hritik-roshan
ମୁମ୍ବାଇ: ବଲିଉଡ କଳାକାର ହ୍ରିତିକ୍ ରୋସନ ସବୁଠୁ ସେକ୍ସି ଏସିଆନ୍ ମ୍ୟାନ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ଗାୟକ ଜେନ୍ ମଲ୍ଲିକ୍ ରହିଛନ୍ତି। ଏହି ସୂଚନା ଇଂଲଣ୍ଡର ଏକ ଖବର କାଗଜ ଦ୍ୱାରା କରାଯାଇଥିବା ସର୍ଭେରେ ଜଣାପଡ଼ିଛି।
ଏହି ତାଲିକାରେ ସଲମାନ ଖାନ୍ ୫ମ, ଶାହିଦ୍ କପୁର ୭ମ ଏବଂ ରଣଭୀର ସିଂ ୧୦ମ ସ୍ଥାନ ହାସଲ କରିଛନ୍ତି। ଅନ୍ୟପଟେ ପାକିସ୍ତାନ କଳାକାର ଫୱାଦ୍ ଖାନ୍ଙ୍କୁ ସବୁଠୁ ସେକ୍ସି ମ୍ୟାନ୍ ତାଲିକାର ତୃତୀୟ ନମ୍ବରରେ ରହିଛନ୍ତି।
୨୦୦୦ରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିବା ହ୍ରିତିକ୍ ଅନେକ ଦର୍ଶକଙ୍କ ପାଇଁ ହଟ୍ ସେଲିବ୍ରିଟି ରହି ସାରିଛନ୍ତି। କିଛିଦିନ ପୂର୍ବରୁ ସେ ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍ ମ୍ୟାନ୍ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/12/065a57a4103c531da136a852aeb832c5.jpg)