ପୋଷ୍ୟ ସନ୍ତାନ ବୋଲି ଜାଣିବା ପରେ ସୁସ୍ମିତାଙ୍କୁ ଏପରି କହିଲେ ଝିଅ

ମୁମ୍ବାଇ: ବଲିଉଡ୍‌ରେ ଗୋଟେ ସମୟ ଥିଲା ଯେଉଁ ସମୟରେ କି ପରଦା ଉପରେ ବ୍ରହ୍ମାଣ୍ଡ  ସୁନ୍ଦରୀ  ସୁସ୍ମିତା ସେନ୍‌ ଲୋକଙ୍କ ମନ ଜିଣୁଥିଲେ। ତାଙ୍କ ଜିରୋ ଫିଗରରେ ସେ ସମସ୍ତଙ୍କୁ ଦିୱାନା ମଧ୍ୟ କରିଛନ୍ତି। ଏବେ କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ କଥା ଶେଆର୍‌ କରି ଚର୍ଚ୍ଚାକୁ ଆସିଛନ୍ତି।

ସୁସ୍ମିତା ତାଙ୍କ ୨ ଝିଅଙ୍କ ସହ ବହୁତ ମେଳାପି। ତାଙ୍କର ରେନେ ଏବଂ ଅଲିଷା ନାମରେ ଦୁଇଜଣ ଝିଅ ଅଛନ୍ତି। ସୁସ୍ମିତା ରେନେଙ୍କୁ ୨୦୦୦ ମସିହାରେ ଏବଂ ଅଲିଷାଙ୍କୁ ୨୦୧୦ ମସିହାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା କଥା ସମସ୍ତଙ୍କ ଆଗରେ ଶେଆର୍‌ କରିଛନ୍ତି।

 

View this post on Instagram

 

#cherished #memories #thegang 😄❤️ @rohmanshawl @rajeevmasand 🤗🥂❤️I love you guys!!!!😁💃🏻

A post shared by Sushmita Sen (@sushmitasen47) on

ସେ କହିଛନ୍ତି, ମୁଁ ଏହି କଥାକୁ ଏକ ଖେଳ ମାଧ୍ୟମରେ ଉଭୟଙ୍କୁ ବୁଝାଇଥିଲି। ଆମେ ବିପକ୍ଷରେ ଖେଳୁଥିଲୁ। ସେତେବେଳେ ପୋଷ୍ୟ ଏବଂ ବାୟୋଲୋଜିକାଲ୍‌ ବିଷୟରେ ସେମାନଙ୍କୁ କହିଥିଲି। ଏହା ପରେ ରେନେ କହିଥିଲେ, ମୋତେ ତାହାଲେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି? ମୁଁ କହିଲି ହଁ। ବାୟୋଲୋଜିକାଲ୍‌ ବୋରିଙ୍ଗ୍‌ ହୋଇଥାନ୍ତି। ତମେ ତ ମନରୁ ଜନ୍ମ ହୋଇଛ। ଏହା ପରେ ରେନେ ନିଜ ସାଙ୍ଗମାନଙ୍କୁ କହୁଥାନ୍ତି ଯେ, ତୁମେ ବାୟୋଲୋଜିକାଲ୍‌, ସେଥିପାଇଁ ତୁମେ ବୋରିଙ୍ଗ୍‌। ସୁସ୍ମିତା କହିଥିଲେ ଯେ, ମୋ ମ୍ୟାଜିକ୍‌  ଦୁଇ ଜଣଙ୍କ ଉପରେ କାମ କରିଗଲା ଜାଣି ଭାରି ଖୁସି ହେଲି ।

ସୁସ୍ମିତା ଏହା ମଧ୍ୟ କହିଛନ୍ତି ଯେ, ଝିଅମାନେ ୧୮ ବର୍ଷ ହେଇଯିବା ପରେ ତାଙ୍କ ପିତା ମାତାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯେତେବେଳେ ରେନେ ୧୬ ‍ବର୍ଷ ବୟସର ଥିଲେ, ମୁଁ ତାଙ୍କୁ ବୁଝାଇଥିଲି ଯେ ତୁମେ କୋର୍ଟ ଯାଇ ତୁମ ଅସଲ ପିତା ମାତାଙ୍କ ନାମ ଜାଣିପାରିବ।


ଏହା ପରେ ସୁସ୍ମିତା କହିଥିଲେ ଯେ, ‘ମୁଁ ତାଙ୍କୁ ଭୁଲ୍‌ ତଥ୍ୟ ଦେଇ ତାଙ୍କ ମନ ଭାଙ୍ଗିବାକୁ ଚାହୁଁ ନଥିଲି। ସେ ମୋତେ ପଚାରିଥିଲେ ଯେ, କ’ଣ ତମେ ଚାହୁଁଛ କି ଆମେ ଆମ ବାପା ମାଆଙ୍କୁ ସନ୍ଧାନ କରୁ। ମୁଁ କହିଥିଲି, ତୁମର ଜାଣିବା ପାଇଁ ଅଧିକାର ଅଛି। କିନ୍ତୁ ରେନେ ନିଜ ଅସଲି ବାପା ମାଆଙ୍କ ବିଷୟରେ ସନ୍ଧାନ କରିବାକୁ  ଇଚ୍ଛୁକ ନ ଥିଲେ।

ସୁସ୍ମିତା ଏବଂ ତାଙ୍କ ୨ ଝିଅଙ୍କ ଭିତରେ ଭଲ ବୁଝାମଣା ଦେଖିବାକୁ ମିଳେ। ସୁସ୍ମିତା ନିଜ ଇନଷ୍ଟାଗ୍ରାମ ସାଇଟ୍‌ରେ ଝିଅଙ୍କ ସହ ଶେଆର୍‌ କରିଥିବା ଫଟୋ ଦେଖିଲେ ଆପଣ ଜାଣିପାରିବେ ଦୁଇ ଝିଅଙ୍କ ସହ ସୁସ୍ମିତାଙ୍କର  କେତେ ଭଲ ପାଇବା ରହିଛି।

 

View this post on Instagram

 

‘Yeh saare dil ke rishtey, insaniyat ke muskurate farishtay’ ❤️🤗💃🏻😁#backhome 😇 I love you guys!!!!

A post shared by Sushmita Sen (@sushmitasen47) on

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।