Advertisment

ନିଜକୁ ରୁମ୍‌ରେ ବନ୍ଦ କରି କାନ୍ଦୁଥିଲେ ହ୍ରିତିକ୍

ମୁମ୍ୱାଇ: ହ୍ରିତିକ୍ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’କୁ ୨୦ ବର୍ଷ ପୂରି ଯାଇଛି। ୨୦୦୦ ମସିହା ଜାନୁଆରୀ ମାସ ୧୪ ତାରିଖରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା। ତେବେ ଏ ଫିଲ୍ମ ନେଇ ହ୍ରିତିକ୍‌ଙ୍କ ଏକ କଥା ଏବେ ସାମ୍ନାକୁ ଆସିଛି। ତାଙ୍କ ବାପା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଏହି ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ, ‘କହୋ ନା ପ୍ୟାର୍‌ ହୈ’ ରିଲିଜ୍‌ ହେବା ପରେ ହ୍ରିତିକଙ୍କୁ ରାତାରାତି ଷ୍ଟାରଡମ୍ ମିଳି […]

ଅଦ୍ୟତନ ହୋଇଛି
ନିଜକୁ ରୁମ୍‌ରେ ବନ୍ଦ କରି କାନ୍ଦୁଥିଲେ ହ୍ରିତିକ୍

hhhhhh

Advertisment

ମୁମ୍ୱାଇ: ହ୍ରିତିକ୍ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’କୁ ୨୦ ବର୍ଷ ପୂରି ଯାଇଛି। ୨୦୦୦ ମସିହା ଜାନୁଆରୀ ମାସ ୧୪ ତାରିଖରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା। ତେବେ ଏ ଫିଲ୍ମ ନେଇ ହ୍ରିତିକ୍‌ଙ୍କ ଏକ କଥା ଏବେ ସାମ୍ନାକୁ ଆସିଛି। ତାଙ୍କ ବାପା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଏହି ଖୁଲାସା କରିଛନ୍ତି।

Advertisment

ଏକ ସାକ୍ଷାତକାରରେ ସେ କହିଥିଲେ, ‘କହୋ ନା ପ୍ୟାର୍‌ ହୈ’ ରିଲିଜ୍‌ ହେବା ପରେ ହ୍ରିତିକଙ୍କୁ ରାତାରାତି ଷ୍ଟାରଡମ୍ ମିଳି ଯାଇଥିଲା। ଆଉ ଏହି ଷ୍ଟାରଡମ୍‌କୁ ନେଇ ସେ ଭୟଭୀତ ହୋଇଯାଇଥିଲେ। ଏପରିକି ନିଜକୁ ରୁମ୍‌ ଭିତରେ ଲକ୍ କରି କାନ୍ଦୁଥିଲେ।

ରାକେଶ ଆହୁରି କହିଥିଲେ, ନିଜ ଷ୍ଟାରଡମ୍‌କୁ ନେଇ ହ୍ରିତ୍ୱିକ କହିଥିଲେ ଯେ ସେ ଏହାକୁ ସମ୍ଭାଳି ପାରିବେ ନାହିଁ। ଏଥିପାଇଁ ସେ କାମ କରିପାରିବେ ନାହିଁ। ଷ୍ଟୁଡିଓକୁ ଯାଇପାରିବେ ନାହିଁ। ସମସ୍ତେ ତାଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ସେ କିଛି ନୂଆ କାମ ଶିଖି ପାରୁ ନାହାନ୍ତି। ଏହା ଶୁଣିବା ପରେ ସେ ତାଙ୍କୁ ବୁଝାଇଥିଲେ ଓ ଏସବକୁ ଆଶୀର୍ବାଦ ଭାବେ ଗ୍ରହଣ କରିବାକୁ କହିଥିଲେ।

Advertisment

ସେ କହିଥିଲେ, “ମୁଁ ହ୍ରିତିକଙ୍କୁ କହିଥିଲି, ଥରେ ଚିନ୍ତା କର, ଏ ସ୍ଥିତି ଉପୁଜି ନଥିଲେ କ’ଣ ହୋଇଥା’ନ୍ତା ? ତୁମେ ଏସବୁକୁ ଆଶୀର୍ବାଦ ଭାବରେ ଗ୍ରହଣ କର। ଏହାକୁ ବୋଝ ଭାବରେ ନନେଇ ମ୍ୟାନେଜ୍‌ କରିବା ଶିଖ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe