Advertisment

ରିଅଲ୍‌ ଲାଇଫ୍‌ ରାମଙ୍କୁ କିପରି ଭେଟିଲେ ଦୀପିକା

ନୂଆଦିଲ୍ଲୀ : ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କୁ କିଏ ନଜାଣେ? ଏହି ଚରିତ୍ରରେ ଅଭିନୟ କରି ଦୀପିକା ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ରବିବାର ଏକ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ଦୀପିକା ଫ୍ୟାନ୍ସଙ୍କୁ ତାଙ୍କ ଲାଇଫ୍‌ର ସିକ୍ରେଟ୍‌ ଶେଆର୍‌ କରିଛନ୍ତି। ଏହି ପୋଷ୍ଟରେ ସେ ନିଜ ରିଅଲ୍‌ ଲାଇଫ୍‌ ହିରୋ ସ୍ୱାମୀ ହେମନ୍ତ ଟୋପିୱାଲାଙ୍କୁ କିପରି ଭେଟିଲେ, ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ […]

ଅଦ୍ୟତନ ହୋଇଛି
ରିଅଲ୍‌ ଲାଇଫ୍‌ ରାମଙ୍କୁ କିପରି ଭେଟିଲେ ଦୀପିକା

sita

Advertisment

ନୂଆଦିଲ୍ଲୀ : ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କୁ କିଏ ନଜାଣେ? ଏହି ଚରିତ୍ରରେ ଅଭିନୟ କରି ଦୀପିକା ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ରବିବାର ଏକ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ଦୀପିକା ଫ୍ୟାନ୍ସଙ୍କୁ ତାଙ୍କ ଲାଇଫ୍‌ର ସିକ୍ରେଟ୍‌ ଶେଆର୍‌ କରିଛନ୍ତି। ଏହି ପୋଷ୍ଟରେ ସେ ନିଜ ରିଅଲ୍‌ ଲାଇଫ୍‌ ହିରୋ ସ୍ୱାମୀ ହେମନ୍ତ ଟୋପିୱାଲାଙ୍କୁ କିପରି ଭେଟିଲେ, ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରିଛନ୍ତି।

Advertisment

ଦୀପିକା ଲେଖିଛନ୍ତି, ଏକ କସମେଟିକ୍‌ ବ୍ରାଣ୍ଡ କାଜୋଲ୍‌ର ବିଜ୍ଞାପନ କରୁଥିବା ସମୟରେ ସେ ହେମନ୍ତଙ୍କୁ ଭେଟିଥିଲେ। ଏହି ବିଜ୍ଞାପନଟି ତାଙ୍କ ସ୍ୱାମୀଙ୍କ କମ୍ପାନୀର ହିଁ ଥିଲା।

https://www.instagram.com/p/CA1n3nJpdbF/?utm_source=ig_web_copy_link

ସ୍ୱାମୀଙ୍କ ସହିତ ବିବାହ ସମୟର ଏକ ଫଟୋ ଶେଆର୍ କରି ଦୀପିକା ଲେଖିଛନ୍ତି, ‘ଏହି ଫଟୋକୁ ଦେଖିଲେ ଭାବୁଛି, ଆପଣମାନେ ଜାଣିବାକୁ ଚାହୁଁଛନ୍ତି କି ମୁଁ ମୋ ସ୍ୱାମୀଙ୍କୁ କିପରି ଭେଟିଲି ?’

Advertisment

https://www.instagram.com/p/CAwu2SZpk0l/?utm_source=ig_web_copy_link

ଅନ୍ୟ ଏକ ପୋଷ୍ଟରେ ଦୀପିକା ଲେଖିଛନ୍ତି, ‘ ଆପଣମାନେ ସମସ୍ତେ ଜାଣିଛନ୍ତି, ସୀତା କିପରି ରାମଙ୍କୁ ଭେଟିଥିଲେ। ତେଣୁ ମୁଁ ଭାବିଲି, ମୋ ରିଅଲ୍‌ ଲାଇଫ୍‌ ରାମଙ୍କୁ କିପରି ଭେଟିଲି, ଆପଣମାନଙ୍କୁ ଶେଆର୍‌ କରିବି। ୧୯୬୧ ମସିହାରେ ମୋ ସ୍ୱାମୀଙ୍କ ପରିବାର ‘ସିଙ୍ଗାର’ ନାମରେ ଏକ ଭାରତୀୟ କସମେଟିକ୍‌ କମ୍ପାନୀର ମାଲିକ ଥିଲେ। ମୋ ପ୍ରଥମ ଫିଲ୍ମ ‘ସୁନ୍‌ ମେରୀ ଲୈଲା’ର ଶୁଟିଂର ଏକ ସିନ୍‌ରେ ‘ସିଙ୍ଗାର’ କାଜୋଲ୍‌ର ବିଜ୍ଞାପନ ରହିଥିଲା। ଏହି ବିଜ୍ଞାପନଟି ଶୁଟ୍‌ କରୁଥିବା ସମୟରେ ହେମନ୍ତ ସେଟ୍‌କୁ ଆସି ଶୁଟିଂ ଦେଖିଥିଲେ। ତାହା ହିଁ ଆମର ପ୍ରଥମ ଦେଖାଥିଲା। ଏହାପରେ ଆମେ ପରସ୍ପରର ନିକଟତର ହେବାକୁ ଲାଗିଥିଲୁ।’

https://www.instagram.com/p/CAzBWRIJIlW/?utm_source=ig_web_copy_link

ନିକଟରେ କପିଲ ଶର୍ମାଙ୍କ ଶୋ’ରେ ଯୋଗ ଦେଇ ଦୀପିକା କହିଥିଲେ, ମାତା ସୀତା ଭାବରେ ଲୋକପ୍ରିୟ ହେବା ପରେ ଲୋକେ ତାଙ୍କୁ ହାଏ ହାଲୋ କହିବା ପରିବର୍ତ୍ତେ ମୁଣ୍ଡ ନୁଆଁଇ ନମସ୍କାର କରୁଥିଲେ।

ଶେଷଥର ପାଇଁ ଦୀପିକା ଚିଖାଲିଆଙ୍କୁ ଆୟୁଷ୍ମାନ୍‌ ଖୁରାନାଙ୍କ ପିଲ୍ମ ‘ବାଲା’ରେ ଯାମି ଗୌତମ ଓ ଭୂମି ପେଡନାକରଙ୍କ ସହିତ ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe