yoyo
ମୁମ୍ବାଇ: ପୁଣିଥରେ ନିଜ ଧମାକେଦାର୍ ଗୀତ ସହ ଧୂମ ମଚାଇବାକୁ ଆସିଯାଇଛନ୍ତି ୟୋ ୟୋ ହନି ସିଂହ। ତାଙ୍କର ନୂଆ ଗୀତ ‘ଲୋକା’ ରିଲିଜ୍ ହୋଇଯାଇଛି। ଏହି ନୂଆ ମ୍ୟୁଜିକ୍ ଭିଡିଓଟିରେ ହନି ସିଂ ପୁଣିଥରେ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି। ଏଥିରେ କମ୍ପ୍ଲିଟ୍ ରାପର୍ ଷ୍ଟାଇଲ୍ରେ ବେଶ୍ କୁଲ୍ ଅନ୍ଦାଜରେ ନଜର ଆସିଛନ୍ତି ସେ। ଗୀତଟିକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ବି ମିଳୁଛି।
https://www.instagram.com/p/B9Qp6iHhJ0c/?utm_source=ig_web_copy_link
ଗୀତଟିର ଲିରିକ୍ସ ଲିଟିଲ୍ ଗୋଲୁ ଓ ହନିଂ ସିଂହ ମିଶି ଲେଖିଛନ୍ତି। ଦର୍ଶକ ପୁଣିଥରେ ହନିଙ୍କୁ ପୁରୁଣା ଅନ୍ଦାଜରେ ଦେଖି ବେଶ୍ ଖୁସି ହେଉଛନ୍ତି। ଏହି ଗୀତଟିକୁ ଏକ ପାର୍ଟି ନମ୍ବର ବଳି କରାଯାଇଛି। ତେବ ହନି ଏହି ଗୀତଟିକୁ ଲେଖିବା, ଗାଇବା, ଅଭିନୟ କରିବା ସହ ଏହାର ପ୍ରଯୋଜନା ବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/yoyo.jpg)