irfan-khan-759
ମୁମ୍ବାଇ: ବଲିଉଡ୍ ଆକ୍ଟର ଇର୍ଫାନ୍ ଖାନ୍ ଅପକମିଂ ଫିଲ୍ମ ‘ଅଗ୍ରେଜି ମିଡିୟମ’ ରିଲିଜ୍ହେବାକୁ ପ୍ରସ୍ତୁତ ହୋଇଗଲାଣି।ମାର୍ଚ୍ଚ ୨୦ରେ ପରଦାକୁ ଆସିବ ଏହି ଫିଲ୍ମ। ଏହାପୂର୍ବରୁ ଦର୍ଶକଙ୍କ ଉଦ୍ଦେଶ୍ୟରେ ସେ ଏକ ଭିଡିଓରେ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି। ଯିଏ କେହି ବି ଏହି ଭିଡିଓକୁ ଦେଖିବ ଓ ଶୁଣିବ, ଭାବବିହ୍ୱଳ ହୋଇଯିବ। ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ମଧ୍ୟ ବହୁତ ଇମୋଶନାଲ ହୋଇପଡ଼ିଛନ୍ତି।
https://twitter.com/iHrithik/status/1227494846794891266?s=20
ହ୍ରିତିକ୍ ଲେଖିଛନ୍ତି, ‘ଏହା ବହୁତ ଭଲ ହୋଇଛି ଇରଫାନ୍। ମୋର ଭଲପାଇବା ଓ ପ୍ରର୍ଥନା ଆପଣଙ୍କ ସହ ଅଛି। ଆପଣ ଜଣେ ଚମତ୍କାର ଅଭିନେତା ଏବଂ ଏହା ବହୁତ ଖାସ ଫିଲ୍ମ ଲାଗୁଛି। ଏହାର ଅପେକ୍ଷା କରିଛି ଓ ଯେମିତି ଆପଣ କହିଲେ, ଆପଣଙ୍କର ବି ଅପେକ୍ଷା କରିଛି।’ ହ୍ରିତିକ୍ଙ୍କ ଏହି ଟ୍ୱିଟ୍ ଏବେ ଭାଇରାଲ୍ ହେଉଛି। ଏଥିରେ ଅନେକ ଲୋକ ଲାଇକ୍ ଓ କମେଣ୍ଟ ଦେଉଛନ୍ତି।
ସୂଚନାଯୋଗ୍ୟ ଏହି ଫିଲ୍ମଟି ୨୦୧୭ରେ ଆସିଥିବା ଫିଲ୍ମ 'ହିନ୍ଦୀ ମିଡିୟମ୍'ର ସିକ୍ୱେଲ୍। ଏଥିରେ ମୁଖ୍ୟ ଭୂମିକାରେ ଇର୍ଫାନ୍ ଖାନ୍, ରାଧିକା ମଦନ ଓ କରୀନା କପୁର ଖାନ୍ ଅଭିନୟ କରିଛନ୍ତି। ଫିଲ୍ମଟିକୁ ଦିନେଶ ବିଜନ ପ୍ରଯୋଜା କରିଥିବାବେଳେ ହୋମି ଅଦାଜାନିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚ ୨୦ରେ ରିଲିଜ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/05/irfan-khan-759.jpg)