Advertisment

ଷଷ୍ଠ ଶ୍ରେଣୀ ବହିରେ ହ୍ରିତିକଙ୍କ କାହାଣୀ

ମୁମ୍ବାଇ: ହ୍ରିତିକ ରୋଶନ ଆଜି ବଲିଉଡର ଜଣେ ସଫଳ ଅଭିନେତା। ନିଜ ପରିଶ୍ରମ ଓ ଅଭିନୟ ବଳରେ ସେ ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ହେଲେ ଏବେ ତାଙ୍କ ବିଷୟରେ ଯେଉଁ ତଥ୍ୟ ମିଳିଛି ତାହା ତାଙ୍କ ଫ୍ୟାନମାନଙ୍କୁ ଗର୍ବିତ କରିବ ନିଶ୍ଚୟ। ଜଣାପ଼ିଛି ଯେ ଷଷ୍ଠ ଶ୍ରେଣୀ ପିଲାଙ୍କ ବହିରେ ଆତ୍ମ ବିଶ୍ୱାସ ସମ୍ପର୍କୀତ ଅଧ୍ୟାୟରେ ପିଲାଙ୍କୁ ହ୍ରିତିକଙ୍କ କାହାଣୀ ବିଷୟରେ ଶିକ୍ଷା ଦିଆଯାଉଛି। ଜଣେ ସୋଶାଲ୍ ମିଡିଆ ବ୍ୟବହାରକାରୀ ଏକ […]

ଅଦ୍ୟତନ ହୋଇଛି
ଷଷ୍ଠ ଶ୍ରେଣୀ ବହିରେ ହ୍ରିତିକଙ୍କ କାହାଣୀ

hritik

Advertisment

ମୁମ୍ବାଇ: ହ୍ରିତିକ ରୋଶନ ଆଜି ବଲିଉଡର ଜଣେ ସଫଳ ଅଭିନେତା। ନିଜ ପରିଶ୍ରମ ଓ ଅଭିନୟ ବଳରେ ସେ ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ହେଲେ ଏବେ ତାଙ୍କ ବିଷୟରେ ଯେଉଁ ତଥ୍ୟ ମିଳିଛି ତାହା ତାଙ୍କ ଫ୍ୟାନମାନଙ୍କୁ ଗର୍ବିତ କରିବ ନିଶ୍ଚୟ। ଜଣାପ଼ିଛି ଯେ ଷଷ୍ଠ ଶ୍ରେଣୀ ପିଲାଙ୍କ ବହିରେ ଆତ୍ମ ବିଶ୍ୱାସ ସମ୍ପର୍କୀତ ଅଧ୍ୟାୟରେ ପିଲାଙ୍କୁ ହ୍ରିତିକଙ୍କ କାହାଣୀ ବିଷୟରେ ଶିକ୍ଷା ଦିଆଯାଉଛି।

Advertisment

ଜଣେ ସୋଶାଲ୍ ମିଡିଆ ବ୍ୟବହାରକାରୀ ଏକ ଫଟୋ ଶେଆର୍ କରି ଲେଖିଛନ୍ତି, "ମୁଁ ଘରେ ବସି ବୋର୍ ହେଉଥିଲି, ତେଣୁ ମୁଁ ମୋ ଭଣଜାଙ୍କ ପୁସ୍ତକ ଖୋଲି ଦେଖୁଥିଲି। ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ଏକ ଷଷ୍ଠ ଶ୍ରେଣୀ ପୁସ୍ତକରେ ହ୍ରିତିକ ରୋଶନଙ୍କ କାହାଣୀ ପଢ଼ାଯାଉଛି। ୟାଙ୍କଠୁ ଭଲ ଆଉ କିଏ ବା ଆତ୍ମବିଶ୍ୱାସ ବିଷୟରେ ଶଖାଇ ପାରିବ ? ତୁମ ପାଇଁ ଗର୍ବିତ।’ ଏହି ଫଟୋଟି ବର୍ତ୍ତମାନ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

https://twitter.com/aruna_mahendran/status/1244170296292065280?s=20

ସୂଚନା ଅନୁଯାୟୀ ଏସ୍ ଚାନ୍ଦ ପବ୍ଲିକେଶନର ‘ଲାଇଫ୍ ଆଣ୍ଡ ଭ୍ୟାଲ୍ୟୁଜ୍' ନାମକ ଏକ ଷଷ୍ଠ ଶ୍ରେଣୀ ବହିରେ ଆତ୍ମବିଶ୍ୱାସ ଉପରେ ଆଧାରିତ ଏକ ଅଧ୍ୟାୟରେ ହ୍ରିତିକ୍ ରୋଶନଙ୍କ କାହାଣୀ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। ଏଥିରେ ହ୍ରିତିକ ରୋଶନଙ୍କ କଥା କହିଲାବେଳେ ପାଟି ଖନେଇବା ସମସ୍ୟା ବିରୋଧରେ ତାଙ୍କର ଲଢ଼େଇ ବିଷୟରେ ଉଲ୍ଲେଖ ରହିଛି।

Advertisment

ସୂଚନାଯୋଗ୍ୟ, ଏକ ସମୟ ଥିଲା ଯେବେ ହ୍ରିତିକ୍ କଥା କହିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହ୍ରିତିକଙ୍କ ପାଟିଲାଗିବା ବା ଖନାଇବା ସମସ୍ୟାରେ ଜିତିବା ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ତେବେ ଏହି କାହାଣୀ ବର୍ତ୍ତମାନ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦିଆଯାଉଛି। ପିଲାମାନଙ୍କୁ ହ୍ରିତିକଙ୍କ କାହାଣୀ ଶିଖାଇବା ପଛର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ଆତ୍ମବିଶ୍ୱାସର ଅଭାବକୁ ଦୂର କରିବା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe