Advertisment

ଟ୍ରୋଲିଂକୁ ଏମିତି ସାମ୍ନା କରନ୍ତି ଶିବାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ”ସୋଶାଲ୍‌ ମିଡ଼ିଆରେ ଯେଉଁମାନେ ଖରାପ କମେଣ୍ଟ ଦିଅନ୍ତି ସେମାନଙ୍କର କିଛି ଖରାପ ଉଦ୍ଦେଶ୍ୟ ନଥାଏ। ବେଳେବେଳେ କିଛି ଲୋକ ଧୈର୍ଯ୍ୟର ପରୀକ୍ଷା ନେବାକୁ ନକାରାତ୍ମକ କମେଣ୍ଟ ଦିଅନ୍ତି। ସେମାନେ ଦେଖିବାକୁ ଚାହାଁନ୍ତି ଯେ କଳାକାରମାନେ କେମିତି ଏସବୁ ଟ୍ରୋଲିଂକୁ ସାମ୍ନା କରୁଛନ୍ତି। ଆଉ ମୁଁ ଲୋକମାନଙ୍କ ଖରାପ କମେଣ୍ଟକୁ ଧୈର୍ଯ୍ୟର ସହ ହ୍ୟାଣ୍ଡେଲ୍‌ କରେ ଏବଂ କିଛି ଲୋକଙ୍କୁ ଧୈର୍ଯ୍ୟର ସହ ରିପ୍ଲାଏ ମଧ୍ୟ ଦିଏ।” ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ […]

ଟ୍ରୋଲିଂକୁ ଏମିତି ସାମ୍ନା କରନ୍ତି ଶିବାନୀ

shibani

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ”ସୋଶାଲ୍‌ ମିଡ଼ିଆରେ ଯେଉଁମାନେ ଖରାପ କମେଣ୍ଟ ଦିଅନ୍ତି ସେମାନଙ୍କର କିଛି ଖରାପ ଉଦ୍ଦେଶ୍ୟ ନଥାଏ। ବେଳେବେଳେ କିଛି ଲୋକ ଧୈର୍ଯ୍ୟର ପରୀକ୍ଷା ନେବାକୁ ନକାରାତ୍ମକ କମେଣ୍ଟ ଦିଅନ୍ତି। ସେମାନେ ଦେଖିବାକୁ ଚାହାଁନ୍ତି ଯେ କଳାକାରମାନେ କେମିତି ଏସବୁ ଟ୍ରୋଲିଂକୁ ସାମ୍ନା କରୁଛନ୍ତି। ଆଉ ମୁଁ ଲୋକମାନଙ୍କ ଖରାପ କମେଣ୍ଟକୁ ଧୈର୍ଯ୍ୟର ସହ ହ୍ୟାଣ୍ଡେଲ୍‌ କରେ ଏବଂ କିଛି ଲୋକଙ୍କୁ ଧୈର୍ଯ୍ୟର ସହ ରିପ୍ଲାଏ ମଧ୍ୟ ଦିଏ।” ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରିଟି’ରେ ଯୋଗଦେଇ ଏକଥା କହିଛନ୍ତି ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀ।

Advertisment

୨୦୧୭ରେ ‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ ଶିବାନୀ। ଏପର୍ଯ୍ୟନ୍ତ ସେ ସମୁଦାୟ ୩ଟି ଫିଲ୍ମରେ ଅଭିନୟ କରିଛନ୍ତି। ଓଲିଉଡ୍‌ର ୩ ଜଣ ସୁପରଷ୍ଟାର ବାବୁସାନ୍‌, ଅନୁଭବ ଏବଂ ଅରିନ୍ଦମଙ୍କ ସହ ସେ କାମ କରିଛନ୍ତି। ଏଥିପାଇଁ ଶିବାନୀଙ୍କୁ ବହୁତ ପ୍ରଶଂସା କରାଯାଏ। ତେବେ ତାଙ୍କ ଅଭିନୟ ଏବଂ ଫିଲ୍ମକୁ ନେଇ ସେ ଅନେକ ସମୟରେ ସମାଲୋଚନାର ଶିକାର ମଧ୍ୟ ହୁଅନ୍ତି। ଆଉ ଏସବୁକୁ ସେ ଖୁବ୍ ଭଲ ଭାବେ ହ୍ୟାଣ୍ଡେଲ୍ କରନ୍ତି ବୋଲି କହିଛନ୍ତି।

publive-imageସୂଚନାଯୋଗ୍ୟ, ଆଗକୁ ଶିବାନୀଙ୍କୁ ‘ବାବୁ ଭାଇଜାନ୍‌’ ଫିଲ୍ମରେ ଦେଖିବାକୁ ମିଳିବ। ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଶିବାନୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଅରିନ୍ଦମ। ଏଥିରେ ସେ ଅରିନ୍ଦମଙ୍କ ସହିତ ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେଆର୍ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe