ବିଶ୍ୱକପ୍‌ ସମୟରେ ବିରାଟଙ୍କୁ ଏମିତି ଚିୟର୍‌ କରିବେ ଅନୁଷ୍କା!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ବିରାଟ କୋହଲି ବିଶ୍ୱକପ୍‌ ଖେଳିବା ପାଇଁ ମଇଦାନ୍‌କୁ ଓହ୍ଲାଇବେ। ଏଥିପାଇଁ ଟିମ୍‌ ଇଣ୍ଡିଆ ଜୋର୍‌ସର୍‌ରେ ପ୍ରସ୍ତୁତି ଚଲାଇଛି। ପୂରା ଦେଶର ନଜର ଏବେ ବିଶ୍ୱକପ ଟ୍ରଫି ଉପରେ। ବିରାଟଙ୍କ ପ୍ରତିନିଧିତ୍ୱରେ ଏହା ପ୍ରଥମ ବିଶ୍ୱକପ୍‌ । ସେଥିପାଇଁ ସେ ଯେତିକି ଚାପରେ ଅଛନ୍ତି ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ସେତିକି ଚିନ୍ତାରେ।

ଯାହା ଶୁଣିବାକୁ ମିଳିଛି, ବିଶ୍ୱକପ୍‌ ସମୟରେ ଅନୁଷ୍କା ସ୍ୱାମୀ ବିରାଟଙ୍କ ପାଖେପାଖେ ରହି ତାଙ୍କ ମନୋବଳ ଦୃଢ କରିବେ । ବିଶ୍ୱ କପ୍‌ ପାଇଁ ଅନୁଷ୍କା ଇଂଲଣ୍ଡ ଯିବେ।

ସେତିକି ନୁହେଁ,  ବିଶ୍ୱକପ୍‌ ଦେଖିବା ପାଇଁ ପଡ଼ିଆକୁ ବିରାଟଙ୍କ ସହ ନ ଯାଇ ଏକା ଯିବେ। ତେବେ ପ୍ରଶ୍ନ ଉଠେ ପ୍ରତ୍ୟେକ ଥର ସେ ବିରାଟଙ୍କ ସହ ଏକାଠି ଟ୍ରାଭେଲ୍‌ କରୁଥିବା ବେଳେ ଏଥର  ମ୍ୟାଚ୍‌ ଦେଖିବାକୁ ଏକା କାହିଁକି ? ହଁ, ଏହା  ପଛରେ ମଧ୍ୟ କାରଣ ରହିଛି।

ଅନୁଷ୍କା ଚାହାନ୍ତିନି, ମିଡିଆ ପାଇଁ କୌଣସି ପ୍ରକାରେ ବିରାଟଙ୍କ ଧ୍ୟାନ ଭଙ୍ଗ ହେଉ। ତେଣୁ ମିଡିଆଙ୍କ ଅନାବଶ୍ୟକ ଫଟୋ ଏବଂ ଖବରରେ ପ୍ରଭାବିତ ନହେବା ପାଇଁ ସେ ଅଲଗା କାର୍‌ରେ ଯିବାକୁ ଚାହାନ୍ତି।