Advertisment

ସୁଶାନ୍ତଙ୍କ ପାଇଁ ହ୍ରିତିକ୍ ରୋଶନଙ୍କ ମା' କହିଲେ ଏମିତି...

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆଜି ବି ଚର୍ଚ୍ଚାରେ ରହିଛି। ମାମଲାର ସିବିଆଇ ତଦନ୍ତ ଏବେ ବି ଜାରି ରହିଛି। ଏହାରି ଭିତରେ ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ମାଆ ପିଙ୍କି ରୋଶନଙ୍କ ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି। ସୁଶାନ୍ତଙ୍କ ଏକ ଫଟୋ ଶେୟାର କରି ପିଙ୍କି ଲେଖିଛନ୍ତି ଯେ, “ସମସ୍ତେ ସତ୍ୟ ଜାଣିବାକୁ ଚାହାନ୍ତି, ହେଲେ କେହି ସଚ୍ଚୋଟ୍ ହେବାକୁ ଚାହାନ୍ତି ନାହିଁ।” https://www.instagram.com/p/CGm93ocpcgI/?utm_source=ig_web_copy_link ହ୍ରିତିକଙ୍କ ମାଆ ସୋଶାଲ […]

author-image
Pragnya Choudhury
ସୁଶାନ୍ତଙ୍କ ପାଇଁ ହ୍ରିତିକ୍ ରୋଶନଙ୍କ ମା' କହିଲେ ଏମିତି...

hrithik

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆଜି ବି ଚର୍ଚ୍ଚାରେ ରହିଛି। ମାମଲାର ସିବିଆଇ ତଦନ୍ତ ଏବେ ବି ଜାରି ରହିଛି। ଏହାରି ଭିତରେ ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ମାଆ ପିଙ୍କି ରୋଶନଙ୍କ ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି।

Advertisment

ସୁଶାନ୍ତଙ୍କ ଏକ ଫଟୋ ଶେୟାର କରି ପିଙ୍କି ଲେଖିଛନ୍ତି ଯେ, "ସମସ୍ତେ ସତ୍ୟ ଜାଣିବାକୁ ଚାହାନ୍ତି, ହେଲେ କେହି ସଚ୍ଚୋଟ୍ ହେବାକୁ ଚାହାନ୍ତି ନାହିଁ।"

https://www.instagram.com/p/CGm93ocpcgI/?utm_source=ig_web_copy_link

ହ୍ରିତିକଙ୍କ ମାଆ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି। ସେ ସୁଶାନ୍ତଙ୍କ ପାଇଁ ପୋଷ୍ଟ ଶେୟାର କରି ହ୍ୟାଶଟ୍ୟାଗ୍ ସହ 'ପ୍ରେୟାର୍ସ ଆର୍ ପାଓ୍ୱାରଫୁଲ୍' ବୋଲି ଲେଖିଛନ୍ତି।

Advertisment

https://www.instagram.com/p/CGm93ocpcgI/?utm_source=ig_web_copy_link

ଅନ୍ୟପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ମଧ୍ୟ ଭାଇଙ୍କୁ ନ୍ୟାୟ ଦେବା ଲାଗି ସାରା ଦୁନିଆରେ ଅଭିଯାନ ଆରମ୍ଭ କରିଛନ୍ତି। ସୁଶାନ୍ତ କମ୍ ବୟସରେ ସଫଳତାର ସ୍ୱାଦ ଚାଖିଥିବା ଅନ୍ୟତମ ବଲିଉଡ୍ ଅଭିନେତା ଥିଲେ। ସାରା ବିଶ୍ୱରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସେମାନେ ଶ୍ୱେତାଙ୍କ ଅଭିଯାନରେ ତାଙ୍କୁ ସମର୍ଥନ କରୁଛନ୍ତି।

ସୂଚନା ଯେ, ଜୁନ୍ 14ରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ଘଟିଥିଲା। ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ତାଙ୍କୁ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଫାଶି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏମସ୍ ଡାକ୍ତରୀ ଟିମ୍ ମଧ୍ୟ ଏହା ସ୍ପଷ୍ଟ କରିଛି। ତେବେ ଏହା ପଛରେ ପ୍ରକୃତ କାରଣ କଣ, କେଉଁ ପରିସ୍ଥିତି ତାଙ୍କ ମୃତ୍ୟୁ ପାଇଁ ଦାୟୀ ସେନେଇ ସିବିଆଇ, ଇଡି ଏବଂ ଏନସିବି ତଦନ୍ତ ଜାରି ରଖିଛି।

Bollywood SSR Death Case Hrithik Roshan