/odisha-reporter/media/post_attachments/uploads/2018/05/irfan-khan-759.jpg)
irfan-khan-759
ମୁମ୍ବାଇ: ବଲିଉଡ୍ ଆକ୍ଟର ଇର୍ଫାନ୍ ଖାନ୍ ଅପକମିଂ ଫିଲ୍ମ ‘ଅଗ୍ରେଜି ମିଡିୟମ’ ରିଲିଜ୍ହେବାକୁ ପ୍ରସ୍ତୁତ ହୋଇଗଲାଣି।ମାର୍ଚ୍ଚ ୨୦ରେ ପରଦାକୁ ଆସିବ ଏହି ଫିଲ୍ମ। ଏହାପୂର୍ବରୁ ଦର୍ଶକଙ୍କ ଉଦ୍ଦେଶ୍ୟରେ ସେ ଏକ ଭିଡିଓରେ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି। ଯିଏ କେହି ବି ଏହି ଭିଡିଓକୁ ଦେଖିବ ଓ ଶୁଣିବ, ଭାବବିହ୍ୱଳ ହୋଇଯିବ। ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ମଧ୍ୟ ବହୁତ ଇମୋଶନାଲ ହୋଇପଡ଼ିଛନ୍ତି।
class="MsoNormal">ଆଜି ତାଙ୍କ ଫିଲ୍ମ ‘ଅଂଗ୍ରେଜି ମିଡିୟମ’ରଟ୍ରେଲର ରିଲିଜ୍ ହେବ। ହେଲେ ଏଥିରେ ଫିଲ୍ମର ଲିଡ୍ ଅଭିନେତା ଇରଫାନ୍ ସାମିଲ୍ ହୋଇପାରିବେ ନାହିଁ। କାରଣ ସେ ଏବେ ଏକ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି। କିନ୍ତୁ ସେ ନିଜେ ଏକ ଭିଡିଓ ଶେୟାର୍ କରି ‘ଅଂଗ୍ରେଜି ମିଡିୟମ’ ବିଷୟରେ ଦର୍ଶକଙ୍କୁ କିଛି ସୂଚନା ଦେଇଛନ୍ତି। ଏହି ଭିଡିଓରେ ଶୁଟିଂ ସମୟର କିଛି ଦୃଶ୍ୟ ରହିଛି।ଇର୍ଫାନଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି।ସେ ଏଥିରେ କହଛନ୍ତି, ‘ଅଂଗ୍ରେଜି ମିଡିୟମ’ ମୋପାଇଁ ବହୁତ ଖାସ୍।ଏହାର ପ୍ରମୋଶନ କରିବାକୁ ଚାହୁଁଛି। କିନ୍ତୁଶରୀର ଭିତରେ କିଛି ଅତିଥି ବସି ରହିଛନ୍ତି।ତେଣୁ ସେମାନଙ୍କ ସହ କଥାବାର୍ତ୍ତା ଜାରି ରହିଛି। ଫିଲ୍ମର ପ୍ରମୋସନ କରିବାକୁ ମୁଁ ଅସମର୍ଥ।ହେଲେ ଆପଣମାନେ ଫିଲ୍ମକୁ ଦେଖିବାକୁ ନିହାତି ଯାଆନ୍ତୁ। ଏହାଆପଣଙ୍କୁ ହସାଇବ, କନ୍ଦାଇବ ପୁଣି ହସାଇବ।’ଶେଷରେ ସେ କହିଛନ୍ତି, ‘ମୋ ପାଇଁ ଅପେକ୍ଷା କରିବେ’। ଏ ଭିଡିଓଟିରେ ଇରଫାନ୍ଙ୍କ କଥା ଶୁଣି ତାଙ୍କ ଫ୍ୟାନ୍ ମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏପରିକି ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ମଧ୍ୟ ଏହି ଭିଡିଓଟିକୁ ଶେୟାର କରି ଇମୋଶନାଲ ପୋଷ୍ଟ ଲେଖିଛନ୍ତି।
https://twitter.com/iHrithik/status/1227494846794891266?s=20
ହ୍ରିତିକ୍ ଲେଖିଛନ୍ତି, ‘ଏହା ବହୁତ ଭଲ ହୋଇଛି ଇରଫାନ୍। ମୋର ଭଲପାଇବା ଓ ପ୍ରର୍ଥନା ଆପଣଙ୍କ ସହ ଅଛି। ଆପଣ ଜଣେ ଚମତ୍କାର ଅଭିନେତା ଏବଂ ଏହା ବହୁତ ଖାସ ଫିଲ୍ମ ଲାଗୁଛି। ଏହାର ଅପେକ୍ଷା କରିଛି ଓ ଯେମିତି ଆପଣ କହିଲେ, ଆପଣଙ୍କର ବି ଅପେକ୍ଷା କରିଛି।’ ହ୍ରିତିକ୍ଙ୍କ ଏହି ଟ୍ୱିଟ୍ ଏବେ ଭାଇରାଲ୍ ହେଉଛି। ଏଥିରେ ଅନେକ ଲୋକ ଲାଇକ୍ ଓ କମେଣ୍ଟ ଦେଉଛନ୍ତି।
ସୂଚନାଯୋଗ୍ୟ ଏହି ଫିଲ୍ମଟି ୨୦୧୭ରେ ଆସିଥିବା ଫିଲ୍ମ 'ହିନ୍ଦୀ ମିଡିୟମ୍'ର ସିକ୍ୱେଲ୍। ଏଥିରେ ମୁଖ୍ୟ ଭୂମିକାରେ ଇର୍ଫାନ୍ ଖାନ୍, ରାଧିକା ମଦନ ଓ କରୀନା କପୁର ଖାନ୍ ଅଭିନୟ କରିଛନ୍ତି। ଫିଲ୍ମଟିକୁ ଦିନେଶ ବିଜନ ପ୍ରଯୋଜା କରିଥିବାବେଳେ ହୋମି ଅଦାଜାନିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚ ୨୦ରେ ରିଲିଜ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
