ହଲିଉଡ୍‌ରେ ନଜର ଆସିବେ ହ୍ରିତିକ୍

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍ ରୋଶନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର୍‌। ଖୁବ୍‌ଶୀଘ୍ର ସେ ହଲିଉଡ୍‌ ଫିଲ୍ମରେ ନଜର ଆସିବେ। ତାଙ୍କ ପୂର୍ବରୁ ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ହଲିଉଡ୍‌ରେ ଏଣ୍ଟ୍ରି କରିସାରିଛନ୍ତି। ହେଲେ ଆକ୍ସନ୍‌ ଓ ଡ୍ୟାନ୍ସ ମାଷ୍ଟର ହ୍ରିତିକ୍‌ଙ୍କ ହଲିଉଡ୍‌ରେ ଡେବ୍ୟୁ କରିବା ଟିକେ ଅଲଗା। କାରଣ ତାଙ୍କୁ ସବୁବେଳେ ହଲିଉଡ୍‌ର ଟମ୍‌ କ୍ରୁସ୍‌ଙ୍କ ସହ ତୁଳନା କରାଯାଏ। ଏପରିକି ତାଙ୍କୁ ବଲିଉଡ୍‌ର ଗ୍ରୀକ୍‌ ଗଡ୍‌ ମଧ୍ୟ କୁହାଯାଏ। https://www.instagram.com/p/BsoYaocnJjz/?utm_source=ig_web_copy_link ସୂଚନା […]

hritik

Chinmayee Roy
  • Published: Saturday, 29 February 2020
  • , Updated: 29 February 2020, 05:12 PM IST

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍ ରୋଶନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର୍‌। ଖୁବ୍‌ଶୀଘ୍ର ସେ ହଲିଉଡ୍‌ ଫିଲ୍ମରେ ନଜର ଆସିବେ। ତାଙ୍କ ପୂର୍ବରୁ ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ହଲିଉଡ୍‌ରେ ଏଣ୍ଟ୍ରି କରିସାରିଛନ୍ତି। ହେଲେ ଆକ୍ସନ୍‌ ଓ ଡ୍ୟାନ୍ସ ମାଷ୍ଟର ହ୍ରିତିକ୍‌ଙ୍କ ହଲିଉଡ୍‌ରେ ଡେବ୍ୟୁ କରିବା ଟିକେ ଅଲଗା। କାରଣ ତାଙ୍କୁ ସବୁବେଳେ ହଲିଉଡ୍‌ର ଟମ୍‌ କ୍ରୁସ୍‌ଙ୍କ ସହ ତୁଳନା କରାଯାଏ। ଏପରିକି ତାଙ୍କୁ ବଲିଉଡ୍‌ର ଗ୍ରୀକ୍‌ ଗଡ୍‌ ମଧ୍ୟ କୁହାଯାଏ।

https://www.instagram.com/p/BsoYaocnJjz/?utm_source=ig_web_copy_link

ସୂଚନା ଅନୁଯାୟୀ ହ୍ରିତିକ୍‌ ରୋଶନ୍‌ କ୍ୟାଲିଫର୍ଣ୍ଣିୟାର ଏକ ଫିଲ୍ମ ଏଜେନ୍ସି ସହ ଏକ ବଡ଼ ପ୍ରୋଜେକ୍ଟ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯଦି ଏ କଥା ସତ ହୁଏ ତେବେ ସେ ଖୁବ୍‌ଶୀଘ୍ର ଏକ ହଲିଉଡ୍‌ ପ୍ରୋଜେକ୍ଟରେ ନଜର ଆସିପାରନ୍ତି। ହ୍ରିତିକ୍‌ଙ୍କ ଅଭିନୟ, ଡ୍ୟାନ୍ସିଂ ଷ୍ଟାଇଲ୍‌ ଓ ତାଙ୍କ ଡ୍ରେସିଂ ସେନ୍ସ ସବୁ କିଛି ଜଣେ ହଲିଉଡ୍‌ ଷ୍ଟାର୍‌ ପରି ଲାଗେ ଓ ଏଥିପାଇଁ ସେ ବେଶ୍ ଲୋକପ୍ରିୟ ମଧ୍ୟ। ଏପରିକି ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍‌ ଅଭିନେତାର ସମ୍ମାନ ବି ହ୍ରିତିକ୍‌ ଜିତିଛନ୍ତି।  ବ୍ରିଟିଶ୍‌ ସାପ୍ତାହିକୀ  ‘ଇଷ୍ଟର୍ନ ଆଇ’ ତରଫରୁ ହ୍ରିତିଙ୍କୁ ‘ସେକ୍ସିଏଷ୍ଟ ମ୍ୟାନ୍‌ ଅଫ୍‌ ଏସିଆ’ର ଟାଇଟଲ୍‌ ମିଳିଛି।

https://www.instagram.com/p/B3VFPoDFMKu/?utm_source=ig_web_copy_link

ହ୍ରିତିକ୍‌ଙ୍କ ପୂର୍ବରୁ ଇର୍‌ଫାନ୍‌ ଖାନ୍, ଶବାନା ଆଜ୍‌ମୀ, ତବୁ, ଐଶ୍ୱର୍ଯ୍ୟା ରୟ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ଅନୀଲ୍‌ କପୁର୍, ଅମିତାଭ ବଚ୍ଚନ, ଅଲ୍ଲି ଫଜଲ୍ ଓ ଦୀପିକା ପାଦୁକୋନଙ୍କ ଭଳି ବଲିଉଡ୍ ଅଭିନେତା ଓ ଅଭିନେତ୍ରୀମାନେ ହଲିଉଡ୍‌ରେ ମଧ୍ୟ କାମ କରିଛନ୍ତି। ଏହି ତାଲିକାରେ ଏବେ ହ୍ରିତିକ୍‌ ସାମିଲ୍‌ ହେବାକୁ ଯାଉଛନ୍ତି।  ହ୍ରିତିକ୍‌ ରୋଶନଙ୍କ ପାଇଁ ଗତ ବର୍ଷଟି ବେଶ୍‌ ଲକି ସାବ୍ୟସ୍ତ ହୋଇଛି । ସେ ବ୍ୟାକ୍‌ ଟୁ ବ୍ୟାକ୍ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ପ୍ରଦର୍ଶନ କରିଛି। ଏହାପରଠୁ ହ୍ରିତିକ୍‌ଙ୍କ ଡିମାଣ୍ଡ ବେଶ୍ ଅଧିକ ବଢ଼ିଯାଇଛି। ପ୍ରାୟ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି।

https://www.instagram.com/p/B2B6Lq4nOKY/?utm_source=ig_web_copy_link

ସୂଚନାଯୋଗ୍ୟ,  ଆଗକୁ ସେ ନିଜ ହୋମ୍‌ ପ୍ରଡକ୍ସନ ଫିଲ୍ମ ‘କ୍ରିସ୍‌ ୪’ରେ ନଜର ଆସିବେ। ଏହା ବ୍ୟତୀତ ସେ ଆମୀର୍‌ ଖାନ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ମହାଭାରତ’ ଏବଂ ନୀତିନ ଗୋଖଲେଙ୍କ ବହି ‘ଆର୍‌ ଏନ୍‌ କାଓ: ଜେଣ୍ଟଲ୍‌ମ୍ୟାନ୍‌ ସ୍ପାଇମାଷ୍ଟର’କୁ ନେଇ କରଣ ଜୋହରଙ୍କ ତିଆରି କରୁଥିବା ଏକ ଫିଲ୍ମରେ ମଧ୍ୟ ସେ ନଜର ଆସିବେ।

Related story