Advertisment

ଏକାଠି ଆସିବେ ହ୍ରିତିକ୍ ଓ ଅନୁଷ୍କା

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା ଅନୁଯାୟୀ,  ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା। ଯଦି ଏ ଖବର ସତ ହୁଏ, […]

ଅଦ୍ୟତନ ହୋଇଛି
ଏକାଠି ଆସିବେ ହ୍ରିତିକ୍ ଓ ଅନୁଷ୍କା

anushka-hritik

Advertisment

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା ଅନୁଯାୟୀ,  ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା।

Advertisment

ଯଦି ଏ ଖବର ସତ ହୁଏ, ତା’ହେଲେ ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ଓ ଚୁଲବୁଲି ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ଆଉ ଏହି ନୂଆ ଯୋଡ଼ିଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ମଧ୍ୟ ଆଶା କରାଯାଉଛି।

publive-imageଫର୍‌ହା ଏ ଫିଲ୍ମର ନିର୍ଦ୍ଦେଶନା ଭାର ନେଇଥିବା ବେଳେ ହ୍ରିତିକ୍ ଓ ଅନୁଷ୍କାଙ୍କୁ ନେଇ ଷ୍ଟାର୍‌କାଷ୍ଟ୍ ବି ଫାଇନାଲ୍ କରି ସାରିଛନ୍ତି ବୋଲି ଜଣାପଡ଼ିଛି। ତାଙ୍କର ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍ ସେଟ୍ଟୀ। ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ। ଫର୍‌ହା ଏହାକୁ ୨୦୨୧ ପ୍ରାରମ୍ଭରେ ରିଲିଜ୍ କରାଇବାକୁ ଚାହୁଁଛନ୍ତି।

Advertisment

ଚର୍ଚ୍ଚା ହେଉଛି, ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବ। ତେବେ ଫର୍‌ହା ଏ ନେଇ କିଛି କହି ନାହାନ୍ତି। ସେ କହିଛନ୍ତି ଯେ ସବୁକିଛି ଫାଇନାଲ୍‌ ହେବା ପରେ ଏହି ଫିଲ୍ମ ସଂପର୍କରେ ଅଫିସିଆଲ୍‌ ଘୋଷଣା କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe