Advertisment

ବମ୍ବେରେ ମଡେଲିଂ କରି ଚର୍ଚ୍ଚାରେ ଏହି ଓଡ଼ିଆ ଝିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍‌ ହେବେ ନହେଲେ କରନ୍‌ ଜୋହରଙ୍କ ଫିଲ୍ମର ହିରୋଇନ୍‌। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ। ପିଲାଦିନ କଟିଥିଲା ଦିଲ୍ଲୀରେ। ‘ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌’, ନ୍ୟୁୟର୍କରେ ସେ ପାଠ ପଢିଛନ୍ତି। ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ […]

author-image
Biswobandita Swain
ଅଦ୍ୟତନ ହୋଇଛି
ବମ୍ବେରେ ମଡେଲିଂ କରି ଚର୍ଚ୍ଚାରେ ଏହି ଓଡ଼ିଆ ଝିଅ

1q

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍‌ ହେବେ ନହେଲେ କରନ୍‌ ଜୋହରଙ୍କ ଫିଲ୍ମର ହିରୋଇନ୍‌। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି।

Advertisment

ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ। ପିଲାଦିନ କଟିଥିଲା ଦିଲ୍ଲୀରେ। 'ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌', ନ୍ୟୁୟର୍କରେ ସେ ପାଠ ପଢିଛନ୍ତି। ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍‌ ଅଫ୍‌ ଆର୍ଟ୍ସରେ ବିଏ ପଢ଼ିଥିଲେ। ସେଠାରେ ପଢ଼ିବା ସମୟରେ ନଇଶା ମଡେଲିଂରେ ପାଦଦେଲେ। ସେତେବେଳେ ସେ ଭାବୁଥିଲେ ଏହି ଆଡ୍‌ ତାଙ୍କୁ ପକେଟ୍‌ ମନି ଯୋଗାଇପାରିବ।

publive-image ତା’ପରେ ତାଙ୍କ ପ୍ରଥମ ଆଡ୍‌ର ଲୋକପ୍ରିୟତା ପରେ ତାଙ୍କୁ ଆଡ୍ ପରେ ଆଡ୍‌ ଏବଂ କିଛି କ୍ୟାମ୍ପେନ୍‌ ପାଇଁ ମଧ୍ୟ ପ୍ରସ୍ତାବ ଆସିଲା। ନଇଶାଙ୍କ ବର୍ଣ୍ଣ ଶାମ୍ୟଳ ଥିଲା। ତେଣୁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏହାପରେ ସେ ସେମିତି କିଛି ବ୍ରାଣ୍ଡରେ କାମ କଲେ ଯେଉଁଠି ତାଙ୍କ ବର୍ଣ୍ଣକୁ ସମ୍ମାନ ଦିଆଯାଉଥିଲା।

Advertisment

ବର୍ଣ୍ଣକୁ ନେଇ ଲୋକମାନଙ୍କର ଏକ ଭିନ୍ନ ମାନସିକତା ରହିଛି। ସେସବୁ ପରିବର୍ତ୍ତନ ହେବା ଦରକାର ଏବଂ ସେ ତାଙ୍କ ବର୍ଣ୍ଣକୁ ନେଇ ସମାଲୋଚନା କରୁନଥିବା ବ୍ରାଣ୍ଡ ସହ କାମ କରୁଛନ୍ତି। ଏବେ ନଇ ଲୋରିଅଲ୍‌, ମାଇକ୍ରୋମ୍ୟାକ୍ସ, ଜିପ୍‌, ମେବେଲିନ୍‌ ଭଳି ବ୍ରାଣ୍ଡର ଆଡ୍‌ରେ କାମ କରୁଛନ୍ତି।

publive-imageଏବେ ତ ନଇଶାଙ୍କ ମଡେଲ୍‌ ହେବାର ସ୍ୱପ୍ନ ପୂରଣ ହୋଇଯାଇଛି। ଆଗକୁ ସେ ଫିଲ୍ମରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି।

ସେପଟେ ଓଡ଼ିଶାକୁ ନେଇ ନଇଶା କୁହନ୍ତି ଯେ ସେ ଭୁବନେଶ୍ୱରକୁ ବହୁତ ଭଲ ପାଆନ୍ତି। ସେଠାରେ ତାଙ୍କର ଜନ୍ମ ହୋଇଥିଲା। ଏବେ ଭୁବନେଶ୍ୱରରେ ତାଙ୍କ ଜେଜେ ବାପା ଏବଂ ଜେଜ ମାଆ ଅଛନ୍ତି। ସମୟ ମିଳିଲେ ସେ ତାଙ୍କ ବାପା ମାଆଙ୍କ ସହ ବୁଲିବାକୁ ଆସନ୍ତି।