Advertisment

ତମନ୍ନାଙ୍କ ପାଇଁ ସ୍କୁଟିରେ ଚକୋଲେଟ୍‌ ଲଗାଇ ଚାଲିଯାଉଥିଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ତମନ୍ନାଙ୍କର ଜଣେ ସିକ୍ରେଟ୍‌ ପ୍ରେମିକ ଥିଲେ। ସେ ଯେତେବେଳେ ବ୍ରହ୍ମପୁରର ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ ସେତେବେଳେ ସେ ଯୁବକ ତାଙ୍କୁ ଭଲ ପାଉଥିଲେ। ସେ ପ୍ରତିଦିନ ତମନ୍ନାଙ୍କ ସ୍କୁଟିରେ ଗୋଟେ ଚକୋଲେଟ୍‌ ଲଗାଇ ଚାଲିଯାଉଥିଲା। ଏମିତି କିଛି ଦିନ କରିବା ପରେ ତମନ୍ନା ଏବଂ ତାଙ୍କ ସାଙ୍କମାନେ ଚିନ୍ତା କଲେ ଯେ ସେମାନେ ଜଗିକି ରହିବେ ଓ ସ୍କୁଟିରେ ଚକୋଲେଟ୍‌ କିଏ ଲଗାଉଛି ତାକୁ ଧରିବେ। ଯୋଜନା ଅନୁଯାୟୀ ଦିନେ […]

ଅଦ୍ୟତନ ହୋଇଛି
ତମନ୍ନାଙ୍କ ପାଇଁ ସ୍କୁଟିରେ ଚକୋଲେଟ୍‌ ଲଗାଇ ଚାଲିଯାଉଥିଲେ ଯୁବକ

tamanna-op

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ତମନ୍ନାଙ୍କର ଜଣେ ସିକ୍ରେଟ୍‌ ପ୍ରେମିକ ଥିଲେ। ସେ ଯେତେବେଳେ ବ୍ରହ୍ମପୁରର ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ ସେତେବେଳେ ସେ ଯୁବକ ତାଙ୍କୁ ଭଲ ପାଉଥିଲେ। ସେ ପ୍ରତିଦିନ ତମନ୍ନାଙ୍କ ସ୍କୁଟିରେ ଗୋଟେ ଚକୋଲେଟ୍‌ ଲଗାଇ ଚାଲିଯାଉଥିଲା। ଏମିତି କିଛି ଦିନ କରିବା ପରେ ତମନ୍ନା ଏବଂ ତାଙ୍କ ସାଙ୍କମାନେ ଚିନ୍ତା କଲେ ଯେ ସେମାନେ ଜଗିକି ରହିବେ ଓ ସ୍କୁଟିରେ ଚକୋଲେଟ୍‌ କିଏ ଲଗାଉଛି ତାକୁ ଧରିବେ।

Advertisment

ଯୋଜନା ଅନୁଯାୟୀ ଦିନେ ତମନ୍ନାଙ୍କର କିଛି ସାଙ୍ଗ କ୍ଲାସ୍‌ ନଯାଇ ସେ ପିଲାକୁ ଅପେକ୍ଷା କଲେ। କିନ୍ତୁ ସେଦିନ କେହି ଆସିଲାନି। କାରଣ ସେ ମଧ୍ୟ ଜାଣିପାରିଥିଲା ଯେ ତା’ ଉପରେ ନଜର ରଖାଯାଉଥିଲା। ସେ ଦୁଇ ତିନି ଦିନ ତମନ୍ନାଙ୍କ ସ୍କୁଟିରେ ଚକୋଲେଟ୍‌ ଲଗାଇବା ବନ୍ଦ କରିଦେଲା। ତା’ପରେ ପୁଣି  ପୂର୍ବପରି ସେ ଚକୋଲେଟ୍‌ ଲଗାଇବା ଆରମ୍ଭ କରିଦେଲା। ପୁଣିଥରେ ତମନ୍ନାଙ୍କର ସାଙ୍ଗମାନେ ତା’ଉପରେ ନଜର ରଖିବା ପରେ ସେ ଧରା ପଡିଥିଲା ଏବଂ ଉକ୍ତ ଯୁବକ ଜଣଙ୍କ ସେହି କଲେଜ୍‌ର ବୋଲି ଜଣାପଡ଼ିଥିଲା।

ତା’ପରେ ତମନ୍ନା ତାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ତାଙ୍କ ବାଇକ୍‌କୁ ପଙ୍କ୍‌ଚର କରିଥିଲେ। ସେ ପାଞ୍ଚ ଛଅ ଥର ଉକ୍ତ ଯୁବକଙ୍କ ବାଇକ୍‌ ପଙ୍କ୍‌ଚର କରିଛନ୍ତି। ତେବେ ପରେ ଯୁବକ ଜଣଙ୍କ ସ୍କୁଟିରେ ଚକୋଲେଟ୍ ଲଗାଇବା ଘଟଣା ପାଇଁ ତାଙ୍କୁ କ୍ଷମା ମାଗିଥିଲେ।

Advertisment

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର୍‌’ର ଏକ ଏପିସୋଡ୍‌ରେ ତମନ୍ନା କଲେଜ ସମୟର କିଛି ଖଟା ଓ ମିଠା ସ୍ମୃତି ଶେଆର କରିବା ବେଳେ ଏ କଥା କହିଥିଲେ ତମନ୍ନା।

ସେ ଆହୁରି କହିଥିଲେ, ସ୍କୁଲ୍‌ ସମୟରେ ସେ ବହୁତ ଚୁଲ୍‌ବୁଲି ଥିଲେ। ପାଠ ଭଲ ପଢୁଥିଲେ ଓ ସ୍କୁଲ୍‌ର ସବୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଏବଂ ଜିତୁ ଥିଲେ। କିନ୍ତୁ ସ୍କୁଲ୍‌ରେ କେହି ଭାବି ନଥିଲେ ଯେ ସେ ଏପର୍ଯ୍ୟନ୍ତ ପହଞ୍ଚିଯିବେ ଓ ଜଣେ ହିରୋଇନ୍‌ ହୋଇଯିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe