Advertisment

ଫିଲ୍ମ ‘କବୀର ସିଂହ’ରେ ସାହିଦ୍‌ ଓ କିୟାରାଙ୍କ ମଧ୍ୟରେ କେତୋଟି କିସିଂ ସିନ୍‌ ଅଛି, ଜାଣିଛନ୍ତି କି?

ମୁମ୍ବାଇ: ଶାହିଦ୍‌ କପୁର ଓ କିୟାରା ଆଡ୍‌ଭାନୀଙ୍କ ଫିଲ୍ମ କବୀର ସିଂହର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଶାହିଦ୍‌ଙ୍କର ଏହି ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମକୁ ଦର୍ଶକ ସୁପରହିଟ୍‌ ମଧ୍ୟ କହୁଛନ୍ତି। ଟ୍ରେଲରରେ ସାହିଦ୍‌ କପୁର ଓ କିୟାରାଙ୍କ ମଧ୍ୟରେ କିସିଙ୍ଗ୍‌ ସିନ୍‌ ଦେଖିବାକୁ ମିଳିଛି। ‘କବୀର ସିଂହ’ଙ୍କ ଟ୍ରେଲର ଲଞ୍ଚ୍‌ ହେବା ଅବସରରେ କିୟାରା ଆଡ୍‌ଭାନୀଙ୍କୁ ଫିଲ୍ମରେ ତାଙ୍କର ଓ ଶାହିଦ୍‌ଙ୍କ ମଧ୍ୟରେ କେତୋଟି କିସିଂ ସିନ୍‌ ହୋଇଛି ବୋଲି […]

ଅଦ୍ୟତନ ହୋଇଛି
ଫିଲ୍ମ ‘କବୀର ସିଂହ’ରେ ସାହିଦ୍‌ ଓ କିୟାରାଙ୍କ ମଧ୍ୟରେ କେତୋଟି କିସିଂ ସିନ୍‌ ଅଛି, ଜାଣିଛନ୍ତି କି?

sahid

Advertisment

ମୁମ୍ବାଇ: ଶାହିଦ୍‌ କପୁର ଓ କିୟାରା ଆଡ୍‌ଭାନୀଙ୍କ ଫିଲ୍ମ କବୀର ସିଂହର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଶାହିଦ୍‌ଙ୍କର ଏହି ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମକୁ ଦର୍ଶକ ସୁପରହିଟ୍‌ ମଧ୍ୟ କହୁଛନ୍ତି। ଟ୍ରେଲରରେ ସାହିଦ୍‌ କପୁର ଓ କିୟାରାଙ୍କ ମଧ୍ୟରେ କିସିଙ୍ଗ୍‌ ସିନ୍‌ ଦେଖିବାକୁ ମିଳିଛି। ‘କବୀର ସିଂହ’ଙ୍କ ଟ୍ରେଲର ଲଞ୍ଚ୍‌ ହେବା ଅବସରରେ କିୟାରା ଆଡ୍‌ଭାନୀଙ୍କୁ ଫିଲ୍ମରେ ତାଙ୍କର ଓ ଶାହିଦ୍‌ଙ୍କ ମଧ୍ୟରେ କେତୋଟି କିସିଂ ସିନ୍‌ ହୋଇଛି ବୋଲି ପଚରା ଯାଇଥିଲା ?
ଉତ୍ତରରେ କିୟାରା ଆଡ୍‌ଭାନୀ ହସି ହସି କହିଥିଲେ, ‘‘ମୁଁ ଗଣି ନାହିଁ, ଆପଣଙ୍କୁ ଏହି କଥା ଜାଣିବାକୁ ୨୧ ଜୁନ୍‌କୁ ଫିଲ୍ମ ଦେଖିବାକୁ ପଡ଼ିବ।’’

Advertisment

ଅନ୍ୟପଟେ ସାହିଦ୍‌ କପୁର ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘‘ଏହି କଥାର ଉତ୍ତର ତ ଟଙ୍କା। ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡ଼ିବ।’’

‘କବୀର ସିଂହ’ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସନ୍ଦୀପ୍‌ ୱାଙ୍ଗା। ଏହି ଫିଲ୍ମ ଅରିଜିନାଲ୍‌ ତେଲ୍‌ଗୁ ଫିଲ୍ମ ‘ ଅର୍ଜୁନ୍‌ ରେଡ଼ି’ର ବି ନିର୍ଦ୍ଦେଶନା ଦେଇଥିଲେ ସନ୍ଦୀପ୍‌ ୱାଙ୍ଗା।
ଅର୍ଜୁନ୍‌ ରେଡ଼ୀ ସାଉଥ୍‌ରେ ବି ଜବରଦସ୍ତ ବ୍ୟବସାୟ କରିଥିଲା। ଆଉ ଏହାର  ହିନ୍ଦୀ ରିମେକ୍‌ ‘କବୀର ସିଂହ’ରେ ସାହିଦ୍‌ କପୁର ଖୁବ୍‌ ଜବରଦସ୍ତ ଅଭିନୟ କରିଛନ୍ତି। ଏହା ପୂର୍ବରୁ ଶାହିଦ୍‌ଙ୍କ ଫିଲ୍ମ ‘ବତି ଗୁଲ୍‌ ମିଟର ଚାଲୁ’ ରିଲିଜ୍‌ ହୋଇଥିଲା। ଯାହା ବକ୍ସ ଅଫିସ୍‌ ଭଲ ବ୍ୟବସାୟ କରିନଥିଲା। ‘କବୀର ସିଂହ’ ରିଲିଜ୍‌ ହେବାପରେ ଜଣା ପଡ଼ିବ ଯେ, ଶାହିଦ୍‌ ଏହି ଫିଲ୍ମ ବକ୍ସ ଅଫିସ୍‌ ଧମାଲ କରି ପାରୁଛି ନା ନାହିଁ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe