Advertisment

ହଟିବ ଗେରୁଆ ରଙ୍ଗର ବିକିନି ! ଏଣ୍ଟ୍ରି ମାରିଲା ସିବିଏଫସି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ର ବେସରମ ଗୀତକୁ ନେଇ ବିବାଦ ତେଜିବା ପରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି ) ହସ୍ତକ୍ଷେପ କରିଛି। ଚଳଚ୍ଚିତ୍ରର ଏହି ଗୀତରେ କେତେକ ଅଂଶ ପରିବର୍ତ୍ତନ କରିବାକୁ ସିବିଏଫସି ପରାମର୍ଶ ଦେଇଛି। ଗୀତ ସହ ଫିଲ୍ମର କେତେ ଭାଗକୁ ମଧ୍ୟ ପରିବର୍ତ୍ତନ ପାଇଁ ସିବିଏଫସି ପରାମର୍ଶ ଦେଇଛି। ଏନେଇ  ସିବିଏଫସି ଅଧ୍ୟକ୍ଷ ପ୍ରସୁନ ଯୋଶୀ ସୂଚନା ଦେଇଛନ୍ତି। ନିକଟରେ ଫିଲ୍ମଟିକୁ ପ୍ରମାଣପତ୍ର […]

ହଟିବ ଗେରୁଆ ରଙ୍ଗର ବିକିନି ! ଏଣ୍ଟ୍ରି ମାରିଲା ସିବିଏଫସି

Deepika-And-SharukhKhan-1

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'ର ବେସରମ ଗୀତକୁ ନେଇ ବିବାଦ ତେଜିବା ପରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି ) ହସ୍ତକ୍ଷେପ କରିଛି। ଚଳଚ୍ଚିତ୍ରର ଏହି ଗୀତରେ କେତେକ ଅଂଶ ପରିବର୍ତ୍ତନ କରିବାକୁ ସିବିଏଫସି ପରାମର୍ଶ ଦେଇଛି। ଗୀତ ସହ ଫିଲ୍ମର କେତେ ଭାଗକୁ ମଧ୍ୟ ପରିବର୍ତ୍ତନ ପାଇଁ ସିବିଏଫସି ପରାମର୍ଶ ଦେଇଛି। ଏନେଇ  ସିବିଏଫସି ଅଧ୍ୟକ୍ଷ ପ୍ରସୁନ ଯୋଶୀ ସୂଚନା ଦେଇଛନ୍ତି। ନିକଟରେ ଫିଲ୍ମଟିକୁ ପ୍ରମାଣପତ୍ର ପାଇଁ ସିବିଏଫସି ଯାଞ୍ଜ କମିଟିରେ ପହଞ୍ଚିଥିଲା। ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ଏବଂ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଯାଇଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ  ‘ପଠାନ୍‌’ ୨୦୨୩ ଜାନୁଆରୀରେ ରିଲିଜ୍‌ ହେବାର ଯୋଜନା ରହିଛି। ମୁଖ୍ୟ ଚରିତ୍ର ଶାହରୁଖ  ‌ଖାନ୍ ଏବଂ କୋ-ଷ୍ଟାର ଦୀପିକାଙ୍କ ବ୍ୟତୀତ ଜନ୍‌ ଆବ୍ରାହମ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି । ତେବେ ଫିଲ୍ମରେ ‘ବେଶରମ୍‌ ରଙ୍ଗ୍‌’ ଗୀତକୁ ନେଇ ବିବାଦ ଜୋର ଧରିଛି । ଦୀପିକା ଗୀତରେ ଗେରୁଆ ରଙ୍ଗ ବିକିନିରେ ନଜର ଆସିଛନ୍ତି ।

Advertisment

ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି ଓ ଗୀତ ‘ବେଶରମ ରଙ୍ଗ’କୁନେଇ ଉଠିଛି ଆପତ୍ତି। ଫିଲ୍ମକୁ ବଏକଟ କରିବାକୁ ଅହ୍ୱାନ ଦିଆଯାଇଛି। ଚଳଚ୍ଚିତ୍ରରେ ବିକିନିରେ ଗେରୁଆ ରଙ୍ଗ କାହିଁକି ବ୍ୟବହାର କରାଯାଇଛି। ଏହା ଏକ ନଗ୍ନ ପ୍ରଦର୍ଶନ। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସ୍ୱହର ଉଠିଛି। ଗେରୁଆ ରଙ୍ଗକୁ ଅପମାନିତ କରି ସନାତନ ଧର୍ମକୁ ପରିହାସ କରିବାକୁ ଚେଷ୍ଟା କରାଯାଇଥିବା କେତେକ ଦକ୍ଷିଣପନ୍ଥୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ସେହିପରି ଦୀପିକା ଗେରୁଆ ରଙ୍ଗର ବିକିନି ସହିତ ଅଶ୍ଳୀଳ ନୃତ୍ୟ ଶୈଳୀକୁ ନେଇ ସେ ପ୍ରଶ୍ନ ଉଠିଛି ।

ପ୍ରସୁନ ଯୋଶୀ କହିଛନ୍ତି, ସିବିଏଫସିର ନିୟମାବଳୀ ଅନୁଯାଇ ଯାଞ୍ଚ ପ୍ରକ୍ରିୟାରେ ଫିଲ୍ମକୁ ନେଇ ବିଚାର କରଯାଇଥିଲା। ତେବେ ଗୀତ ସମେତ ଚଳଚ୍ଚିତ୍ରରେ ଥିବା କିଛି ଦୃଶ୍ୟ ବୋର୍ଡ଼ର ଥିବା ଗାଇଡଲାଇକୁ ଉଲ୍ଲଂଘନ କରୁଥିବା ସେ କହିଛନ୍ତି। ତେଣୁ କାହାଣୀ ଏବଂ ଗୀତକୁ କିଛି ଅଂଶକୁ ହଟାଇବାକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି । ଶ୍ରୀ ଯୋଶୀ କହିଛନ୍ତି ଯେ ସୃଜନଶୀଳ ଅଭିବ୍ୟକ୍ତି ଏବଂ ଦର୍ଶକଙ୍କ ସମ୍ବେଦନଶୀଳତା ମଧ୍ୟରେ ଏକ ସଠିକ୍ ସନ୍ତୁଳନ ରଖପାଇଁ ସିବିଏମସି ସର୍ବଦା ପ୍ରତିଶ୍ରୁତିବଦ୍ଧ । ବେସରମ ଗୀତଟି ଗତ ଡିସେମ୍ବର ୧୨ତାରିଖରେ ରିଲିଜ୍‌ ହୋଇଥିଲା।  ଖୁବ କମ୍‌ ଦିନରେ ଗୀତଟିକୁ ନେଇ ଯେତିକି ବିବାଦ ଉପୁଜିଛି ସେତିକି ଆଦୃତି ମଧ୍ୟ ଲାଭ କରିଚି। ଗୀତଟି ସୋଶାଲ ମିଡିଆରେ ମିଲିଅନ୍ ମିଲିଅନ୍‌ ଭ୍ୟୁ ହୋଇସାରିଲାଣି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe