଲ୍‌ ଆୱାର୍ଡ ଗ୍ରହଣ କରିବା ସମୟରେ ନିଜ କରିଥିବା ଭୁଲ୍‌ ପାଇଁ କାନ୍ଦିବା ସହ କ୍ଷମା ମଧ୍ୟ ମାଗିଥିଲେ। ଏହାପରେ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ବି ସେ କ୍ରିସଙ୍କ ନିକଟରେ ସର୍ବସାଧାରଣରେ କ୍ଷମା ମାଗିଥିଲେ।